March 14, 2025

Odia Express

Leading Odia News Portal of Odisha

ନୃଶଂସ ବାପା କବଳରୁ ମା କୁ ବଞ୍ଚାଇବାପାଇଁ ଦେଢ କିଲୋମିଟର ଦୌଡିଥିଲା ଏହି ଛୋଟ ଛୁଆଟି, ପୋଲିସ୍ କୁ କହିଲା ସବୁ ଘଟଣା ଆଉ ତାପରେ..

ଘରୋଇ ହିଂସା ଏମିତି ଏକ ଜିନିଷ ଅଟେ ଯାହା ଆଜି କାଲି ଦେଶର ପ୍ରତି ଘରେ ଏକ ବଡ ସମସ୍ୟା ହୋଇସାରିଛି , ଗୋଟେ ତରଫରୁ ଦେଶ ଆଧୁନିକତା ଆଡକୁ ବଢିବାରେ ଲାଗିଛି, କିନ୍ତୁ ଅନ୍ୟ ପରେ ନିମ୍ନ ମାନସିକତାର ଲୋକେ ନିଜ ଘରର ମହିଳାମାନଙ୍କୁ ଓ ଛୁଆଙ୍କ ଇଜ୍ଜତ କରୁନାହାନ୍ତି , ସବୁ ବର୍ଷ ଘରୋଇ ହିଂସା ସଂବନ୍ଧିତ ହଜାରରୁ ଉର୍ଦ୍ଧ୍ୱ ମାମଲା ଦାୟର ହୋଇଥାଏ କିନ୍ତୁ ସେଥିରୁ କେବଳ ୩୦ ରୁ ୪୦ ପ୍ରତିଶତ ପୋଲିସ୍ ଥାନାରେ ରେଜିଷ୍ଟର ହୋଇପାରିଥାଏ । ବହୁତ ଲୋକେ ଏହି ଘରୋଇ ହିଂସା ପ୍ରତି ଆଇନଗତ କାର୍ଯ୍ୟନୁଷ୍ଠାନ ନେବାପାଇଁ ପଛକୁ ହଟନ୍ତି ନାହିଁ , ସେମାନେ ଏହି କଥାକୁ ଏହି ଅତ୍ୟାଚାରୀମାନଙ୍କୁ ପ୍ରୋତ୍ସାହନ ଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟେ ୮ ବର୍ଷର ଛୁଆ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ମା ଉପରେ ହୋଇଥିବା ଘରୋଇ ହିଂସାକୁ ଆଉ ସହ୍ୟ କରିପାରିନଥିଲା , ଓ କିଛି ଏପରି କରି ଦେଖାଇ ଥିଲା , ଯାହାକୁ ଏବେ ସମସ୍ତେ ତାର ବୀରତା, ବାହାଦୁରୀ ପାଇଁ ପ୍ରଶଂସା କରୁଛନ୍ତି ।

 

ମା କୁ ବଞ୍ଚାଇବାକୁ ଯାଇ ୮ ବର୍ଷର ପୁଅ ନେଇଥିଲା ଏପରି ପଦକ୍ଷେପ : ଜଣାଯାଏ ଯେ ଏହି ପୁରା ମାମଲା ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାର ଅଟେ , ଏଠାରେ ସ୍ଥାନୀୟ ନିବାସୀ ୮ ବର୍ଷର ପୁଅ ମୁସ୍ତାକ୍ ନିଜ ମା ବାପାଙ୍କ ସହ ରୁହେ । ମୁସ୍ତାକ ଙ୍କ ବାପା ନିଜ ସ୍ତ୍ରୀ ଙ୍କୁ ଅଧିକାଂଶ ସମୟରେ ବାଡା ପିଟା କରନ୍ତି । ଯେବେ ଏହି କଥା ଏତି ରୁ ଇତି ହୋଇଗଲା ତେବେ ମୁସ୍ତାକ୍ କୁ ଏହା ଆଉ ସହ୍ୟ ହୋଇପାରିଲା ନାହିଁ , ସେ ବହୁତ ଚତୁରତାର ସହ ନିଜ ଘରୁ ପଳେଇ ଆସି ପୋଲିସ୍ ଥାନାରେ ପହଞ୍ଚିଲା , ଯାହାକି ସେହି ପୋଲିସ୍ ଥାନା ତା ଘର ଠାରୁ ଦେଢ କିଲୋମିଟର ଦୂରରେ ଥିଲା , ଓ ସେ ଆସି ପୋଲିସ୍ ଥାନାରେ ଥାନା ଅଧିକାରୀଙ୍କୁ କହିଲା କିପରି ତା ବାପା ତା ମାଙ୍କୁ ଶାରରୀକ ନିର୍ଯାତନା ଦେଉଛନ୍ତି , ଓ ଏଥିପାଇଁ ସେ ତା ବାପାଙ୍କ ବିପକ୍ଷରେ ଅଭିଯୋଗ ଦାଖଲ କରିବାକୁ ଚାହୁଁଛି ।

ଏହି ପୁରା ଘଟଣାର ସୁଚନା ମିଳିବାପରେ ଜିଲ୍ଲାର ଏ ଏସ୍ ପି ରାହୁଲ୍ ଶ୍ରୀବାସ୍ତବ ଟ୍ୱିଟର୍ ଜରିଆରେ ପ୍ରକାଶ କରିଥିଲେ , ସେ କହିଲେ କି କିପରି ଏକ ୮ ବର୍ଷର ବାଳକ ମୁସ୍ତାକ ନିଜ ଘର ଠାରୁ ଦେଢ କିଲୋମିଟର ଦୌଡି ଆସି ପୋଲିସ୍ କୁ ଏହି ବିଷୟରେ ଅଭିଯୋଗ କରିଥିଲା , ତା ବାପା ତାଙ୍କ ମାକୁ ବହୁତ ଶାରରୀକ ନିର୍ଯ୍ୟାତନା ଦେଉଥିଲେ , ଓ ଏବେ ଅଭିଯୋଗ ପରେ ତା ବାପାଙ୍କୁ ହାଜତକୁ ନିଆଯାଈଛି , ଏହି ଛୋଟ ଛୁଆରୁ ଆମେ କିଛି ଶିଖିବାର ଅଛି , ଏହି ଭଳି ଅତ୍ୟାଚାରକୁ ଆଉ ସହିକରି ରୁହନ୍ତୁ ନାହିଁ , ବରଂ ରିପୋର୍ଟ ଦର୍ଜ କରନ୍ତୁ ।

ଦେଶରେ ସବୁ ଦିନ ଏମିତି ବହୁତ ମହିଳା ଅଛନ୍ତି ଯିଏକି ଘରୋଇ ହିଂସାର ଶିକାର ହୋଇଥାନ୍ତି , କିନ୍ତୁ ଏଥିରେ ଅଧିକାଂଶ ଲୋକ ଡର କିମ୍ବା ଇଜ୍ଜତ ବଞ୍ଚାଇବା ଚକ୍କରରେ ପୋଲିସ୍ ପାଖକୁ ଆସନ୍ତି ନାହିଁ , ସେମାନେ ସବୁ କିଛି ସହ୍ୟ କରି ଚୁପ୍ ଚାପ୍ ରହିଯାଆନ୍ତି , କିନ୍ତୁ ଯେଉଁ ଭଳି ଏହି ୮ ବର୍ଷର ବାଳକ ମୁସ୍ତାକ କରିଦେଖାଇଛି , ଓ ନିଜ ବାପାକୁ ଜେଲ୍ ର କୋଠରୀରେ ଭର୍ତ୍ତି କରାଇଛି , ତାହା ବହୁତ ପ୍ରଶଂସନୀୟ ଅଟେ , ଏହି ଛୁଆଠୁ ଆମେ ବହୁତ କିଛି ଶିକ୍ଷା କରିବା ଉଚିତ୍ , ଏହିପରି ମାମଲାରେ କେବେ ବି ଚୁପ୍ ଚାପ୍ ବସିବା କଥା ନୁହେଁ ବରଂ ଏହି ଭଳି ସମସ୍ୟାର ମୁକାବଲା କରିବା ଆବଶ୍ୟକ , ଏବେ ସେଠିକାର ସ୍ଥାନୀୟ ବାସିନ୍ଦା ଏହି ଛୁଆଟିର ସାହାସକୁ ବହୁତ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *