October 19, 2024

Odia Express

Leading Odia News Portal of Odisha

ଏହା ହେଲା ଦୂନିଆଁର ସବୁ ଠାରୁ କଠିନ ପ୍ରଶ୍ନ ଗୁଡିକ , ଜବାବ କେବଳ ଚାଲାକ୍ ଓ ବୁଦ୍ଧିମାନ ବ୍ୟକ୍ତି ହିଁ ଦେଇପାରିବେ – ଆପଣ ଜାଣିଛନ୍ତି କି ଏହାର ଉତ୍ତର..

ଲୋକେ ପହେଲି କିମ୍ବା କଠିନ ପ୍ରଶ୍ନର ଜବାବ ଦେବାରେ ବହୁତ ମଜା ନିଅନ୍ତି , ତାଙ୍କର କିଛି ମାତ୍ରାରେ ଟାଇମ୍ ପାସ୍ ବି ହୋଇଥାଏ , ଓ ମସ୍ତିସ୍କର ଏକ୍ସସରସାଇଜ୍ ବି ହୋଇଥାଏ , ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ପହେଲି ନେଇକରି ଆସିଛୁ ଯାହାକୁ ଜବାବ ଦେବାରେ ବହୁତ ଲୋକେ ଫେଲ୍ ମାରିଛନ୍ତି , ଦେଖିବାର ଅଛି କେତେ ଜଣ ଲୋକ ଅଛନ୍ତି ଏହାର ଉତ୍ତର ମାଲୁମ୍ ଅଛି , କିନ୍ତୁ ଏହା ଧ୍ୟାନରେ ରଖିବେ କି ଏହାର ଉତ୍ତର ଆପଣଙ୍କୁ ୧୫ ସେକେଣ୍ତରେ ଦେବାର ଅଛି , ତେବେ ଆସନ୍ତୁ ଜାଣିବା ସେହି ପହେଲି ଗୁଡିକ ବିଷୟରେ ।

 

ପ୍ରଶ୍ନ-୧ : ଏମିତି କଣ ଜିନିଷ ଅଛି ଯାହା ଆପଣ ନ ଡାକିଲେ ବି ଆପଣଙ୍କ ପାଖକୁ ଚାଲିଆସେ , ସେ ଘର ମଧ୍ୟରେ ରୁହେ କିନ୍ତୁ ଘର ଭଡା ଦିଏ ନାହିଁ , ଆମେ ତାକୁ ଧରିପାରିବା ନାହିଁ , ଓ ନା ହିଁ ତାକୁ ଆମେ ଦେଖିପାରିବା , ଓ ତା ବିନା ଆମେ ଟିକେ ସମୟ ରହିପାରିବା ନାହିଁ ।

ଉତ୍ତର : ପବନ

ପ୍ରଶ୍ନ-୨ : ଏମିତି କେଉଁ ଜାଗା ଅଛି ଯେଉଁଠି କୁ ୧୦୦ ଟି ଲୋକ ଯାଇଥାନ୍ତି କିନ୍ତୁ ୯୯ ଟି ଲୋକ ଫେରି ଆସନ୍ତି ,

ଉତ୍ତର :ଶ୍ମଶାନ ଘାଟ ।

ପ୍ରଶ୍ନ-୩ : ଏମିତି କେଉଁ ପରିବା ଅଛି ଯେଉଁଥିରେ ତାଲା ଓ ଚାବି ଦୁଇଟି ଯାକ ଅଛି ।

ଉତ୍ତର  : ଲୋକି(ଲକ୍ –କି)

ପ୍ରଶ୍ନ-୪ : ଏମିତି କେଉଁ ବ୍ୟାଗ ଅଛି ଯାହା କେବଳ ଓଦା ହେଲେ କାମ କରିଥାଏ ।

 

ଉତ୍ତର : ଟି ବ୍ୟାଗ୍ ।

ପ୍ରଶ୍ନ -୫ : ଯଦି ୮ କୁ ଅଧା କରିଦିଆଯାଏ ତେବେ ୦ ଓ ୪ ଛଡା ଓ କଣ ଉତ୍ତର ଆସିବ ,

ଉତ୍ତର : ୩

ପ୍ରଶ୍ନ-୬ : ସେହି ଜିନିଷର ନାଁ କୁହନ୍ତୁ ଯାହା ନିଆଁରେ ଜଳେ ନାହିଁ , ଅସ୍ତ୍ର ଦ୍ୱାରା କାଟି ପାରିବା ନାହିଁ , ପାଣିରେ ଓଦା କରିପାରିବା ନାହିଁ , ଓ ମୃତ୍ୟୁ ବି ମାରିପାରିବ ନାହିଁ ।

ଉତ୍ତର : ମଣିଷର ନିଜ ଛାୟା

 

ପ୍ରଶ୍ନ-୭ : ଆପଣ ମାନିନିଅନ୍ତୁ ଆପଣ ଏକ ବସ୍ ରେ ଯାଉଛନ୍ତି ଯେଉଁଥିରେ ୧୦ ଜଣ ଯାତ୍ରୀ ଯାଉଛନ୍ତି , ପ୍ରଥମ ଷ୍ଟାଣ୍ତରେ ୨ ଟି ଯାତ୍ରୀ ଓହ୍ଲାଇ ପଡନ୍ତି ଓ ୪ ଟି ଚଢିଯାଆନ୍ତି , ଦ୍ୱିତୀୟ ଷ୍ଟାଣ୍ତରେ ୫ ଟି ଯାତ୍ରୀ ଓହ୍ଲାଇ ପଡନ୍ତି ଓ ୨ ଜଣ ଚଢିଯାଆନ୍ତି , ଓ ତୃତୀୟ ଷ୍ଟାଣ୍ତରେ ୨ ଟି ଯାତ୍ରୀ ଓହ୍ଲାଇ ପଡନ୍ତି ଓ ୩ ଟି ଚଢିଯାଆନ୍ତି ତେବେ କୁହନ୍ତୁ ସମୁଦାୟ ସେହି ବସରେ କେତେ ଜଣ ଯାତ୍ରୀ ଯାତ୍ରା କରୁଛନ୍ତି ।

ଉତ୍ତର : ୧୧ ଜଣ ( ୧୦ ଜଣ ଯାତ୍ରୀ ଓ ଆପଣ ନିଜେ )

ପ୍ରଶ୍ନ-୮ : କିଛି ମାସରେ ୩୧ ଦିନ ହୋଇଥାଏ କିନ୍ତୁ କେତେ ମାସରେ ୨୮ ଦିନ ହୋଇଥାଏ ।

ଉତ୍ତର : ସବୁ ମାସରେ (୨୮ ଦିନ ସବୁ ମାସରେ ଆସିଥାଏ ।

ପ୍ରଶ୍ନ-୯ : କେଉଁ ଇଂରାଜି ଶବ୍ଦ ଯାହା ଇଂରାଜୀ କୁ incorrectly ସ୍ପେଲ୍ କରିଥାଏ ,

ଉତ୍ତର : Incorrectly

 

ପ୍ରଶ୍ନ-୧୦ : ଜଣେ ମାଂସ ବେପାରି ୧୦ ଇଞ୍ଚର ଜୋତା ପିନ୍ଧିଥିଲେ , ତାଙ୍କର ହାଇଟ୍ ୫ ଫୁଟ ୧୦ ଇଞ୍ଚ ଅଟେ , ତେବେ କୁହନ୍ତୁ ତେବେ ସେ ନିକିତିରେ କଣ ମାପିବ ।

ଉତ୍ତର : ମାଂସ

ପ୍ରଶ୍ନ ୧୧: ଏମିତି କେଉଁ ଜିନିଷ ଅଛି ଯାହାକୁ ଝିଅମାନେ ପିନ୍ଧନ୍ତି , ଓ ଖାଇଥାନ୍ତି ବି ।

ଉତ୍ତର : ଲୋଙ୍ଗ୍

ପ୍ରଶ୍ନ ୧୨: ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫିଙ୍ଗିଦିଅନ୍ତି କିନ୍ତୁ ଧନୀ ଲୋକେ ତାକୁ ପକେଟ୍ ରେ ରଖିଦିଅନ୍ତି ।

ଉତ୍ତର : ନାକରୁ ବାହାରୁଥିବା ସିଙ୍ଗାଣି ।

ପ୍ରଶ୍ନ ୧୩ : ଏମିତି କେଉଁ ମୁକ ଅଛି ଓ କାଲା ଓ ଅନ୍ଧ ଅଛି କିନ୍ତୁ କହିଥାଏ ସବୁ ବେଳେ ସତ କଥା  ।

ଉତ୍ତର : ଦର୍ପଣ  ।

Leave a Reply

Your email address will not be published. Required fields are marked *