December 23, 2024

Odia Express

Leading Odia News Portal of Odisha

ମୃତ ପତ୍ନୀଙ୍କ କାନରେ ସ୍ଵାମୀ କହିଲେ ଏଭଳି ଯାଦୁଭରା ଶବ୍ଦ, ତୁରନ୍ତ ସ୍ତ୍ରୀ ଙ୍କ ଖୋଲିଗଲା ଆଖି – ଦେଖନ୍ତୁ ସ୍ୱାମୀ କଣ କହିଥିଲେ..

ପ୍ରକୃତିର ସବୁଠାରୁ ଦୃଢ ନିୟମ ଏହା ଯେ ଯିଏ ମଧ୍ୟ ଏହି ଦୁନିଆ କୁ ଆସେ ତାହାକୁ ଫେରିବାକୁ ହୋଇଥାଏ । କିନ୍ତୁ ତାର ଆସିବା ଓ ଯିବାର ସମୟ ଉପରବାଲାଙ୍କ ହାତରେ ଥାଏ । ଏପରି କୁହାଯାଏ ଯେ ଯେବେ ପର୍ଯ୍ୟନ୍ତ ଆପଣଙ୍କର ସଠିକ ସମୟ ନଆସିଛି ସେତେବେଳ ପର୍ଯ୍ୟନ୍ତ ଆପଣଙ୍କୁ କିଛି ମଧ୍ୟ ହେବ ନାହିଁ। ବୋଧହୁଏ ଏହି କାରଣରୁ ଆମକୁ କିଛି ଘଟଣାରେ ଏଭଳି ଚମତ୍କାର ଦେଖିବାକୁ ମିଳିଥାଏ  ଯେଉଁଠି ଲୋକେ ମୃତ୍ୟୁକୁ ଚକମା ଦେଇଥାନ୍ତି । ଏହିଭଳି ଏକ ରୋଚକ ଘଟଣା ଆମେରିକାର ଫିନିକ୍ସ ସହରରେ ଦେଖିବାକୁ ମିଳିଛି । ଯେଉଁଠାରେ ଜେନ ମହିଳାଙ୍କ ସନ୍ତାନ ଜନ୍ମ ସମୟରେ ଅବସ୍ଥା ଏତେ ବିଗିଡି ଗଲା ଯେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଦିଅନ୍ତି । କିନ୍ତୁ ମହିଳାଙ୍କ ସ୍ଵାମୀ ପରାଜୟ ସ୍ଵୀକାର ନକରି ଶେଷଥର ପାଇଁ ନିଜ ସ୍ତ୍ରୀଙ୍କ କଣରେ କିଛି ଏଭଳି କହିଲେ ଯେ ତାଙ୍କର ନିଶ୍ଵାସ ପୁଣି ଫେରି ଆସିଲା, ଆସନ୍ତୁ ଏହି ସଂପୂର୍ଣ୍ଣ ଘଟଣା ବିଷୟରେ ବିସ୍ତାରପୂର୍ବକ ଜାଣିବା

ପ୍ରକୃତରେ ଆମେରିକାର ଫିନିକ୍ସ ନିବାସୀ ଡଜ ଓ ମଲେନିଆ ଏକ ସୁଖୀ ଦମ୍ପତିଇ ଅଟନ୍ତି । ନିକଟରେ ଡଜ ଙ୍କର ସ୍ତ୍ରୀ ମଲେନିଆଙ୍କର ପ୍ରସବ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟରୁ ସନ୍ତାନ ଜନ୍ମ ପରଠାରୁ ତାଙ୍କର ସ୍ୱାସ୍ଥ୍ୟ କିଛି ଅଧିକ ଖରାପ ହେବାରେ ଲାଗିଲା । ପ୍ରକୃତରେ ମଲେନିଆଙ୍କୁ ଆମ୍ନୀଆଣ୍ଟିକ ଫ୍ଲୁଡ ଏମ୍ବୋଲିଜିମ କଣ୍ଡିସନ ର ସାମ୍ନା କରିବାକୁ ହୋଇଥିଲା । ଏହି କାରଣରୁ ତାଙ୍କର ହୃଦୟର ଗତି ବନ୍ଦ ହୋଇଯାଇଥିଲା । ତାଙ୍କୁ ତତ୍କାଳ ଆଇସିୟୁକୁ ନିଆଗଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କଲେ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ଆମ୍ନୀଆଣ୍ଟିକ ଫ୍ଲୁଡ ଏମ୍ବୋଲିଜିମ ପ୍ରସବ ସମୟର କମ୍ପ୍ଲିକେସନ ଯୋଗୁ ହେଉଥିବା କଣ୍ଡିସନ ଅଟେ । ଏଥିରେ ପ୍ରସବ ଯନ୍ତ୍ରଣା ସମୟରେ କିମ୍ବା ପ୍ରସବ ପରେ ଆମ୍ନୀଆଣ୍ଟିକ ଫ୍ଲୁଡ ରକ୍ତରେ ମିଶିଯାଏ । ଏହି କାରଣରୁ ହୃଦୟ ଓ ହୃତପିଣ୍ଡ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦିଏ । ଡାକ୍ତର ମାନେ ମଲେନିଆଙ୍କୁ କୃତ୍ରିମ ମେସିନ ସହାୟତାରେ ନିଶ୍ଵାସ ଦେଉଥିଲେ । ସେମାନେ ତାଙ୍କ ସ୍ଵାମୀଙ୍କୁ ସ୍ପଷ୍ଟ କହିଲେ ଯେ ଯଦି ମଲେନିଆ ବଞ୍ଚି ବି ଯିବେ ତଥାପି ତାଙ୍କର ହୃଦୟ ଓ ହୃତପିଣ୍ଡ ପ୍ରତିରୋପଣ କରିବାକୁ ପଡିବ । ଏଥିପାଇଁ ସେମାନେ ଡଜଙ୍କୁ କହିଲେ ଯେ ଏବେ ସମୟ ଆସିଯାଇଛି ଯେ ସେ ନିଜର ପତ୍ନୀଙ୍କୁ ବିଦାୟ କହିବେ ।

ସ୍ଵାମୀଙ୍କ କହିଥିବା ଏହି କଥାରେ ପୁଣି ଫେରିଆସିଲା ସ୍ତ୍ରୀଙ୍କ ନିଶ୍ଵାସ

ମଲେନିଆଙ୍କ ସ୍ଵାମୀ ଡଜ ନିଜର ସ୍ତ୍ରୀଙ୍କୁ ଶେଷ ବିଦାୟ କହିବା ପୂର୍ବରୁ ତାଙ୍କ କାନରେ ଗୋଟିଏ କଥା କହିଲେ , ସେ କହିଲେ ଯେ “ଯଦି ତୁମର ଜୀବନରେ କିଛି ବି ଫାଇଟ ବାକି ଅଛି ତେବେ ତୁମେ ଲଢ” ବାସ ତାଙ୍କର ଏପରି କହିବାର 24ଘଣ୍ଟା ପରେ ମଲେନିଆଙ୍କୁ ଚେତା ଆସିଲା ଓ ସେ ନିଜର ଆଖି ଖୋଲିୟେ। ଏହି ଚମତ୍କାର ଦେଖି ଡାକ୍ତରଖାନାରେ ଉପସ୍ଥିତ ସମସ୍ତ ଡାକ୍ତର ଓ ଅନ୍ୟ ଷ୍ଟାଫ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଡଜ କହିଲେ ଯେ ଡାକ୍ତରଙ୍କ ହୃଦୟ ଓ ହୃତପିଣ୍ଡ ପରିବର୍ତ୍ତନ କଥା ମଧ୍ୟ ମିଛ ପ୍ରମାଣିତ ହେଲା । ମଲେନିଆ ଧୀରେଧିରେ ଉନ୍ନତି କରୁଛନ୍ତି ।

ଏବେ ଏହାକୁ ଆପଣ କୌଣସି ଚମତ୍କାର କୁହନ୍ତୁ କିମ୍ବା ଏକ ସ୍ଵାମୀଙ୍କ ଦ୍ଵାରା ନିଜର ପତ୍ନୀଙ୍କ କାନରେ କହିଥିବା ଉତ୍ସାହପ୍ରଦ କଥାର ପ୍ରଭାବ, କିନ୍ତୁ ଗୋଟିଏ କଥା ସତ ଯେ ଏହି ଘଟଣା ପ୍ରକୃତରେ ଅଦ୍ଭୁତ ଥିଲା । ବୋଧହୁଏ ଲୋକେ ଠିକ କୁହନ୍ତି ଯେ ଯଦି ଆପଣଙ୍କ ସଠିକ ସମୟ ନଆସିଛି ତେବେ ଆପଣଙ୍କୁ ଦୁନିଆର କୌଣସି ଶକ୍ତି ଆପଣଙ୍କର ଜୀବନ ନେଇପାରିବ ନାହିଁ ।

 

Leave a Reply

Your email address will not be published. Required fields are marked *