୧୬ ଅଗଷ୍ଟ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଙ୍କ କୃପା ରହିବ ଏହି ୨ଟି ରାଶି ଉପରେ
ମେଷ : ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଜି ସରକାରୀ ଲାଭ ହେବାର ସମ୍ଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ। ମଧ୍ୟାହ୍ନ ପରେ ମନ ଅସ୍ଥିର ହୋଇପାରେ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି।
ବୃଷ : ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଆଜି ମିତ୍ର ତଥା ସ୍ନେହୀଜନମାନଙ୍କ ସହିତ ସାକ୍ଷାତ ଆନନ୍ଦପ୍ରଦ ରହିବ। ଦିନର ଅଧିକାଂଶ ଭାଗ ଧନ ସମ୍ବନ୍ଧିତ ଯୋଜନା ବନାଇବା ପାଇଁ କଟିବ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭର ଆଶା ଅଛି।
ମିଥୁନ : ଆଜି ଆପଣଙ୍କର ହିଁ ଦିନ ,କାରଣ ସମସ୍ତଙ୍କର ଆଖି ଆଜି ଆପଣଙ୍କର ସଫଳତା ଏବଂ ଯୋଗ୍ୟତା ପାଇଁ ଆପଣଙ୍କୁ ନୂଆ ପରିଚ଼ୟ ମିଳିବ । ଆଜି ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ ।ଏହି ଅବସରର ପୁରା ଲାଭ ଉଠାନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ। ମିତ୍ର ଏବଂ ପରିଜନମାନଙ୍କର ସହଯୋଗ ଆନନ୍ଦମୟ ହେବ। ଉତ୍ତମ ଭୋଜନ ଏବଂ ବସ୍ତ୍ରର ସୁବିଧା ମଧ୍ୟ ଆପଣଙ୍କୁ ଆଜି ମିଳିବ। ବ୍ୟବସାୟ ଏବଂ ବ୍ୟାପାରରେ ଅନୁକୂଳ ବାତାବରଣରେ ମନରେ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ଭଲ ଚାଲିବ।
କର୍କଟ : ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଭଲ ପରିଣାମ ଉପରେ ଧ୍ୟାନ ଦେବେ । ଆଜି ଆପଣ ପୂରା ଜୋରସୋରରେ ନିଜ କାମ ଆରମ୍ଭ କରନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆୟର ତୁଳନାରେ ଖର୍ଚ୍ଚ ଅଧିକ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, କାହା ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ସମସ୍ୟାରେ ପରିବର୍ତ୍ତନ ଆସିବ। ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟୀ ଦିନ ଅଟେ।
ସିଂହ : ବୋଧହୁଏ ଆଜି ଆପଣଙ୍କୁ ନିଜ ଆଖପାଖ ଲୋକଙ୍କ ପାଇଁ ନିରାଶ ହେବାକୁ ପଡ଼େ । ହୁଏତ ଏହାର କାରଣ ଆପଣଙ୍କୁ ତାଙ୍କଠାରୁ ଅଧିକ ଆଶା ରଖିବାକୁ ପଡ଼ିବ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ । ଆଜିର ଦିନ ବହୁତ ଭଲ ଭାବରେ କଟିବ। ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆନନ୍ଦପ୍ରଦ ଏବଂ ଲାଭପ୍ରଦ ସମାଚାର ଆପଣଙ୍କୁ ମିଳିବ। ମିତ୍ରମାନଙ୍କଠାରୁ ମଧ୍ୟ ଶୁଭ ସମାଚାର ମିଳିବ। ଆୟରେ ବୃଦ୍ଧି ହେବ ତଥା ଧନଲାଭ ହେବ।
କନ୍ୟା : ଆଜି ଆପଣଙ୍କୁ ଏଇଟା ଶିଖିବା ଆବଶ୍ୟକ ଅଟେ କି ଆପଣ ଅନ୍ୟମାନଙ୍କ ସାମନାରେ ନିଜକୁ କିପରି ଭଲ ଭାବରେ ଅଭିବ୍ୟକ୍ତ କରିବାକୁ ପଡ଼ିବ କାରଣ ଅନ୍ୟ ଲୋକ ସେଇଟା ବୁଝିବେ ଯେଉଁଟାକି ଆପଣ ତାଙ୍କୁ ବୁଝାଇବା କୁ ଚ଼ାହୁଁଛନ୍ତି । ଆପଣଙ୍କ ଦିନ ଅନୁକୂଳ ରହିବ। ପରିଜନମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରେମଭରା ରହିବ। ମିତ୍ର ଏବଂ ସ୍ଵଜନମାନଙ୍କଠାରୁ ଉପହାର ମିଳିବ। ବ୍ୟାବସାୟରେ ଉପର ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ। ମିତ୍ରମାନଙ୍କଠାରୁ ଲାଭ ହେବ।
ତୁଳା : ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ । ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ହେବ। ବ୍ୟବସାୟରେ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ। ସନ୍ତାନମାନଙ୍କ ସହିତ ମତଭେଦ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ। ପ୍ରମୋସନର ସମ୍ଭାବନା ଅଛି। ମାନ-ସମ୍ମାନର ପ୍ରସଂଗ ଉପସ୍ଥିତ ହେବ।
ବିଚ୍ଛା : ଆଜି ପାଇଁ ଆପଣଙ୍କର ମୂଳମନ୍ତ୍ର ଅଟେ ବିଶ୍ୱାସ, ଆପଣଙ୍କୁ ଏହା ଜାଣିବାକୁ ଉଚ଼ିତ୍ ଯେ ନିଜର ହିଁ ପ୍ରିୟଜନ ଯେକି ଆପଣଙ୍କୁ ଭଲ ପାଆନ୍ତି, ତଥାପି ବିଶ୍ୱାସ କରିବାରେ କୁଣ୍ଠିତ ଅନୁଭବ କରୁଛନ୍ତି କାହିଁକି ? ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଅନିଷ୍ଟ ବିଷୟଗୁଡ଼ିକରୁ ଛୁଟି ପ୍ରାପ୍ତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟ କ୍ଷେତ୍ରରେ ଆପତ୍ତି ହୋଇପାରେ।
ଧନୁ : ଆଜି ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ବ୍ୟବସାୟିକ ଉଦ୍ଦେଶ୍ୟର ପ୍ରଶ୍ନଅଛି ତେବେ ଆପଣଙ୍କର ରାଶି ଭଲ ରହିବ । ଆପଣଙ୍କୁ ଏହି ଜୀବନରେ ସବୁକିଛି ମିଳିପାରିବ ଯଥା ସାଙ୍ଗ, ସାଥୀ, ପରିବାର, ପଇସା ଏବଂ ସଫଳତା । ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ସକାଳେ ଆପଣ ଆନନ୍ଦ ଏବଂ ମନୋରଞ୍ଜନରେ ଡୁବି ରହିବେ। ପାରିବାରିକ ବାତାବରଣ ମଧ୍ୟ ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ। ମନରେ ନକାରାତ୍ମକ ବିଚାରକୁ ନ ଆସିବାକୁ ଦିଅନ୍ତୁ। ଏହା ମନ ବ୍ୟଥିତ କରିପାରେ।
ମକର : ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । କଥାବାର୍ତ୍ତା କରିବା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। ମାନ-ସମ୍ମାନରେ ବୃଦ୍ଧି ହେବ। ଆର୍ଥିକ ଲାଭ ହେବ। ମଧ୍ୟାହ୍ନ ପରେ ଆପଣ ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସମୟ କଟାଇବେ। ବାହନସୁଖ ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ।
କୁମ୍ଭ : ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । କଳା ପ୍ରତି ଆଜି ଆପଣଙ୍କୁ ବିଶେଷ ରୁଚୀ ରହିବ। ଖର୍ଚ୍ଚର ମାତ୍ରା ଆଜି ଅଧିକ ରହିବ। ସନ୍ତାନମାନଙ୍କ ସମ୍ବନ୍ଧିତ ଚିନ୍ତା ବ୍ୟଥିତ କରିବ। ପରନ୍ତୁ ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଅସଂମ୍ପୂର୍ଣ୍ଣ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବ। ଶାରୀରିକ ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ହେବ।
ମୀନ : ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା ।ଆଜି ଅଧିକ ଭାବନାଶୀଳ ନ ରହିବା ପାଇଁ ଉପଦେଶ। ମାନସିକ ରୂପରେ ଶିଥିଲତା ଅନୁଭବ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ପାଇଁ ଆଜି ଲାଭକାରୀ ଦିନ ଅଟେ। ସମ୍ଭବ ହୋଇପାରିଲେ ଯାତ୍ରାକୁ ଟାଳି ଦିଅନ୍ତୁ। ସମ୍ମାନର ଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ।