December 23, 2024

Odia Express

Leading Odia News Portal of Odisha

ଯେବେ ପାକିସ୍ଥାନ କାଶ୍ମୀର ବଦଳରେ ଭାରତକୁ ଏହି ବଲିଉଡ ହିରୋଇନଙ୍କୁ ମାଗିଥିଲା କହିଲା – ଏହି ହିରୋଇନ ଙ୍କୁ ଦେଇ କାଶ୍ମୀର ନେଇଯା – ଜାଣନ୍ତୁ ତାପରେ କଣ ହେଲା..

ବଲିଉଡ ହିରୋଇନ – ଭାରତ ପାକିସ୍ଥାନର ଲଢେଇ ଓ ଆତଙ୍କବାଦ ସହ ଜଡିତ କଥା ତ ଆପଣମାନେ ସବୁବେଳେ ଶୁଣିଆସୁଛନ୍ତି କିନ୍ତୁ କେବେ ଆପଣ ଜାଣିଥିକେ ଯେ ଠାରେ ପାକିସ୍ଥାନ କାଶ୍ମୀର ବଦଳରେ କଣ ମାଗିଥିଲା, ଶୁଣିଲେ ବୋଧହୁଏ ଆପଣ ବିଶ୍ଵାସ କରିବେ ନାହିଁ କିନ୍ତୁ ଏହା ସତ୍ୟ ଅଟେ । ହଁ ଆଜ୍ଞା , ଆମ ପଡୋଶୀ ଦେଶ କାଶ୍ମୀର ବଦଳରେ ବଲିଉଡ ହିରୋଇନ ମାଧୁରୀ ଦୀକ୍ଷିତଙ୍କୁ ମାଗିଥିଲା । ବଲିଉଡ ହିରୋଇନ ମାଧୁରୀ ଦୀକ୍ଷିତଙ୍କ ଗଣତି ବଲିଉଡର ସବୁଠାରୁ ସୁନ୍ଦରୀ ଓ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ କରାଯାଏ । ତାଙ୍କ ହସ ଉପରେ ଆଜି ମଧ୍ୟ ଲକ୍ଷାଧିକ ଲୋକ ସମର୍ପିତ ଅଟନ୍ତି, ଏହି ବୟସରେ ମଧ୍ୟ ମାଧୁରୀଙ୍କ ଚେହେରାର ଚମକ ଓ ସୁନ୍ଦରତ କମ ହୋଇନାହିଁ ।

ଆଜି ଆମେ ଆପଣଙ୍କୁ ବଲିଉଡ ହିରୋଇନ ମାଧୁରୀ ଦୀକ୍ଷିତ ଙ୍କ ସହ ଜଡିତ ଏକ ଏଭଳି କଥା କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି । ନବେ ଦଶକରେ ମାଧୁରୀ ଦୀକ୍ଷିତ ଙ୍କର ଲୋକପ୍ରିୟତା ନିଜର ଚରମାସୀମାରେ ଥିଲା । ମାଧୁରୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ଅନ୍ୟ ବହୁତ ଦେଶରେ ଅଛନ୍ତି । ଏ କଥା ଭାରତ ଓ ପାକିସ୍ଥାନର ଲଢେଇ ବେଳର ଅଟେ । ମାଧୁରୀ ଦୀକ୍ଷିତ ଙ୍କ ସହ ଜଡିତ ଏକ ଘଟଣା ମିଡିଆରେ ବହୁତ ପ୍ରସିଦ୍ଧ ଅଟେ ଯେ ଭାରତ ଓ ପାକିସ୍ଥାନ ଯୁଦ୍ଧ ସମୟରେ ପାକିସ୍ଥାନ ତରଫରୁ କୁହାଯାଇଥିଲା ଯେ ଆମେ କାଶ୍ମୀର ଛାଡିବାକୁ ପ୍ରସ୍ତୁତ, ଯଦି ତୁମେ ଆମକୁ ମାଧୁରୀଙ୍କୁ ଦେଇଦେବ ।

ଆପଣଙ୍କୁ ଏହା ଶୁଣି ହସ ଲାଗିପରେ କିନ୍ତୁ ଏ କଥା ସତ । ଏହି କଥାରୁ ଆପଣ ଅନୁମାନ କରି ପାରୁଥିବେ ଯେ ମାଧୁରୀ ଦୀକ୍ଷିତ କେତେ ଲୋକପ୍ରିୟ ଥିଲେ । କିଛି ମିଡିଆ ରିପୋର୍ଟ ମୁତାବିକ , ଯୁଦ୍ଧ ସମୟରେ ବଲିଉଡ ହିରୋଇନ ମାଧୁରୀ ଦୀକ୍ଷିତଙ୍କର ଜଣେ ପାକିସ୍ଥାନୀ ପ୍ରଶଂସକ ଏହା କହିଥିଲେ । ଏଭଳି ଆଉ ଗୋଟିଏ ମଜାଦାର ଘଟଣା ମାଧୁରୀ ଦୀକ୍ଷିତ ଙ୍କ ସହ ଜଡିତ ଅଛି । କୁହାଯାଏ ଯେ ମାଧୁରୀଙ୍କ ଜଣେ ପ୍ରଶଂସକ ଭାରତ ସରକାରଙ୍କ ନିକଟରେ ଦାବି କରିଥିଲେ ଯେ ମାଧୁରୀଙ୍କ ଜନ୍ମଦିନକୁ ସାର୍ବଜନୀକ ଛୁଟି ଘୋଷଣା କରାଯାଉ ।

ମାଧୁରୀ ଦୀକ୍ଷିତଙ୍କ ଡେବ୍ୟୁ 1984ମସିହାରେ ଫିଲ୍ମ ‘ଅବୋଧ’ ଜରିଆରେ ହୋଇଥିଲା ।

ହିରେନ ନାଗଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମ ବକ୍ସଅଫିସରେ କିଛି ଅଧିକ ଧମାଲ କରିପାରିନଥିଲା । ଅବୋଧ ପରେ ମାଧୁରୀଙ୍କ କିଛି ଆଉ ଫିଲ୍ମ ଆସିଥିଲା, ସେସବୁ ଅସଫଳ ହୋଇଥିଲା । 1988ମସିହାରେ ଆସିଥିବା ଫିଲ୍ମ ‘ତେଜାବ’ରେ ମାଧୁରୀ ପ୍ରଥମଥର ବଲିଉଡରେ ସଫଳତାର ସ୍ଵାଦ ଚାଖିଥିଲେ । ଏନ ଚନ୍ଦ୍ରାଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମ ରେ ମାଧୁରୀଙ୍କ ବିପକ୍ଷରେ ମୁଖ୍ୟ ଚରିତ୍ରରେ ଅନିଲ କପୁର ଥିଲେ । ତେଜାବରୁ ମାଧୁରୀ ଓ ଅନିଲଙ୍କ ଯୋଡି ଏତେ ସୁପରହିଟ ହୋଇଥିଲା ଯେ ଆଗାମୀ ସମୟରେ ସେ ଦୁହେ ପ୍ରାୟ ୨୦ଟି ଫିଲ୍ମରେ ଏକସାଥିରେ କାମ କରିଥିଲେ । ତେଜାବ, ତୃଦେବ, ରାମ-ଲଖନ, ହମ ଆପକେ ହେ କୌନ, ହମ ତୁମ୍ହାରେ ହେ ସନମ, ଦିଲ ତୋ ପାଗଲ ହୈ, ଦେବଦାସ, ବେଟା, ଦିଲ, ରାଜା, ଓ ଲଜ୍ଜା ଭଳି ବହୁତ ଗୁଡିଏ ଫିଲ୍ମ ରହିଛି ଯେଉଁଥିରେ କାମ କରି ମାଧୁରୀ ଦୀକ୍ଷିତ ବହୁତ ଲୋକପ୍ରିୟତା ଅର୍ଜନ କରିଛନ୍ତି ।

ମାଧୁରୀ ଦୀକ୍ଷିତଉଚ୍ଚକୋଟୀରଅଭିନେତ୍ରୀ ହେବାସହ ଚମତ୍କାର ନୃତ୍ୟାଙ୍ଗନା ଅଟନ୍ତି ଓ ଆଜି ମଧ୍ୟ ଉଚ୍ଚକୋଟୀର ନୃତ୍ୟ କରିପାରୁଛନ୍ତି । ତାଙ୍କୁ ବାଲ୍ୟକାଳରୁ ନୃତ୍ୟ ପ୍ରତି ଆଗ୍ରହ ଥିଲା । କିନ୍ତୁ ଛୋଟବେଳେ ସେ ଅଭିନେତ୍ରୀ ନହୋଇ ଡାକ୍ତର ହେବାକୁ ଇଚ୍ଛା କରିଥିଲେ । ମାଧୁରୀ ହୁଏତ ଡାକ୍ତର ହୋଇପାରିନାହାନ୍ତି କିନ୍ତୁ ବିବାହ ଜଣେ ଡାକ୍ତରଙ୍କୁ କରିଛନ୍ତି । ତାଙ୍କ ସ୍ଵାମୀ ଡାକ୍ତର ନେନେ ଆମେରିକାରେ ଡାକ୍ତର ଅଟନ୍ତି । ମାଧୁରୀଙ୍କର ଦୁଇଟି ପୁଅ ଅଛନ୍ତି ।

ବଲିଉଡ ହିରୋଇନ ମାଧୁରୀ ଦୀକ୍ଷିତ ଯେଉଁ ସ୍ଥାନରେ ଆଜି ପହଞ୍ଚିଛନ୍ତି ସେହତରେ ବହୁତ କମ ଅଭିନେତ୍ରୀ ପହଞ୍ଚି ପାରନ୍ତି, ଆଜିର ସମୟରେ ତାଙ୍କ ପରି ପ୍ରତିଭାଶାଳୀ ଅଭିନେତ୍ରୀ ବୋଧହୁଏ କେହି ଥିବେ । ମାଧୁରୀଙ୍କୁ ସର୍ବ କୁଶଳ କହିବା ମଧ୍ୟ ଭୁଲ ହେବନି କାରଣ ସେ ଯେତିକି ସୁନ୍ଦରୀ ସେତିକି ଉନ୍ନତ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ଅଟନ୍ତି

Leave a Reply

Your email address will not be published. Required fields are marked *