December 23, 2024

Odia Express

Leading Odia News Portal of Odisha

ଅଷ୍ଟମ ଫେଲ୍ ପୁଅଟି ଠିଆ କରିଦେଲା ୨୦୦୦ କୋଟିର କମ୍ପାନୀ – ଅମ୍ବାନୀ ମଧ୍ୟ ତାଙ୍କଠୁ ପରାମର୍ଶ ନିୟନ୍ତି – ଜାଣନ୍ତୁ ରୋମାଞ୍ଚକର କାହାଣୀ

କହନ୍ତି ନା ଦୁନିଆଁରେ କିଛି ବି ଅସମ୍ଭବ ନୁହେଁ , ଖାଲି କରିପାରିବାର ମନୋବଳ ଓ ଇଚ୍ଛାଶକ୍ତି ରହିବା ଦରକାର , ସବୁ ମଣିଷକୁ ଉପରବାଲା କିଛି ଖାସ୍ ଭାବେ ବନାଇଥାନ୍ତି , ଓ ତାଙ୍କୁ ଗୋଟେ ପ୍ରକାରର ମସ୍ତିସ୍କ ଦେଇଛନ୍ତି , ଖାଲି କିଛି ଲୋକ ତାହା ବ୍ୟବହାର କରନ୍ତି ଓ ସଫଳତ ପାଇଥାନ୍ତି ଓ କିଛି ଲୋକ ବ୍ୟବହାର କରନ୍ତି ନାହିଁ ଯାହା ଦ୍ୱାରା ସେ ସବୁବେଳେ ଶ୍ରମ କରନ୍ତି ବା ଛୋଟ କାମ କରନ୍ତି , ସବୁ ବ୍ୟକ୍ତିକୁ କିଛି ବଡ ସ୍ୱପ୍ନ ଦେଖିବା ଦରକାର କାରଣ ସେ ସେହି ବଡ ସ୍ୱପ୍ନ ଦେଖିବା ଦ୍ୱାରା ସେ ସେହି ଜିନିଷକୁ ପୂରା କରିପାରେ , ବହୁତ ଲୋକଙ୍କ ମନ ପାଠପଢାରେ ଲାଗେ ନାହିଁ କିନ୍ତୁ ଗୋଟେ ଜିନିଷରେ ମନଥାଏ ଯାହା କି କାହାଠାରୁ କିଛି ଖାସ୍ ହୋଇଥାଏ , ଯେପରି ସେ ଅଭିନୟରେ ତେଜ ହୋଇପାରେ, କ୍ରିକେଟିୟର୍ କିମ୍ବା ପ୍ରଫେସନ୍ ରେ ନିପୁଣ ହୋଇଥାଏ । ଅଷ୍ଟମ ଫେଲ୍ ପୁଅ ଠିଆ କରିଦେଲେ ୨୦୦୦ କୋଟିର କମ୍ପାନୀ , ଆଜି ତାଙ୍କ ପାଖରେ ପାଠପଢା ଲୋକ ଚାକିରି କରୁଛନ୍ତି ।

ଅଷ୍ଟମ ଫେଲ୍ ପୁଅଟି ଠିଆ କରିଦେଲା ୨୦୦୦ କୋଟିର କମ୍ପାନୀ- ତ୍ରିଶାନିତ୍ ଅରୋରାଙ୍କ କମ୍ପାନୀ ଟିଏସି ସିକ୍ୟୁରିଟି ନାମରେ ଚାଲୁଛି । ଯାହା ସାଇବର୍ ସିକ୍ୟୁରିଟି କାମ କରିଥାଏ , ଆଜିର ସମୟରେ ସିବିଆଇ , ରିଲାୟନ୍ସ, ଗୁଜୁରାଟ ପୋଲିସ୍ ଓ ପଞ୍ଜାବ ପୋଲିସ୍ ଏହି କମ୍ପାନୀ ଠାରୁ ସେବା ନେଉଛନ୍ତି । ଖାଲି ଏତିକି ବି ନୁହେଁ ୨୦୧୩ ରେ ପୂର୍ବ ବିତ୍ତ ମନ୍ତ୍ରୀ ୟଶବନ୍ତ ସିଂହ୍ନା ତ୍ରିଶାନିତ୍ ଙ୍କୁ ସମ୍ମାନିତ କରିଥିଲେ । ତ୍ରିଶାନିତ୍ ହ୍ୟାକିଙ୍ଗ୍ ଉପରେ ବହୁତ ବହି ଲେଖିଛନ୍ତି , ଯେଉଁଥିରେ ହ୍ୟାକିଙ୍ଗ୍ ଟକ୍ ୱିଥ୍ ତ୍ରିଶାନିତ୍ ଅରୋରା , ଦ ହ୍ୟାକିଙ୍ଗ୍ ଇରା ଓ ହ୍ୟାକିଙ୍ଗ୍ ୱିଥ୍ ସ୍ମାର୍ଟ ଫୋନ୍ ଯେପରି ପ୍ରସିଦ୍ଧ ବହି ସାମିଲ୍ ଅଛି , ତ୍ରିଶାନିତ୍ ଅରୋରା ଏହି ସ୍ୱପ୍ନ ଅଛି କି ସେ ଏକ ବିଲିୟନ୍ ଡଲାରର କମ୍ପାନୀ ଠିଆ କରିବେ , ଏହା ପାଇଁ ସେ ପରିଶ୍ରମ ବି କରିବେ

ନିଜ କମ୍ପାନୀକୁ ଏହି ଜାଗାରେ ପହଞ୍ଚାଇବା ପାଇଁ ବହୁତ ଯତ୍ନ ବି ନେଉଛନ୍ତି , ତାଙ୍କ କମ୍ପାନୀରେ ବହୁତ ଲୋକ କାମ କରୁଛନ୍ତି । ଯେଉଁଠି ଏମ୍ ବି ଏ , ବି ଟେକ୍, ଏମ୍ ଟେକ୍ ଓ ବହୁତ ପ୍ରଫେସନାଲ୍ କୋର୍ସ କରିଥିବା ଲୋକ କାମ କରନ୍ତି , ତ୍ରିଶାନିତ୍ ଙ୍କ ଅନୁସାରେ ସେ ନିଜ କମ୍ପାନୀକୁ ମଲ୍ଟିନାଶାନାଲ୍ କରିବେ ତାହା ତାଙ୍କର ଉଦ୍ଦେଶ୍ୟ ରଖିଛନ୍ତି । ଓ ସେତେବେଳେ ତାଙ୍କ ପାଖରେ ବିଲିୟନ୍ ଡଲାରର ଟର୍ଣ୍ଣ ଓଭର୍ ହୋଇଯିବ ।

କଣ ଅଟେ ତ୍ରିଶାନିତ୍ ଅରୋରାଙ୍କ କାହାଣୀ : ୨ ନଭେମ୍ବର ୧୯୯୩ କୁ ପଞ୍ଜାବର ଲୁଧିଆନା ରେ ଜନ୍ମ ନେଇଥିବା ତ୍ରିଶାନିତ୍ ଅରୋରା ୨୪ ବର୍ଷ ବୟସରେ TAC Security କମ୍ପାନୀର ସିଇଓ ଓ ଫାଉଣ୍ତର ଅଟନ୍ତି , ତ୍ରିଶାନିତ୍ ଙ୍କ ଅନୁସାରେ ସେ ଛୁଆ ବେଳୁ ଉଚ୍ଚ ଅଭିଳାଷୀ ଥିଲେ ଓ ତାଙ୍କ ମନ ପାଠପଢାରେ ଲାଗୁନଥିଲା , ଯେତେବେଳେ ସେ ଫ୍ରି ରହୁଥିଲେ ସେ ଗେମ୍ ଖେଳିବାକୁ ବସି ପଡୁଥିଲେ । ଏହି କାରଣରୁ ତାଙ୍କ ବାପା ରାଗିକରି କମ୍ପ୍ୟୁଟରରେ ପାସୱାର୍ଡ ଲଗାଇଥିଲେ । ତ୍ରିଶାନିତ୍ ଙ୍କୁ ପାସ୍ ୱାର୍ଡ ହ୍ୟାକ୍ କରିବା ଆସୁଥିଲା , ଏହି ସବୁ ଜିନିଷ ଦେଖି ତ୍ରିଶାନିତ୍ ଙ୍କ ବାପା ତାଙ୍କୁ ଏକ ନୁଆ କମ୍ପ୍ୟୁଟର ଆଣିକରି ଦେଲେ ।

 

ଏହି ସବୁ ମଧ୍ୟରେ ସେ ଅଷ୍ଟମ କ୍ଲାସ୍ ପରୀକ୍ଷାରେ ଫେଲ୍ ହୋଇଯାଇଥିଲେ । ତ୍ରିଶାନିତ୍ ଙ୍କ ପ୍ରିନ୍ସିପାଲ୍ ତାଙ୍କ ବାପାଙ୍କୁ ଡାକିଥିଲେ ଓ ତାଙ୍କ ଆଗରେ ତ୍ରିଶାନିତ୍ ଙ୍କୁ ଗାଳିକଲେ ଏଥିରେ ତାଙ୍କ ବାପା ନିରାଶ ହୋଇ ତ୍ରିଶାନିତ୍ ଙ୍କୁ ପଚାରି ଥିଲେ କି ଜୀବନରେ କଣ ଆଗକୁ ଯାଇ କରିବ ? ଉତ୍ତରରେ ତ୍ରିଶାନିତ୍ ପାଠପଢା ଛାଡି ଦେଲେ ଓ ସବୁବେଳେ କମ୍ପ୍ୟୁଟର ପାଖରେ ସମୟ ଅତିବାହିତ କରିବାକୁ ଲାଗିଲେ ।

୨୦ ବର୍ଷ ବୟସରେ ସେ କମ୍ପ୍ୟୁଟର ଫିସିଙ୍ଗ୍ ଓ ସଫ୍ଟୱେର୍ କ୍ଲିନିଙ୍ଗ୍ ପରି ଛୋଟ ପ୍ରୋଜେକ୍ଟ କରିବାକୁ ଲାଗିଲେ , ଓ ପ୍ରଥମ ମାସରେ ତ୍ରିଶାନିତ୍ ପ୍ରାୟ ୬୦ ହଜାର କମାଇଥିଲେ । ଏହି ଉପାର୍ଜନ ପଇସାରେ ସେ ନିଜ ବିଜ୍ ନେସ୍ ରେ ଲଗାଇଥିଲେ

Leave a Reply

Your email address will not be published. Required fields are marked *