December 23, 2024

Odia Express

Leading Odia News Portal of Odisha

ଘରର ଶୁଭ ଦେବା ସମୟରେ ଏହି ସ୍ଥାନରେ ରଖିଦିଅନ୍ତୁ ଦୁଇଟି ଇଟା, ଜୀବନସାରା କରଜରୁ ମୁକ୍ତି ମିଳିବ …

କେତେକ ଉପାୟ ଏପରି ହୋଇଥାଏ ଯାହା ଥରେ କରିବାକୁ ପଡିଥାଏ ଓ ତାହାର ପ୍ରଭାବ ଜୀବନ ସାରା ମିଳିଥାଏ । ଦୁନିଆରେ ବୋଧହୁଏ ସମସ୍ତ ବ୍ୟକ୍ତି ନିଜର ଘରର ସ୍ଵପ୍ନ ଦେଖିଥାନ୍ତି , ଓ ଏଥିପାଇଁ ଘର ତିଆରି ସମୟରେ ସମସ୍ତ କଥାକୁ ବିଶେଷ ଧ୍ୟାନ ରଖନ୍ତି । କିନ୍ତୁ ଗୃହରେ ଶାନ୍ତି ବିରାଜମାନ କରୁ ଓ କେବେ କରଜ କରିବାକୁ ପଡିବନାହିଁ, ଏଥିନିମନ୍ତେ ଆପଣଙ୍କୁ କେବଳ ଏକ ଛୋଟିଆ ଉପାୟ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ବେଶୀ କିଛି ନୁହେଁ କେବଳ ଦୁଇଟି ଇଟା ଦରକାର ହେବ । ଯେବେ ଗୃହର ମୁଖ୍ୟ ଦ୍ଵାର ତିଆରି ହେଉଥିବ ଘରକୁ ପ୍ରବେଶ କରିବା ସମୟରେ ସେହି ଦ୍ଵାର ସହିତ ହେବାକୁ ଥିବା ବାମ ପଟ ପାଚେରୀରେ ଏହି ଦୁଇଟି ଇଟା ଆପଣଙ୍କୁ ଯୋଡିବାକୁ ହେବ ।

ଉପାୟ:- ସକାଳ ସମୟରେ ଶୀଘ୍ର ନିତ୍ୟକର୍ମ ସାରି ଦୁଇଟି ଇଟା ପାଣିରେ ପରିଷ୍କାର ପୂର୍ବକ ଧୋଇ ମନ୍ଦିର ଆଗରେ ରଖିଦିଅନ୍ତୁ । ତାପରେ ଏକ ପୂଜା ଡୋର ନେଇ ଗୋଟିଏ ଗୋଟିଏ କରି ପ୍ରତି ଇଟା ଉପରେ ନଅ ଥର ଲେଖାଏଁ ଗୁଡେଇ ଦିଅନ୍ତୁ । ଅଳ୍ପ ଅଷ୍ଟଗନ୍ଧ ନେଇ ତା ଉପରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ ଓ ଧୂପ ଦୀପ ଲଗେଇ ନିଜ ଘରର ଲକ୍ଷ୍ମୀ ମାନେ ପତ୍ନୀଙ୍କ ଦ୍ଵାରା ଏହି ଦୁଇଟି ଇଟା ମୁଖ୍ୟ ପ୍ରାଚୀରରେ ବାଲି ସିମେଣ୍ଟ ଦେଇ ଯୋଡି ଦିଅନ୍ତୁ । ଗୃହରେ ଉନ୍ନତି ହେବା ସହ ଆପଣଙ୍କୁ ଜୀବନ ସାରା କରଜ କରିବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *