December 23, 2024

Odia Express

Leading Odia News Portal of Odisha

ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ଚାହୁଁଛନ୍ତି ‘ଦାଦା’, କହିଦେଲେ ଶାସ୍ତ୍ରୀଙ୍କ ନିଦ ଉଡେଇବାବାଲା କଥା – ଦେଖନ୍ତୁ କଣ କହିଲେ..

ବିଶ୍ଵ କ୍ରିକେଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ପ୍ରଶିକ୍ଷକ ପଦ ବହୁତ ଶକ୍ତିଶାଳୀ ମାନ୍ୟତାପ୍ରାପ୍ତ ଅଟେ । ଯେବେ ଅଧିନାୟକ ଓ କୋଚଙ୍କ ଯୋଡି ନିର୍ମିତ ହୁଏ ତ ସମ୍ଭବତଃ ଏହାଠାରୁ ଶକ୍ତିଶାଳୀ ଯୋଡି ଆଉ ଭାରତୀୟ କ୍ରିକେଟରେ ଅନ୍ୟକେହି ହେଇପାରିବେ ନାହିଁ । ବିରାଟ କୋହଲୀ ଓ ରବି ଶାସ୍ତ୍ରୀଙ୍କ ଯୋଡି ଏହି ବିଷୟର ଶ୍ରେଷ୍ଠ ଉଦାହରଣ ଅଟେ। ଏକଥା ଅଲଗା ଯେ ଏହି ଯୋଡି ଅନେକ ବିଖ୍ୟାତ ଫଳାଫଳ ଦେବାସହ କିଛି ବିବାଦ ନିମନ୍ତେ ଚର୍ଚାରେ ରୁହନ୍ତି । କୁହାଯାଉଛି ଯେ ଯଦି କ୍ରିକେଟ ପରମର୍ଶଦାତା ସମିତି ବିରାଟ କୋହଲୀଙ୍କ ସହ ସହମତି ନହୁଅନ୍ତି ତେବେ ଏହିଠାର ଭାରତକୁ ନୂତନ ମୁଖ୍ୟ ପ୍ରଶିକ୍ଷକ ମିଳିପାରେ ।

ଦାଦା ହେବେ ନୂତନ ମୁଖ୍ୟ ପ୍ରଶିକ୍ଷକ

କୋଚ ହେବା ନିମନ୍ତେ ପ୍ରତିଯୋଗିତାରେ ଏଥର ଅନେକ ନାମ ଅଛି ଯେପରିକି ମହିଳା ଜୟବର୍ଦ୍ଧନେ, ଲାଲଚାନ୍ଦ ରାଜପୁତ, ରବୀନ ସିଂହ ଆଦିଙ୍କ ନାମ ପ୍ରମୁଖ ଅଟେ । ବର୍ତ୍ତମାନ ଦଳର କୋଚ କିଏ ହେବ ଏହା ଦୁଇ ସପ୍ତାହ ମଧ୍ୟରେ ଜଣାପଡିଯିବ । ତାପରେ ନୂତନ କୋଚଙ୍କର ଦଳ ସହ କିପରି ତାଳମେଳ ରହୁଛି ଓ ସେହି ତାଳମେଳର କିପ୍ରକାର ସାମନାକୁ ଆସୁଛି ସେଥିପାଇଁ ଅତିକମରେ ଏକବର୍ଷ ଅପେକ୍ଷା କରିବାକୁ ପଡିବ । ଏଥିମଧ୍ୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ମଧ୍ୟ ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଆବେଦନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦିଓ ଏବେ ଗାଙ୍ଗୁଲୀ କୋଚ ନିମନ୍ତେ ବ୍ୟସ୍ତ ନୁହନ୍ତି କିନ୍ତୁ ଭବିଷ୍ୟତରେ ସେ ଏହା ନିଶ୍ଚିତ କରିବାକୁ ଇଚ୍ଛୁକ ଓ ଏହା ଗାଙ୍ଗୁଲୀ ନିଜେ କହିଛନ୍ତି ।

ଦିନେ ନିଶ୍ଚିତ ଦେବି ହେଡ କୋଚ ନିମନ୍ତେ ମୋର ନାମ

ଗାଙ୍ଗୁଲୀ କହିଛନ୍ତି ଯେ ଆଉ ଗୋଟିଏ ପାଳି ଯିବାକୁ ଦିଅନ୍ତୁ ତାପରେ ମୁଁ ନିଜ ନାମ ଟିମ ଇଣ୍ଡିଆର କୋଚ ପଦ ନିମନ୍ତେ ପ୍ରସ୍ତାବିତ କରିବି । ଗାଙ୍ଗୁଲୀ ଏକ କାର୍ଯ୍ୟକ୍ରମ ରେ କହିଲେ ଯେ –‘ଏବେ ମୁଁ ଆଇପିଏଲ, ବେଙ୍ଗଲ କ୍ରିକେଟ ଆସୋସିଏସନ, ଟିଭି କମେଣ୍ଟ୍ରି ଭଳି କାର୍ଯ୍ୟରେ ବ୍ୟସ୍ତ ଅଛି । କିନ୍ତୁ ଯଦି ମୋତେ ନିର୍ବାଚିତ କରିବାର ଆଶ୍ଵାସନ ଦିଆଯିବ ତେବେ ମୁଁ କେବେ ନା କେବେ ନିଶ୍ଚିତ ନିଜର ନାମ କୋଚ ପାଇଁ ଦେବି। ଏବେ ନୁହେଁ କିନ୍ତୁ ଭବିଷ୍ୟତରେ ଏପରି ନିଶ୍ଚିତ ହେବ ।

 

Leave a Reply

Your email address will not be published. Required fields are marked *