ମୋଦୀ-ଶାହାଙ୍କ ବନ୍ଧୁତା ଉଦାହରଣ ଅଟେ , ଦୁହେଁ ସବୁ ସମୟରେ କରିଛନ୍ତି ପରସ୍ପରର ସହାୟତା – ତାଙ୍କ ବନ୍ଧୁତା ସମସ୍ତେ ପଢିବା ଦରକାର..
କାଲି ମିତ୍ରତା ଦିବସ ଥିଲା । ଭାରତର ସଂପୂର୍ଣ୍ଣ କ୍ଷମତା ଯେଉଁ ଦୁଇଜଣ ଲୋକଙ୍କ ହାତରେ ଅଛି ସେମାନେ ମଧ୍ୟ ଅନ୍ତରଙ୍ଗ ବନ୍ଧୁ ଅଟନ୍ତି । ହଁ ଆଜ୍ଞା ! ଆମେ କହୁଛୁ ମୋଦୀ ଓ ଶାହାଙ୍କ କଥା । ଏମିତିରେ ତ ମୋଦୀ ଓ ଶାହାଙ୍କ ବୟସରେ ବହୁତ ଅନ୍ତର ରହିଛି କିନ୍ତୁ ଦୁହିଁଙ୍କ ବନ୍ଧୁତା ଖୁବ ଗଭୀର ଅଟେ ।ମୋଦୀଙ୍କର ଯେତେ ବି ନିକଟତର ଲୋକ ଅଛନ୍ତି ସେମାନେ କୁହନ୍ତି ଯେ ମୋଦୀ ଏମିତି ତ ସମସ୍ତଙ୍କୁ ଭରସା କରନ୍ତି ନାହିଁ ଓ କରନ୍ତି ତ ଠିକ ରେ କରନ୍ତି । ମୋଦୀ ଆଜି ଯାହା ଉପରେ ସବୁଠାରୁ ଅଧିକ ଭରସା କରନ୍ତି ସେ ହେଲେ ଅମିତ ଶାହା । ଆଜି ଦୁହେଁ ଦେଶର ରାଜନୀତି ରେ ଏକପଥର ଯାତ୍ରୀ ହୋଇସାରିଛନ୍ତି ।କେତେ ପୁରୁଣା ମୋଦୀ ଶାହା ଙ୍କ ବନ୍ଧୁତା: ମୋଦୀ ଶାହାଙ୍କ ବନ୍ଧୁତା ଆପଣମାନଙ୍କ ଦୃଷ୍ଟିରେ 10-15ବର୍ଷର ହୋଇଥିବ କିନ୍ତୁ ଏପରି ନୁହେଁ । ମୋଦୀ ଓ ଶାହାଙ୍କ ବନ୍ଧୁତା ପ୍ରାୟ 37ବର୍ଷ ପୁରାତନ ଅଟେ ।
କେବେ ସାକ୍ଷାତ ହୋଇଥିଲା : କଥା ୮୦ଦଶକର ଅଟେ । ପ୍ରାରମ୍ଭରେ ଦୂହିଁଙ୍କ ସାକ୍ଷାତ – ଆରଏସଏସ ଯୋଗୁ ହୋଇଥିଲା । ମୋଦୀ ଆରଏସଏସ ର ପ୍ରଚାରକ ଥିଲେ ଓ ଅମିତ ଶାହା ଆରଏସଏସ ର ଯୁବ କାର୍ଯ୍ୟକର୍ତ୍ତା ଥିଲେ । ୧୯୮୪ରେ ଦୁହେଁ ନିକଟତର ହୋଇଥିଲେ ଯେବେ ମୋଦୀଙ୍କୁ ଅହମଦାବାଦ ଜିଲ୍ଲାର ପ୍ରଚାରକ କରାଯାଇଥିଲା ଓ ଶାହା ବିଜେପି ର ଆକ୍ଟିଭ ସଦସ୍ୟ ହେଲେ ।
ଅମିତ ଶାହାଙ୍କ ବିଚାର ଓ ପରାମର୍ଶ ମୋଦୀଙ୍କୁ ବହୁତ ପସନ୍ଦ ଆସିଥିଲା । ୧୯୮୬ରେ ନରେନ୍ଦ୍ର ମୋଦୀ ଗୁଜୁରାଟର ବିଜେପିର ସଚିବ ନିର୍ବାଚିତ ହେବାପରେ ଅମିତ ଶାହାଙ୍କୁ ବଡ ଦାୟିତ୍ଵ ମିଳିଲା । ଯେପରିକି ବୁଥ ପରିଚାଳନା ଓ ରଣନୀତି ପ୍ରସ୍ତୁତ କରିବା। ୧୯୯୬ରେ ଯେବେ କେଶୁଭାଇ ପଟେଲଙ୍କ ବିରୁଦ୍ଧରେ ଯିବାଯୋଗୁ ମୋଦୀଙ୍କ ଖରାପ ସମୟ ଆସିଥିଲା , ସେହି ସମୟରେ ମଧ୍ୟ ଶାହା ମୋଦୀଙ୍କ ସହ ଥିଲେ । ୨୦୦୧ରେ ମୋଦୀ ଗୁଜୁରାଟ ରାଜନୀତିରେ ନିଜର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କଲେ। ମୋଦୀ CM ହେଲେ, ସେହି ସମୟରେ ୩୮ବର୍ଷୀୟ ଅମିତ ଶାହା ଏପରି ଯୁବନେତା ହେଲେ ଯାହାଙ୍କୁ କ୍ୟାବିନେଟରେ ମହତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଲା ।
୨୦୦୩ରେ ଯେବେ ଗୁଜୁରାଟରେ ଦ୍ଵିତୀୟଥର ନିମନ୍ତେ ସରକାର ଗଠନ କଲେ, ତେବେ ଅମିତ ଶାହାଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କଲେ ଓ ଗୃହ ମନ୍ତ୍ରାଳୟ ସହିତ ଅନେକ ଦାୟିତ୍ଵ ସମର୍ପିଥିଲେ । ତା ପରେ ଅମିତ ଶାହା ବହୁତ ଶୀଘ୍ର ନରେନ୍ଦ୍ର ମୋଦୀଙ୍କ ସବୁଠାରୁ ନିକଟତମ ହୋଇଗଲେ । ୨୦୧୦ରେ ସୋହରବୁଦ୍ଧିନ ମୁକାବିଲା ମାମଲାର ଯାଞ୍ଚ ଅମିତ ଶାହାଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା ତ ନରେନ୍ଦ୍ର ମୋଦୀ ତାଙ୍କ ସମର୍ଥନରେ ଠିଆ ହୋଇଗଲେ । ଜେଲ ଜୀବପରେ ମୋଦୀ ଶାହାଙ୍କ ପରିବାରର ଦେଖାଶୁଣା କଲେ ।
୨୦୧୪ରେ ନରେନ୍ଦ୍ର ମୋଦୀ BJPର ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ଆଶାୟୀ ପ୍ରାର୍ଥୀ ହେଲେ । ଅମିତ ଶାହା ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନ ୨୦୧୪ରେ ଭାଜପା ବିଜୟ ନିମନ୍ତେ ପ୍ରମୁଖ ରଣନୀତିକାର ଓ ବ୍ୟକ୍ତିତ୍ବ ହୋଇ ବାହାରିଲେ । ନିର୍ବାଚନ ଜିତିବା ପରେ ମୋଦୀ ଶାହାଙ୍କ ଉପରେ ପୁଣିଥରେ ନିଜର ବିଶ୍ଵାସ ଦେଖାଇଲେ ଓ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାହେଲା ।
୨୦୧୯ର ଲୋକସଭା ନିର୍ବାଚନରେ ମିଳିଥିବା ବିଜୟ ପରେ ମୋଦୀ ଅମିତ ଶାହାଙ୍କୁ ଗୃହମନ୍ତ୍ରୀ ଦାୟିତ୍ଵ ଦେଲେ ଓ ରାଜନୀତିରେ ତାଙ୍କର ପ୍ରତିଷ୍ଠା ଆହୁରି ବୃଦ୍ଧି କଲେ । ଏବଂ ଏବେ ଏହି ଯୋଡି ଦେଶରେ ଏକ ନୂତନ କ୍ରାନ୍ତି ଆଣିବା ଦିଗରେ କାମ କରିବା ଆରମ୍ଭ କରିସାରିଛନ୍ତି ।