ଦୋକାନୀ ଭିକାରୀକୁ ଚା ଦେବାକୁ ମନାକରିଦେଲା, ତାପରେ ଯାହା ହେଲା ଆପଣ ଜାଣିଲେ…
ସମସ୍ତଙ୍କ ସାମ୍ନାରେ ହାତ ବଢେଇ ଭିକ ମାଗୁଥିବା ଭିକାରିମାନଙ୍କୁ ଆପଣ ସବୁ ଗଳି, ଛକ ରେ ଦେଖୁଥିବେ । କିନ୍ତୁ କେବେକେବେ ଏମିତି ମଧ୍ୟ ହୋଇଥାଏ ଯେ ଯେପରି ଦେଖାଯାଉଛି ସେ ସେପରି ହୋଇନଥାଏ । ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭାଇରାଲ ହେଉଥାଏ । ଆଜି ଆମେ ଆପଣଙ୍କୁ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣଙ୍କ ଚେତା ହଜିଯିବ । ମୁମ୍ବାଇର ଏକ ଚା ଦୋକାନୀ ଭିଖାରୀକୁ ଚା ଦେବାକୁ ମନା କରିଦେବାରୁ ଭିକାରି ଏପରି ରୂପ ଦେଖେଇଲ ଯାହା ପରେ ଦୋକାନୀ ତାର ପାଦତଳେ ପଡିଗଲା । ଏହି ଭିଡିଓ ରେ ସେ ଚା ପିଇବା ପାଇଁ ଗୋଟିଏ ଚା ଦୋକାନରେ ଛିଡାହୋଇଛି ଯେଉଁଥିରେ ଗୋଟିଏ ଲୋକ ତାସହ ପ୍ରଶ୍ନ ଉତ୍ତର କରିବା ସହ ତାର ଏହି ଭିଡିଓ କରୁଛି ।
ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ସହ ଜେନ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି , କିଏ କହୁଛି ଯେ ଭିକାରିଙ୍କ ପାଖରେ ଟଙ୍କା ନାହିଁ ବୋଲି , ପ୍ରକୃତରେ ଏହି ଭିକାରି ଗୋଟିଏ ଚା ଦୋକାନକୁ ଚା ପିଇବାକୁ ଆସିଥିଲା । ଚା ଦୋକାନରେ ଭିଡ ଥିଲା , ଭିକାରୀକୁ ଦେଖି ଦୋକାନୀ ତାକୁ ସେଠାରୁ ଚାଲିଯିବାକୁ କହିଲା । ଭିକାରୀକୁ କ୍ରୋଧ ଆସିଲା, ଓ ସେ ନିଜ ପୋଷାକ ମଧ୍ୟରୁ ଟଙ୍କା ବାହାରକାରୀ ଦେଖାଇଲ ।
ଏହା ଦେଖିବା ପରେ ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେହି ଭିକାରି ପାଖରେ ନୋଟର ବଣ୍ଡଲ ସବୁ ଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଭିକାରି ପାଖରେ ଛୋଟବଡ ନୋଟ ର ବଣ୍ଡଲ ଏତେ ଥିଲା ଯେ ଲୋକମାନେ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ଦୋକାନୀ ସେହି ଭିକାରି ପାଖକୁ ଗଲା ଓ ତାକୁ ହାତ ଯୋଡିବାକୁ ଲାଗିଲା ଓ ନତମସ୍ତକ ହେଲା ।
ଭିଡିଓରେ ଭିକାରି ପ୍ରଥମେ ଚାବାଲା କୁ 100-100ର ନୋଟ ବଣ୍ଡଲ ବାହାରକରି ଦେଖାଇଲ । ଏହାପରେ 20,50,100,500 ଓ 2000 ଟଙ୍କାର ବଣ୍ଡଲ ଥରଥର କରି ଦେଖାଇଲ । କେବଳ ଏତିକି ନୁହେଁ ସେ ନିଜ ପକେଟରେ ହାତବାଡେଇ ପଇସା ଶବ୍ଦ ସେଠାରେ ଥିବା ଲୋକମାନଙ୍କୁ ଶୁଣେଇଲା । ଏହାପରେ ଦୋକାନୀ ଭିକାରିକୁ ନିଜର ଦୋକାନରେ ବସେଇଲା ଓ ଚା ପିଇବାକୁ ନିମନ୍ତ୍ରଣ କଲା।
ଏହାକୁ ଦେଖି ସମସ୍ତେ ଭିକାରି ସହ କରମର୍ଦ୍ଦନ କଲେ ଓ ତାସହ ଫଟୋ ଉଠେଇଲେ । ଜଣେଇଦେଉଛୁ ଯେ ଏହି ଭିକାରି ମାନସିକ ରୋଗୀ ଅଟେ ଓ ଅଳିଆରୁ ବୋତଲ ପ୍ରଭୃତି ଜିନିଷ ବିକି ଆୟ କରିଥାଏ । ଏହାଛଡା ଲୋକଙ୍କୁ ମାଗିଥିବା ପଇସା ସବୁ ଦୋକାନୀଙ୍କ ଠାରୁ ବଦଳେଇ ନୋଟର ବଣ୍ଡଲ କରି ରଖିଥିଲା ।
https://www.facebook.com/newstracklive/videos/641894196330145/