December 23, 2024

Odia Express

Leading Odia News Portal of Odisha

ବାହାରକୁ ବାହାରିଥିବା ବେହେଡା ଦାନ୍ତକୁ ଭିତରକୁ ଓ ସିଧା କରିବାର ତରିକା ..ଏବେ ହିଁ ଯାଣିନିୟନ୍ତୁ..

ଦାନ୍ତ ଆପଣ ଚେହେରାକୁ ସୁନ୍ଦରତା ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି , ଯେବେ ଆପଣ ହସିଥାନ୍ତି ତେବେ ଆପଣ ଚିକ୍ ଚିକ୍ କରୁଥିବା ଦାନ୍ତ ଚେହେରାର ସୁନ୍ଦରତା ବଢାଇଥାଏ , ଜଣେ ବ୍ୟକ୍ତିର ଦାନ୍ତ ଜୀବନରେ କେବଳ ଦୁଇଥର ଉଠିଥାଏ , ଯେବେ ଛୁଆବେଳରେ ଦାନ୍ତ ଗଳିପଡିବାପରେ ଆଉଥରେ ଉଠିଥାଏ , ଓ କିଛି ଲୋକଙ୍କର ଦାନ୍ତ ସିଧା ହେବା ପରିବର୍ତ୍ତେ ଭିତର ପଟକୁ ରହି ବାହାର ପଟୁ ବଙ୍କା ଉଠିଥାଏ , ଯାହା ଦେଖିବାକୁ ଭଲ ଲାଗିନଥାଏ , ଯାହା କାରଣରୁ ବହୁତ ଯାଗାରେ ଲଜ୍ଜିତ ହୋଇଥାନ୍ତି ।ବଙ୍କା ବଙ୍କି ଦାନ୍ତ ହୋଇଥିବାରୁ ଆମକୁ ଦାନ୍ତ ଘସିବାରେ ଅସୁବିଧା ଦେଖାଦେଇଥାଏ , ଯାହା ଦ୍ୱାରା ଦାନ୍ତର ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ , ଆଜି ଆମେ ଆପଣଙ୍କୁ ଦାନ୍ତକୁ ସିଧା କରିବାର ଉପାୟ କହିବାକୁ ଯାଊଛୁ ।

 

ଦାନ୍ତ ବିଶେଷଜ୍ଞଙ୍କ ପାଖକୁ ଯାଇକରି ଦାନ୍ତରେ ତାର ଲଗାଇଲେ ଏହା ସିଧା ହୋଈଯାଏ , ଏହି ତାର ଦୁଇ ପ୍ରକାରର ଅଛି , ଗୋଟେ ହେଲା ଟେମ୍ପୋରାରୀ ଓ ଆଉ ଗୋଟିଏ ହେଲା ସବୁଦିନ ପାଇଁ , ଏହି ଟେକନିକ୍ ଦ୍ୱାରା ଏହି ତାରକୁ ଦାନ୍ତ ଉପରେ ଟାଇଟ୍ ରେ ବନ୍ଧାଯାଈଥାଏ , ଏମିତି କଲେ ଦାନ୍ତ ଉପରେ ପ୍ରେସର ରୁହେ । ଏହା ଛୁଆ ଓ ଯୁବକମାନଙ୍କ ପାଇଁ ବହୁତ ପ୍ରଭାବଶାଳୀ ହୋଇଥାଏ , କମ୍ ବୟସ ସମୟରେ ଦାନ୍ତ ଗୁଡିକ ଏତେ ପରିପକ୍ୱ ହୋଇନଥାଏ ସେଥିପାଇଁ ତାର ଦ୍ୱାରା ସେ ଠିକ୍ ହୋଇଯାଏ , ଏହି ଉପାୟ ଦ୍ୱାରା ଆପଣଙ୍କ ଦାନ୍ତ ମଧ୍ୟରେ ଥିବା ଗ୍ୟାପ୍ କୁ ଦୁର କରିପାରିବେ ।

 

ଦାନ୍ତରେ ତାର ଲଗାଇବା ଟିକେ ଖର୍ଚ୍ଚ ହୋଇଥାଏ , ତାହା ସହ ବି ଏହା ଦାନ୍ତ ଗୁଡିକ ଭଲ ଦେଖାଯାଏ ନାହିଁ , ଆପଣ ଚାହିଁଲେ ବିନା ତାର ଲଗାଇ ଏହାକୁ ଭିତରୁ କରିପାରିବେ , ଯଦି ଆପଣଙ୍କ ଦାନ୍ତ ବେଶୀ ବାହାରକୁ ବାହାରିନାହିଁ ତେବେ ତାର ଲଗାଇବା ଉଚିତ୍ ନୁହେଁ , ସବୁଦିନ ସକାଳୁ ନିଜ ଜିଭ ଦ୍ୱାରା ଦାନ୍ତକୁ ପ୍ରେସର ଦିଅନ୍ତୁ , ଏହି ତରିକା କାମ କରିଥାଏ , ଏଥିପାଇଁ ଆପଣଙ୍କୁ ବହୁତ ଦିନ ଯାଏଁ ଅପେକ୍ଷା କରିବାକୁ ହେବ , ତାହା ସହ ଏହି ତରିକା ଆପଣଙ୍କୁ ସେହି ଲୋକଙ୍କ ପାଇଁ ଉପଯୁକ୍ତ ହୋଇଥାଏ , ଯିଏ କେଉଁ ଗମ୍ଭୀର ସମସ୍ୟା ହୋଇନାହିଁ , କିନ୍ତୁ ଏହି ସବୁ ଉପାୟ କରିବା ପୂର୍ବରୁ ପ୍ରଥମେ ଏକ ଡେନଟିଷ୍ଟଙ୍କ ସହ ପରାମର୍ଶ ନେଇକରି କରନ୍ତୁ ।

Leave a Reply

Your email address will not be published. Required fields are marked *