December 22, 2024

Odia Express

Leading Odia News Portal of Odisha

ବୟଫ୍ରେଣ୍ଡ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଥିଲା ଏହି ଝିଅଟି , ଟଙ୍କା ଅଭାବ ହେବାରୁ ମାଲିକଙ୍କ କୋଠରି ଭିତରେ କରିଥିଲା ଏହି କାମ ଯେ..

କୁହନ୍ତି ଯେ ଗାର୍ଲଫ୍ରେଣ୍ଡ ରଖିବା ବହୁତ ଖର୍ଚ୍ଚୀ କାମ ଅଟେ । ସାଧାରଣତଃ ଦେଖାଯାଏ ଯେ ପୁଅ ନିଜର ପ୍ରେମିକା ଉପରେ ଇଆଡୁସିଆଡୁ ଟଙ୍କା ଖର୍ଚ୍ଚ କରନ୍ତି । ତାଙ୍କର ଶଉକ ପୂରଣ କରିବାଠାରୁ ଆରମ୍ଭ କରି ଦାମୀ ଉପହାର ଦେବାପର୍ଯ୍ୟନ୍ତ କାମ ପୁଅ କରିଥାଏ । କିଛି ଘଟଣାରେ ପୁଅ ପ୍ରେମରେ ଏତେ ପାଗଳ ହୋଇଯାଏ ଯେ ବେଆଇନ କାମ ମଧ୍ୟ କରିବସେ । ପ୍ରେମିକା ଚକ୍କରରେ ଅପରାଧ କରୁଥିବା ପ୍ରେମିକ ବିଷୟରେ ତ ଆପଣମାନେ ଅନେକଥର ଶୁଣିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଓଲଟା ଘଟଣା କହିବାକୁ ଯାଉଛୁ ଯେଉଁଥିରେ ଜଣେ ପ୍ରେମିକା ନିଜର ପ୍ରେମୀର ଶଉକ ପୂରଣ କରିବା ଚକ୍କରରେ ଚୋରଣୀ ହୋଇ ଜେଲ ଚାଲିଯାଇଛି ।

 

ଘଟଣା ଉତ୍ତରପ୍ରଦେଶର ମିରଟର ଅଟେ । ଏଠାକାର ଗୋବିନ୍ଦ ପ୍ଲାଜା ସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ ଜଣେ ଝିଅ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲା । ଝିଅଟି ମୂଳ ରୂପରେ କଙ୍କରଖେଡାର ବାସିନ୍ଦା ଥିଲା । ଏବେ ଦୁଇମାସ ହେବ ତାର କମ୍ପାନୀରେ ଚାକିରି ହୋଇଥିଲା । ଯଦିଓ ଝିଅଟି ଯେବେଠାରୁ ଏହି ଅଫିସ ରେ ଚାକିରି କରିବା ଆରମ୍ଭ କଲା ସେବେଠାରୁ ଅଫିସରେ ଥିବା ନଗଦ ଟଙ୍କା ଗାୟବ ହେବାରେ ଲାଗିଲା ।

ଗତ ରବିବାରର କଥା କମ୍ପାନୀର ମାଲିକ ଲକ୍କି ଶେଠୀ ଅଫିସର ସିନ୍ଦୁକ

ରେ କିଛି ଟଙ୍କା ରଖିଥିଲେ, ଯେତେବେଳେ  କିଛି ଘଣ୍ଟା ପରେ ପୁଣିଥରେ ସେ ସେହି ଟଙ୍କା ନେବାକୁ ଆସିଲେ ତ ସେଥିରୁ ୪୫୦୦ଟଙ୍କା କାମ ଥିଲା । ଏ ବିଷୟରେ ମାଲିକ ଆସିଷ୍ଟାଣ୍ଟ ଥିବା ଝିଅକୁ ପଚାରିଲେ କିନ୍ତୁ ସେ ଠିକରେ କିଛି ଉତ୍ତର ଦେଇପାରିନଥିଲା ଏପରି ଅଫିସରେ ଟଙ୍କା ଗାୟବ ହେବା କିମ୍ବା କାମ ହେବା ବିଗତ ଦୁଇମାସରୁ ଚାଲିଥିଲା । ଏହାଦ୍ୱାରା କମ୍ପାନୀ ମାଲିକ ବିରକ୍ତ ହୋଇ ଏହାର ଅଭିଯୋଗ ପୋଲିସରେ କରିଲେ ।

 

ଯେବେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କଲା ତେବେ ଜଣାପଡିଲା ଯେ ଅଫିସର ସିନ୍ଦୁକରୁ ଟଙ୍କା ଗାୟବ କରୁଥିବା ଅପରାଧୀ ଅଫିସର ଆସିଷ୍ଟାଣ୍ଟ ଝିଅଟି ଅଟେ । ଝିଅଟି ଏହି ସିନ୍ଦୁକର ନକଲି ଚାବି କରିରଖିଥିଲା । ଏହାଦ୍ୱାରା ତାର ମାଲିକ ଯେବେ ବି ଅଫିସରୁ ବାହାରକୁ ଯାଉଥିଲେ ସେ ସେଥିରୁ କିଛି ଟଙ୍କା ଉଡେଇ ନେଉଥିଲା । ସୂଚନା ଅନୁଯାୟୀ ଝିଅଟି ବିଗତ ଦୁଇମାସ ହେବ ଏହିଭଳି ପ୍ରାୟ ୧.୭୫ଲକ୍ଷ ଟଙ୍କା ଗାୟବ କରିଥିଲା ।

ପୋଲିସକୁ ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡିଲା ଯେ ସିନ୍ଦୁକର ନକଲି ଚାବି ତାର ବୟଫ୍ରେଣ୍ଡ ତିଆରି କରିଥିଲା । ଝିଅଟି କହିଲା ଯେ ସେ ଏପରି ନିଜର ବୟଫ୍ରେଣ୍ଡ ଉପରେ ଖର୍ଚ୍ଚ କରିବା ପାଇଁ କରୁଥିଲା । ପୋଲିସ ଚୋରୀ କେସ ଦରଜ କରି ଝିଅଟିକୁ ଗିରଫ କରିଥିଲା ।

ଏପରେ ସୋସିଆଲ ମିଡିଆରେ ଏହି ଖବର ଶୁଣିଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କିଛି ପୁଅ ଥଟ୍ଟାରେ ଏହାମଧ୍ୟ କହୁଛନ୍ତି ଯେ ଏଭଳି ଖର୍ଚ୍ଚ କରୁଥିବା ଗାର୍ଲଫ୍ରେଣ୍ଡ କିଏ ଆମକୁ ଦିଅନ୍ତା କି । ପୁଣି କିଏ ଜଣେ କହିଲେ ଯେ ମୋର ଗାର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଏହି ଝିଅ ଠାରୁ କିଛି ଶିଖିବା ଆବଶ୍ୟକ । ସବୁବେଳେ ମୁଁ ହିଁ ତାପାଇଁ ଟଙ୍କା ଖର୍ଚ୍ଚ କରୁଛି । ଛାଡନ୍ତୁ ,ମଜା ନିଜ ଜାଗାରେ କିନ୍ତୁ ଏହି ଚୋରୀ ମାମଲା ଏକ ଅପରାଧ ଅଟେ ଯାହାର ସଜା ସମସ୍ତଙ୍କୁ ମିଳିଥାଏ । ଏଥିପାଇଁ ଆପଣ ଖର୍ଚ୍କ ସେତିକି କରନ୍ତୁ ଯେତିକି ଆପଣଙ୍କ ପକେଟରେ ଅଛି । ଚୋରୀ କିମ୍ବା ଅନ୍ୟ କୌଣସି ଅପରାଧ ଆପଣଙ୍କୁ ଜେଲ ପହଞ୍ଚେଇବା ଛଡା ଆଉ କିଛି କରିପାରିବ ନାହିଁ ।

Leave a Reply

Your email address will not be published. Required fields are marked *