September 20, 2024

Odia Express

Leading Odia News Portal of Odisha

୨୯ ଜୁଲାଇ ୨୦୧୯ ଶ୍ରାବଣ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଏହି ୨ଟି ରାଶିକୁ ବିଶେଷ କୃପା କରିବେ

ମେଷ : ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ । ଆଜି ଆପଣଙ୍କୁ ଆପଣଙ୍କ ପରିବାରର ପୂରା ସହଯୋଗ ମିଳିବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଧାର୍ମିକ ବିଚାର ସହିତ ଧାର୍ମିକ କାର୍ଯ୍ୟ ଉପରେ ମଧ୍ୟ ଖର୍ଚ୍ଚ ହେବ। ଅଧିକ ବାଦ-ବିବାଦରେ ପରିବାରର ବାତାବରଣ ଖରାପ ହୋଇପାରେ। ପରିଜନମାନଙ୍କ ତରଫରୁ ଆପଣଙ୍କୁ ଅସୁବିଧା ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ମନ ଚିନ୍ତାମୁକ୍ତ ହୋଇପାରେ। ଆଜି ଭାଗ୍ୟବୃଦ୍ଧି ଯୋଗ ଅଛି।ପ୍ରତିକାର-ଛୋଟପିଲାକୁ ଚକୋଲେଟ୍‌ ଦିଅନ୍ତୁ ।

ବୃଷ : ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ । ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। କାର୍ଯ୍ୟରେ ସଫଳତା ମିଳିବାରରୁ ଆଜି ଆପଣ ଆନନ୍ଦିତ ରହିବେ। ଆପଣଙ୍କ ଯଶ କୀର୍ତ୍ତିରେ ବୃଦ୍ଧି ହେବ। ପରିବାରର ବାତାବରଣ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ଅନୁଭବ କରିବେ। ବ୍ୟାପାର ଏବଂ ଭାଗିଦାରୀରେ ଲାଭ ହେବ।ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।

ମିଥୁନ : ଆଜି ଆପଣ ମାନସିକ ଶାନ୍ତିରୁ ବଞ୍ଚିତ ରହିବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଭାଗନେଲେ ବହୁତ ଉତ୍ତମ । ପରିବାର ସଦସ୍ୟ କିମ୍ବା ସାଥିମାନଙ୍କ ସହ ବାହାରେ ଭ୍ରମଣ କରନ୍ତୁ । କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ଲେଖନୀକାର୍ଯ୍ୟ ଏବଂ ସୃଜନାତ୍ମକ ପ୍ରବୃତ୍ତି ପାଇଁ ଆଜିର ଦିନ ଶୁଭଅଟେ। ବୌଦ୍ଧିକ ଚର୍ଚ୍ଚାରେ ଲାଭ ନେବା ପାଇଁ ମଧ୍ୟ ଆଜି ଆପଣ ଭାବି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାରେ ଆପଣଙ୍କୁ ସଫଳତା ମିଳିବ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ।ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।

କର୍କଟ : ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ । ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ । ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆର୍ଥିକ ମାମଲାର ଆୟୋଜନ ହେବ। ବସ୍ତ୍ରାଭୂଷଣ ଏବଂ ସୌନ୍ଧର୍ଯ୍ୟ ଦ୍ରବ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ। ମାତାଙ୍କଠାରୁ ଲାଭ ହେବ। ମଧ୍ୟାହ୍ନ ପରେ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ନୂଆ କାମର ଆରମ୍ଭ ବୁଝି ବିଚାରି କରନ୍ତୁ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ସିଂହ :ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ । କୌଣସି ଆତ୍ମୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆଜି ନିଜ ତରଫରୁ ନିଜ ସମ୍ପର୍କକୁ ସୁଧାରିବାକୁ ଚ଼େଷ୍ଟା କରନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖି ଏହାର ଆରମ୍ଭ କରନ୍ତୁ । ସଠିକ୍ ସମୀକ୍ଷା ଦ୍ୱାରା ଆପଣଙ୍କୁ ସହାଯ୍ୟ ମିଳିବ । ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଗଭୀର ଚିନ୍ତନଶକ୍ତି ଏବଂ ଆଧ୍ୟାତ୍ମିକତା ଦୁଇଟିରେ ଆପଣଙ୍କ ମନ ବୁଡ଼ି ରହିବ। ନକାରାତ୍ମକ ବିଚାରକୁ ମନରୁ ବାହାର କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କୋର୍ଟ-କଚେରୀର କାର୍ଯ୍ୟ ଆଜି ସମ୍ଭାଳିକରି କରନ୍ତୁ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

କନ୍ୟା :  ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ଆଜି ଆପଣ ନିଜ ମନ ଖୁସିରଖନ୍ତୁ, ଛୋଟ ବଡ଼ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଯୁକ୍ତି କରିବା ମୁଡ଼ରେ ଲାଗୁଛନ୍ତି, ତଥାପି ଆପଣ ସବୁକିଛି ସମ୍ଭାଳି ନେବେ । ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ପ୍ରେମ ଏବଂ ଆନନ୍ଦ ବଢ଼ିବ। ସାମାଜରେ ଆପଣଙ୍କୁ ଯଶ-କୀର୍ତ୍ତି ମିଳିବ। ବ୍ୟାପାରରେ ଲାଭ ହେବ। ପର୍ଯ୍ୟଟନର ଆୟୋଜନ ଆପଣ କରିବେ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ତୁଳା : ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଭଲ ପରିଣାମ ଉପରେ ଧ୍ୟାନ ଦେବେ । ଆଜି ଆପଣ ପୂରା ଜୋରସୋରରେ ନିଜ କାମ ଆରମ୍ଭ କରନ୍ତୁ । ଆଜି ଆପଣଙ୍କ ମନ ଶାନ୍ତ ରହିବ ଏବଂ ସ୍ଵାସ୍ଥ୍ୟ ଉତ୍ତମ ରହିବ। ପାରିବାରିକ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ବ୍ୟାବସାୟରେ ଆପଣଙ୍କୁ ଯଶ ମିଳିବ। ଆପଣଙ୍କ କାର୍ଯ୍ୟ ପ୍ରତ୍ୟେକଙ୍କ ତରଫରୁ ପ୍ରଶଂସା ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର-କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା : ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ । ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ସ୍ଵାସ୍ଥ୍ୟରେ କିଛି ପରିବର୍ତ୍ତନନ ଆସିପାରେ। ଧନର ଅଧିକ ବ୍ୟୟ ହୋଇପାରେ। ସନ୍ତାନର ଭବିଷ୍ୟତର ଚିନ୍ତା ରହିବ। ଆପଣଙ୍କ କାର୍ଯ୍ୟରେ ସଫଳତା ଦୃଷ୍ଟିଗୋଚର ହେବାରରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟାପାରରେ ବାତାବରଣ ଅନୁକୂଳ ରହିବ।ପ୍ରତିକାର-ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ।

ଧନୁ : ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଘରେ କିଛି ସମୟରୁ ଚାଲୁଥିବା ସମସ୍ୟା ଗୁଡିକ ସମାପ୍ତ ହୋଇଯିବ । ଶାନ୍ତି ବାଗେଇ ରଖିବା ଚେଷ୍ଟା ଏବେ ରଂଗ ଆଣି ଘରେ ବଦଳୁ ଥିବା ଏହି ଶାନ୍ତି ପୂର୍ଣ୍ଣ ବାତା ବରଣ ପାଇଁ ଆପଣଙ୍କୁ ଈଶ୍ୱରଙ୍କୁ ଧନ୍ୟବାଦ କରିବା ଉଚିତ । ଆଜିର ଦିନ ମନକୁ ଶାନ୍ତ ଏବଂ ପ୍ରଫୁଲ୍ଲିତ ରଖିବା ପାଇଁ ଈଶ୍ଵରଙ୍କର ନାମ ସ୍ମରଣ ଏକମାତ୍ର ଉପାୟଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କୃତ୍ୟ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆର୍ଥିକ ଅସୁବିଧା ହୋଇପାରେ। ଆମୋଦ-ପ୍ରମୋଦ ପଛରେ ଧନ ବ୍ୟୟ ହୋଇପାରେ। ପ୍ରତିକାର-ଘରୁ ବାହାରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ମକର : ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ । କାହା ସହିତ ଧନ ସମ୍ବନ୍ଧିତ ବ୍ୟବହାର ନ କରିବା ତଥା କୌଣସି ବିବାଦରେ ନ ପଡ଼ିବା ପାଇଁ ଉପଦେଶ। ମନ ଏକାଗ୍ର କରିବାର ପ୍ରୟାସ କରନ୍ତୁ। ଆଜି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ। ମିତ୍ରମାନଙ୍କର ଉପହାର ଆଦି ମିଳିବ।ପ୍ରତିକାର-କାହାରିଠାରୁ ମାଗଣା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ । ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ । ଆପଣ ଆନନ୍ଦିତ ଅନୁଭବ କରିବେ। ପରିଜନମାନଙ୍କ ସହିତ ପାରିବାରିକ ପ୍ରଶ୍ନର ଚର୍ଚ୍ଚାର ଆୟୋଜନ ହୋଇପାରେ। ଆଜି ଭାଗ୍ୟବୃଦ୍ଧିର ଯୋଗ ଅଛି। ମହିଳାମାନଙ୍କ ପଛରେ ଧନ ବ୍ୟୟ ହୋଇପାରେ। ଜମି, ବାସଗୃହ, ବାହନ ଆଦିର ସଉଦା ସମ୍ଭାଳି କରି କରନ୍ତୁ।ପ୍ରତିକାର-ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମୀନ : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ଆଜି ଆପଣଙ୍କୁ ମନୋରଞ୍ଜନର ଭରପୂର ସାଧନ ଉପଲବ୍ଧ ହେବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ। ପର୍ଯ୍ୟଟନର ମଧ୍ୟ ସମ୍ଭାବନା ଅଛି। ମଧ୍ୟାହ୍ନ ପରେ ଅଧିକ ବିଚାର କାରଣରୁ ମାନସିକ ରୂପରେ ଆପଣ ଅସୁବିଧା ଭୋଗି ପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର-ଭୋକିଲା ଲୋକକୁ ଖାଇବାକୁ ଦିଅନ୍ତୁ

Leave a Reply

Your email address will not be published. Required fields are marked *