September 20, 2024

Odia Express

Leading Odia News Portal of Odisha

୨୮ ଜୁଲାଇ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ରାଶି ମାନକ ପାଇଁ ଦୁଃଖ ଭରା ରହିବ ,ଧନ ହାନି ହେଇପାରେ

ମେଷ : ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । ଆପଣ ଆଜି ଆଇନା ସାମନାରେ ବହୁ ସମୟ ବସିବେ କାରଣ ଏକ ସାମାଜିକ ସମାରୋହରେ ଆପଣ ବହୁତ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଖର୍ଚ୍ଚ ବଢ଼ିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ବାହନ ଚଳାଇବା ସମୟରେ ଏବଂ ରାସ୍ତାରେ ସଜାଗ ରୁହନ୍ତୁ।ପ୍ରତିକାର:- ଭୋକିଲା ଲୋକକୁ ନିରାଶ ନକରି ଅନ୍ନଦାନ କରନ୍ତୁ।

ବୃଷ : ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ । କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଏପ୍ରକାର ଭ୍ରମଣ ଫଳପ୍ରଦ ଏବଂ ଉପଭୋଗ କରିବେ । ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ । ଶରୀରରେ ଆଲସ୍ୟ ଏବଂ ଚିନ୍ତାର ଅନୁଭବ ହୋଇପାରେ। ସନ୍ତାନମାନଙ୍କ ସହିତ ମତଭେଦ କିମ୍ବା ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ଆପଣଙ୍କ ବାଦ-ବିବାଦ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଧାର୍ମିକ ଯାତ୍ରା ପଛରେ ଧନ ଖର୍ଚ୍ଚ ହୋଇପାରେ।ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ : ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ । ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କଟୁ ବଚନ କିମ୍ବା ଖରାପ ବ୍ୟବହାର କାରଣରୁ ଝଗଡ଼ା କିମ୍ବା ବିବାଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆକସ୍ମିକ ଧନଲାଭ ହେବ। ସମୟରେ ଭୋଜନ କରିବାରେ ବିଳମ୍ବ ହୋଇପାରେ। ଅତ୍ୟଧିକ କାମର ବୋଝରେ ଥକା ଏବଂ ମାନସିକ ଚିନ୍ତା ହୋଇପାରେ।ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ

କର୍କଟ : ଆଜି ଆପଣଙ୍କ ନିଜ ସବୁ ସମସ୍ୟାକୁ ସମାଧାନ କରିବା ଚ଼େଷ୍ଟାରେ ଲାଗିଯିବେ । ଏହି ସମୟରେ କୌଣସି ରୋଗ କିମ୍ବା ବିଷୟକୁ କେବଳ ଉପରେ ସମାଧାନ କରନ୍ତୁ ନାହିଁ । ଆପଣ ଏହାର ମୂଳୋତ୍ପାନ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ । ଆଜିର ଦିନ ମିଶ୍ରତ ଫଳଦାୟୀ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରାକୁ ନେଇ ଚାଲିବେ। ଲେଖନ ଏବଂ ସାହିତ୍ୟ ସମ୍ବନ୍ଧିତ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ସୃଜନାତ୍ମକତା ଦେଖାଯିବ। ଅସୁସ୍ଥତା ଅନୁଭବ କରିପାରନ୍ତି। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇକରି ଚିନ୍ତା ହୋଇପାରେ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

ସିଂହ : ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ । ଆର୍ଥିକ ଏବଂ ବ୍ୟାପାରିକ ଆୟୋଜନ କରିବା ପାଇଁ ଦିନ ଶୁଭ ଅଟେ। ପରୋପକାରର ଭାବନା ରହିବ। ଆମୋଦ-ପ୍ରମୋଦରେ ଆପଣଙ୍କ ଦିନ କଟିବ। ଚାକିରି ବ୍ୟବସାୟରେ ଉନ୍ନତି ଏବଂ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ହିଁ ଆନନ୍ଦ ହେବ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

କନ୍ୟା : ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ସଦସ୍ୟମାନଙ୍କ ସାଥିରେ ଭୋଜନ କରିବା ତଥା ଆନନ୍ଦଦାୟକ ସମୟ ବିତାଇବାର ଯୋଗ ଅଛି। ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ ଭଲ ପ୍ଲାନିଙ୍ଗ କରିପାରିବେ। ଲକ୍ଷ୍ମୀଙ୍କର କୃପାରେ ଆୟରେ ବୃଦ୍ଧି ହେବ।ପ୍ରତିକାର:- ବୃଦ୍ଧାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

ତୁଳା : ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ମାନସିକ ଦୁଶ୍ଚିନ୍ତାରେ ଦିନଟି କଟିବ । ବଂଧୁମାନଙ୍କ ବାର୍ତ୍ତାଳାପରେ ଦୁଶ୍ଚିନ୍ତାରେ ଲାଘବ ମିଳିବ । ଅନ୍ତରଂଗ ବଂଧୁଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହା ଦ୍ୱାରା ମାନସିକ ଶାନ୍ତି ପାଇବେ । ସ୍ଵାସ୍ଥ୍ୟ ଭଲ ରହିବାଯୋଗୁଁ ସୁଖ ଏବଂ ଆନନ୍ଦର ଅନୁଭୂତି ହେବ। ପରିଜନମାନଙ୍କ କିମ୍ବା ମିତ୍ରମାନଙ୍କ ତରଫରୁ ଉପହାର ମିଳିବ। ଯାତ୍ରା ଏବଂ ସ୍ଵାଦିଷ୍ଟ ଭୋଜନରେ ଦିନ ଭଲ ଭାବରେ କଟିବ। ଆର୍ଥିକ ଲାଭର ସମ୍ଭାବନା ଅଛି।ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ।

ବିଚ୍ଛା : ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ । ଆଜି ଆପଣ କୌଣସି ଧାର୍ମିକ ଯାତ୍ରା କରିପାରନ୍ତି କାରଣ ଆଜି କାଲି ଆପଣଙ୍କ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ବୃଦ୍ଧି ପାଇଛି ।ଏହା ଦ୍ୱାରା ଆପଣଙ୍କୁ ସୁଖ ଏବଂ ଆତ୍ମସନ୍ତୋଷ ମିଳିବ । ଆଜି ନିୟନ୍ତ୍ରଣଶୀଳ ଏବଂ ବିଚାରପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ବହୁତ ଅନିଷ୍ଟରୁ ବଞ୍ଚାଇବ। ଆପଣଙ୍କ ବ୍ୟବହାରରେ ଭୁଲ ବୁଝାବଣା ସୃଷ୍ଟି ହୋଇପାରେ। ଶାରୀରିକ କଷ୍ଟ, ମନକୁ ମଧ୍ୟ ଅସୁସ୍ଥ ବନାଇପାରେ। ପରିବାରରେ କ୍ଲେଶର ବାତାବରଣ ହୋଇପାରେ। ଖର୍ଚ୍ଚ ଅଧିକ ନ ହେଉ, ଏହାର ଧ୍ୟାନ ରଖିବେ।ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

ଧନୁ : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ଆକସ୍ମିକ ଧନ ପ୍ରାପ୍ତିଯୋଗୁଁ ଦିନ ଅତ୍ୟନ୍ତ ରୋମାଞ୍ଚକ ଏବଂ ଆନନ୍ଦପ୍ରଦ ବନି ରହିବ। ଆୟରେ ବୃଦ୍ଧି ହେବ। ବ୍ୟାପାରିମାନଙ୍କୁ ଲାଭ ହେବାପରି ସୌଦା ହେବ। ପୁତ୍ର ଏବଂ ପତ୍ନୀଙ୍କଠାରୁ ଲାଭ ହେବ। ଯାତ୍ରା ପର୍ଯ୍ୟଟନ ତଥା ବିବାହୋତ୍ସୁକ ବ୍ୟକ୍ତିମାନଙ୍କ ପାଇଁ ବିବାହର ଯୋଗ ଅଛି। ଉତ୍ତମ ଭୋଜନ ଏବଂ ସ୍ତ୍ରୀ ସୁଖ ମିଳିବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମକର : ଆଜି ଆପଣଙ୍କ ବିନମ୍ର ସ୍ୱଭାବ ଓ ଦୃଢ଼ତା ସଭିଙ୍କର ମନ ଜିତି ନେବ । ଆଉକିଛି ନହେଲେ ମଧ୍ୟ ଆପଣଙ୍କୁ ଏମିତି ଏକ ଦୃଢ଼ ମନୁଷ୍ୟ କରିଦେବ ଯିଏ କି ସବୁ ପରିସ୍ଥିତିକୁ ସହଜରେ ସମ୍ଭାଳି ନେବ । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ଆଜିର ଦିନ ବ୍ୟାପାରରେ ଭାଗିଦାରୀ ପାଇଁ ଉତ୍ତମ ଅଟେ। ପତି-ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତର ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ଏବଂ ସାକ୍ଷାତକରି ହେବ। ସାର୍ବଜନିକ ଜୀବନରେ ପ୍ରଗତି ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।ପ୍ରତିକାର:- ଗ୍ରାମ ଦେବତୀଙ୍କ ପାଖରେ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।

କୁମ୍ଭ : ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି । ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । କାର୍ଯ୍ୟଗୁଡ଼ିକରେ ବିଳମ୍ବରେ ସଫଳତା ମିଳିବ। ଅଫିସ୍ କିମ୍ବା ଘରେ ଦାୟିତ୍ୱ ବଢ଼ିବ। ଜୀବନରେ ଅଧିକ ଗମ୍ଭୀରତା ଅନୁଭବ କରିବେ। ନୂଆ ସମ୍ବନ୍ଧ ସ୍ଥାପିତ କରିବା କିମ୍ବା କାର୍ଯ୍ୟ ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ସମ୍ଭାଳି କରି ନିଅନ୍ତୁ। ପିତାଙ୍କ ସହିତ ମତଭେଦ ହୋଇପାରେ।ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ମୀନ : ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ । ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ଚାକିରି-ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କୁ ଲାଭ ହିଁ ଲାଭର ଯୋଗ ଅଛି। ମିତ୍ର ତଥା ପରିଜନମାନଙ୍କଠାରୁ ମଧ୍ୟ ଲାଭ ପ୍ରାପ୍ତିର ସଂକେତ ଅଛି। ସାମାଜିକ ସମାରୋହ, ପର୍ଯ୍ୟଟନ ପରି ପ୍ରସଙ୍ଗରେ ଯାଇପାରନ୍ତି। ଆୟର ସ୍ରୋତ ବଢ଼ିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗବନିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *