ଗଛରୁ ଅଚାନକ ବାହାରିଲେ ସାଇବାବାଙ୍କ ବିରଳ ଆକୃତି , ଦର୍ଶନ କରିବା ପାଇଁ ଲୋକଙ୍କ ଲାଗିଲା ଭିଡ , ଭିଡିଓ ହେଲା ଭାଇରାଲ୍ – ନିଜେ ଦେଖିନିୟନ୍ତୁ ଓ ଜାଣନ୍ତୁ ଏହା ସତ୍ୟତା..
ଭାରତ ଏପରି ଏକ ଦେଶ ଅଟେ ଯେଉଁଠି ଲୋକଙ୍କର ଭାବନା ବହୁତ ସମ୍ବେଦନଶୀଳ ହୋଇଥାଏ , ଖାସ୍ କରି ଯେବେ ଧର୍ମର କଥା ଆସେ ତେବେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଜାଗ୍ରତ ହୁଏ , ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଧର୍ମର କିମ୍ବା ଭଗବାନଙ୍କ ସହ ଯୋଡି ହୋଇଥିବା ଚମତ୍କାର ଖବର ଭାଇରାଲ୍ ହେଉଛି , ଏହି ଭାଗରେ ଏହି କିଛି ଦିନ ହେବ ଇଣ୍ଟରନେଟ୍ ରେ ଏକ ଭିଡିଓ ଭାଇରାଲ୍ ହେଇଛି , ଯେଉଁଠି ଗୋଟେ ଗଛରେ ସାଇବାବାଙ୍କ ବିରଳ ଆକୃତି ଦେଖିବାକୁ ମିଳିଥିଲା, ଏହି ଅଦ୍ଭୁତ ଚମତ୍କାରକୁ ଦେଖିବା ପାଇଁ ଆଖପାଖ ଓ ବହୁ ଦୁର ଦୁରାନ୍ତରୁ ଲୋକେ ଆସି ଦର୍ଶନ କରିଥିଲେ, ଏଥିରୁ ଗୋଟେ ପ୍ରଶ୍ନ ଆସେ କି କଣ ସତରେ ଏହା କୌଣସି ଚମତ୍କାର ଅଛି କିମ୍ବା କିଛି ଅଲଗା ଅଟେ , ଉତ୍ତର ଜାଣିବାପାଇଁ ଏହି ଖବରକୁ ପଢନ୍ତୁ
ଏହି ପୁରା ମାମଲା ହରିଆଣାର ଅମ୍ବାଲା ସହରର ରେଲୱେ କଲୋନୀର ୱାର୍ଡ ନଂ ୮ ର କୁହାଯାଊଛି , ଏଠାରେ ଏରିଆର ଏକ ପୁରୁଣା ଜଙ୍ଗଲ ଜଲେବି ଗଛ ଅଛି , ଏହି ଗଛରେ ସାଇବାବାଙ୍କ ବିରଳ ଆକୃତି ବାହାରିଥିବାର ଦେଖାଯାଇଥିଲା, ଏହା ସବୁଠାରୁ ପ୍ରଥମେ ସେଠାରେ ଖେଳୁଥିବା ଛୁଆମାନେ ଦେଖିବାକୁ ପାଇଥିଲେ ,ଏହା ପରେ ସେ ଏହାର ସୂଚନା ନିଜ ପରିଜନକୁ ଦେଇଥିଲେ । ତାପରେ କଣ ହେବ ଫଟାଫଟ ଏହି ଖବର ତୁଣ୍ତ ବାଇଦ ସହସ୍ର କୋଶ ପରି ଚାରିଆଡେ ବ୍ୟାପି ଯାଈଥିଲା । ଏହାପରେ ଗଛର କୋରଡରେ ହୋଇଥିବା ସାଇବାବାଙ୍କ ବିରଳ ଆକୃତିକୁ ଦେଖିବାକୁ ଲାଇନ୍ ଲାଗିଯାଈଥିଲା , ଏହାପରେ ବହୁତ ଦୁର ଦୂରରୁ ଲୋକେ ସାଇବାବାଙ୍କ ଦର୍ଶନ କରିବାପାଇଁ ଆସିବାକୁ ଲାଗିଲେ , ଲୋକେ ଏଠାରେ ଭଜନ କିର୍ତ୍ତନ କରିବାକୁ ଲାଗିଲେ ସମସ୍ତେ ସାଇବାବାଙ୍କ ଏହି ଚମତ୍କାରକୁ ବିଶ୍ୱାସ କରିବାକୁ ଲାଗିଲେ ,
ବହୁତ ଲୋକେ ବାବାଙ୍କୁ ଦାନ କରିଥିଲେ , ଆଉ କେହି ବାବାଙ୍କ ଏଠି ପୁଜା ପାଠ ବି ଆରମ୍ଭ କରିଦେଇଥିଲେ । କାରଣ ଲୋକଙ୍କର ଏହା ଆସ୍ଥା ସହ ଯୋଡି ହୋଇଥିଲା ଏଥିପାଇଁ ସାଇବାବାଙ୍କ ଏହି ବିରଳ ଆକୃତି ଦେଖି ଭକ୍ତମାନେ ଏହାର ସୁରକ୍ଷାପାଇଁ ବି ବ୍ୟବସ୍ଥା କରିଦେଲେ । ଭକ୍ତମାନେ ସାଇବାବାଙ୍କ ଆଖପାଖ ଆକୃତି ପାଖରେ ବ୍ୟାରିକେଟ୍ କରିଦେଲେ , ରେଲୱେ ପ୍ରଶାସନ ଆର୍ ପିଏଫ୍ କର୍ମଚାରୀମାନଙ୍କୁ ଡ୍ୟୁଟିରେ ଲଗାଇଦିଆଗଲା । ସମସ୍ତଙ୍କ ଏହା ଚେଷ୍ଟା ଥିଲା କି କୌଣସି ବି ବ୍ୟକ୍ତି ସାଇବାବାଙ୍କ ଏହି ବିରଳ ଆକୃତିକୁ କିଛି କ୍ଷତି ନ ପହଞ୍ଚାଇପାରୁ ।
ଆଜିର ୨୧ତମ ଶତାଦ୍ଧୀରେ ଏମିତି ଚମତ୍କାର ବହୁତ କମ୍ ଲୋକେ ବିଶ୍ୱାସ କରିଥାନ୍ତି । ଏମିତି ଏହି ଘଟଣା ଉପରେ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଥିଲା । ଆଖିରେ ଦେଖିଥିବା ଭକ୍ତମାନେ କହିଲେ କି ଏହି ଗଛର ଆଖପାଖରେ ସବୁଦିନ ଗୋଟେ ବ୍ୟକ୍ତି ରହୁଥିଲା , ଓ ସେହି ଗଛର କୋରଡ ମଧ୍ୟରେ କିଛି ତ ହରକତ କରୁଥିଲା , ଏମିତିରେ ବୋଧେ ସେହି ବ୍ୟକ୍ତି ସାଇବାବାଙ୍କ ଏହି ଆକୃତି ବନାଇଥିବ , ଏହି ଗଛର ଆଖପାଖରେ ହୋଇଥିବା ପୁରୁଣା ରେଲୱେ କ୍ୱାର୍ଟର ଗୁଡିକ ଭଙ୍ଗା ହୋଇ ନୁଆ କ୍ୱାର୍ଟର ବନାଇବାର ଯୋଜନା ହେଉଥିଲା । ରାମଦିନ ଲେବର ଏଠାରେ କାର୍ଯ୍ୟରତ ଥିଲା ।
ଅମ୍ବାଲାର ଡିଆର୍ ଏମ୍ ଦିନେଶ ଚନ୍ଦ୍ର ଶର୍ମାଙ୍କ କହିବାକଥା କି ୨୧ ତମ ଶତାର୍ଦ୍ଦୀରେ ଏମିତି କିଛି ହେବା ସମ୍ଭବପର ନୁହେଁ , ଏହି ଗଛର ପାଖାପାଖି ଗତ ଦେଢ ମାସରୁ କାମ ଚାଲୁଛି, ସେହି ଲୋକେ ଯେବେ ଏହି ଗଛରେ କିଛି ଏପରି ଘଟଣା ଦେଖିବାକୁ ପାଇନଥିଲେ , କେଉଁ ବି ବ୍ୟକ୍ତି ରେଲୱେର ଜାଗା ଉପରେ ଅତିକ୍ରମଣ କରିପାରିବ ନାହିଁ , ଯଦି ଦରକାର ପଡେ ତେବେ ଆମେ ପୁରାତତ୍ତ୍ୱ ବିଭାଗ ସହ ଏହାର ପୃଷ୍ଟି ସହ ଯାଞ୍ଚ କରାଇନେବୁ ।