October 22, 2024

Odia Express

Leading Odia News Portal of Odisha

ଜିଓ SIM ପରେ ମୁକେଶ ଅମ୍ବାନୀ ଦେଲେ ଆଉ ଏକ ବଡ ଧମାକା – ଏବେ ଲଞ୍ଚ କରିଦେଲେ ଜିଓ DTH , ମିଳିବ ସବୁ ଏଚ୍ ଡି ଚ୍ୟାନେଲ୍ସ, ଖାଲି କରିବାକୁ ହେବ ଏହି ସବୁ କାମ..

ଦେଶର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଦେଶର ଜିଓ ଆଣିକରି ଇତିହାସ ରଚି ସାରିଲେଣି, କିନ୍ତୁ ତାଙ୍କର ନୁଆ ଡିଟିଏଚ୍ ସେବା ଆଉଥରେ ଏହି ଡିଟିଏଚ୍ କ୍ଷେତ୍ରରେ କ୍ରାନ୍ତି ଆଣିବ , ଏହି କଥାରୁ ଆପଣ ଜାଣିପାରିଥିବେ କି ଜିଓ ଯାହାକି ମୁକେଶ ଅମ୍ବାନୀ ଦେଶରେ ଆଣିବା ପରେ ଦେଶର ଅନ୍ୟ ଟେଲିକମ୍ କ୍ଷେତ୍ରରେ କେତେ ପରିବର୍ତ୍ତନ ଦେଖାଦେଇଥିଲା,  କିନ୍ତୁ ଏବେ ସେ ଡିଟିଏଚ୍ କ୍ଷେତ୍ରରେ ସେ ନିଜ ପାଦ ଥାପିଦେଇଛନ୍ତି ।ସୁଚନା ଅନୁସାରେ ଏବେ କିଛି ଦିନ ପୁର୍ବରୁ ସେ ନିଜ ରିଲାୟନ୍ସର ୪୧ ବି ଏନୁୱାଲ୍ ଜେନେରାଲ୍ ମିଟିଙ୍ଗ୍ ରେ ଜିଓ ଗିଗା ଫାଇବର୍ ଘୋଷଣା କରିଥିଲେ,

 

ଯାହାର ରେଜିଷ୍ଟ୍ରେସନ ଅଗଷ୍ଟ ୧୫ ରୁ ଆରମ୍ଭ ହୋଇସାରିଛି, ଯେପରି ରିଲାୟନ୍ସ କହୁଥିଲା କି ତାଙ୍କର ଅନୁସାରେ ଜିଓ ଗିଗା ଫାଇବର୍ ରେ ଅଧିକା ସ୍ପିଡ୍ ଇଣ୍ଟରନେଟ୍ ମିଳିବ,  ତାହା ସହ ଡିଟିଏଚ୍ ସୁବିଧା ଲାଭ ବି ମିଳିପାରିବ,  ଏହାପାଇଁ ଏକ ସେଟ୍ ଅଫ୍ ବକ୍ସ ନେବାକୁ ପଡିବ , ଏଥିରେ ୬୦୦ରୁ ଅଧିକା ଚ୍ୟାନେଲ୍ସ ଦେଖିବାକୁ ମିଳିବ , ଓ ଏହା ଫୁଲ୍ ଏଚ୍ ଡି ଚ୍ୟାନେଲ୍ ରହିବ , ଜଣେଇଦେବୁ କି ଗିଗା ଫାଇବର୍ ନେବାପରେ ଜିଓ ସେଟ୍ ଅପ୍ ବକ୍ସ ନିଅନ୍ତୁ , ନିଜ ଟିଭି ସହ କନେକ୍ଟ କରିନିଅନ୍ତୁ , ଓ ସବୁ ଚ୍ୟାନେଲ୍ ଗିଗା ଫାଇବର୍ ର ହାଇ ସ୍ପିଡ୍ ମାଧ୍ୟମରେ ଦେଖିପାରିବେ ।

ଜିଓ ଏହା ସହ ଆଉ ଏକ ସୁବିଧା ଦେଉଛି କି ଆପଣ ନିଜ ଚ୍ୟାନେଲ୍ ବଦଳାଇବାପାଇଁ ରିମୋଟ୍ ନୁହେଁ ନିଜ ଭଏସ୍ କମାଣ୍ତ ଦେଇକରି ବଦଳାଇପାରିବେ , ସେମିତି ବକ୍ସ ସହ ଏକ ସେଟ୍ ଅପ୍ ବକ୍ସ ମିଳିବ , କିନ୍ତୁ ଚ୍ୟାନେଲ୍ ବଦଳାଇବାପାଇଁ ଭଏସ୍ କମାଣ୍ତ ଦେଇପାରିବେ , ଓ କହି କରି କମ୍ ଓ ଅଧିକା ଭଲମ୍ୟୁ ଦେଇପାରିବେ , ଏହା ମାଗଣା ତିନି ମାସ ରହିବ ।

Leave a Reply

Your email address will not be published. Required fields are marked *