December 23, 2024

Odia Express

Leading Odia News Portal of Odisha

ପେଟର ଚର୍ବିକୁ ଏସିଡ ପରି ତରଳେଇ ଦେବ ଏହି ପଦ୍ଧତି -ଆଜି ନିଜ ଘରେ ଏଭଳି ପ୍ରସ୍ତୁତ କରନ୍ତୁ…

ବର୍ତ୍ତମାନ ସମୟରେ ମହିଳା ହୁଅନ୍ତୁ ବା ପୁରୁଷ, ବିଶେଷ କରି ମହିଳାମାନେ , ଗ୍ରାମର ହୁଅନ୍ତୁ ବା ସହରର ଫେଶନ ଠାରୁ କେହି ଦୂରରେ ନାହାନ୍ତି । କିନ୍ତୁ କେବଳ ମହିଳାମାନେ ନୁହନ୍ତି କି ଯୁବତୀ ନୁହେ ତା ବଦଳରେ ଯୁବକ ଛାତ୍ର ଛାତ୍ରୀ ଓ ଚାକିରି କରୁଥିବା ଅନେକ ମହିଳା ମଧ୍ୟ ନିଜର ପୃଥୁଳତାକୁ ନେଇ ଅନେକ ସମୟରେ ଚିନ୍ତିତ ରହୁଛନ୍ତି । ମେଦବହୁଳତା ସମସ୍ୟାରେ ଆକ୍ରାନ୍ତ ଛୁଆ , ଯୁବକ , ବୃଦ୍ଧ ସବୁ ଲୋକ ଜିମରେ ଝାଳ ବୁହୋଉଛନ୍ତି । କିନ୍ତୁ ଆଜିକାଲିର ଧାଁଦୌଡ ଭରା ଜୀବନରେ ଅଧିକ ସମୟ ଝାଳ ବୁହେଇବା ସମୟରେ ଏକଥା ମଧ୍ୟ ଧ୍ୟାନ ରଖିବା ଉଚିତ ଯେ ସଫଳତା ପଛରେ ରହିନଯାଉ ।

ମେଦବହୁଳତା ସମସ୍ୟା ଦ୍ଵାରା ଆକ୍ରାନ୍ତ ଅନେକ ଲୋକ ବଇଦ, ହକୀମ, ଡାକ୍ତର, ଅନଲାଇନ କ୍ଳାସ, ଯୋଗ କ୍ଳାସ (ଏପରି କ୍ଳାସ ବହୁତ ସଂଖ୍ୟାରେ ରହିଛି) କୁ ଯାଇ ମୋଟା ରକମର ଧନ ଖର୍ଚ୍ଚ କରୁଛନ୍ତି , ଯାହାଦ୍ଵାରା ସେମାନେ ନିଜ ଶରୀରକୁ ସ୍ୱାସ୍ଥ୍ୟବାନ କରିପାରିବେ ।

 

ବର୍ତ୍ତମାନ ଏପରି କୌଣସି ଅସୁବିଧା ଉପୁଜିବ ନାହିଁ , କାରଣ ଆଜି ଆମେ ଏକ ଏପରି ଘରୋଇ ପଦ୍ଧତି କହିବାକୁ ଯାଉଛୁ ଯଦ୍ୱାରା ଆପଣ ମେଦବହୁଳତାରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । କାରଣ ଏହି ସାମଗ୍ରୀ ଆପଣଙ୍କୁ କମ ମାତ୍ରାରେ ଆବଶ୍ୟକ, ଯାହାକୁ ଆପଣ କାମ ମାତ୍ରାରେ କିଣିପାରିବେ ।

 

ସାମଗ୍ରୀ

ତେଜରାତି ଦୋକାନରୁ ଆପଣ ଏସବୁ ସାମଗ୍ରୀ ସହଜରେ ପାଇପାରିବେ । ଦୋକାନରୁ ଆପଣ ହେଙ୍ଗୁ, ପାନମଧୁରୀ, ଜୀରା, ତ୍ରିଫଳା, ହଳଦୀ, ଫେଶୀମଞ୍ଜି, ଶୁଖିଲା ତେଜପତ୍ର ଆଣନ୍ତୁ । ଏସମସ୍ତ ସାମଗ୍ରୀ ଏକତ୍ର କରି ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ ଯାହା ଆପଣଙ୍କ ପେଟର ଚର୍ବି କମ କରିବାରେ ଲାଭକାରୀ ହେବ ।

 

ଚୂର୍ଣ୍ଣ ପ୍ରସ୍ତୁତ କରିବାର ବିଧି

ଏଠାରେ ଧ୍ୟାନପୂର୍ବକ ବୁଝନ୍ତୁ , ପ୍ରଥମେ ଏହି ସାମଗ୍ରୀ ସବୁଥିରୁ ୨୫-୨୫ଗ୍ରାମ ନିଅନ୍ତୁ , ଏହାପରେ ଜୀରା, ପାନମଧୁରୀ ଓ ଫେଷିମଞ୍ଜିକୁ ଭଲଭାବରେ ଭାଜିଦିଅନ୍ତୁ ଓ ମିକସରରେ ଗୁଣ୍ଡ କରିଦିଅନ୍ତୁ । ଗୋଟିଏ ଛୋଟ ଚାମଚ ହଳଦୀ ନିଅନ୍ତୁ ଓ ସେହି ଚାମଚରେ ଅଳ୍ପ ସୈନ୍ଧବ ଲୁଣକୁ ଏହି ଗୁଣ୍ଡରେ ମିଶେଇ ଦିଅନ୍ତୁ ।

 

କିପରି ଖାଇବେ

ଏହି ଗୁଣ୍ଡକୁ ରାତିରେ ଶୋଇବାପୂର୍ବରୁ ଉଷୁମ ପଣି ସହ ଏକ ଚାମଚ ଖାଆନ୍ତୁ । ଏହାକୁ ଏହିଭଳି ଦିନକୁ ଦୁଇଥର ଖାଆନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କୁ ଏହାର ପ୍ରଭାବ ଶୀଘ୍ର ଦେଖିବାକୁ ମିଳିବ । ଏହାସହ ଯଦି ଆପଣ ଏକସରସାଇଜ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉନ୍ନତ ରହିବ ଓ ଆପଣ ଫିଟ ଦେଖାଯିବେ ।

Leave a Reply

Your email address will not be published. Required fields are marked *