October 22, 2024

Odia Express

Leading Odia News Portal of Odisha

ଓଡିଶା ପାଇଁ ଗର୍ବର ଖବର – ନାସା ର ବୈଜ୍ଞାନିକ ହେବେ ଓଡ଼ିଆ ପୁଅ ସୁମିତ ସାହୁ – ସାରା ଭାରତ ରେ ୧ ନମ୍ବର ସ୍ଥାନ ରେ ଅଛନ୍ତି ସୁମିତ

ଯଦି ଆପଣ ମନରେ କିଛି କରିବାର ଇଚ୍ଛା ଶକ୍ତି ନେଇ କିଛି ଆଗକୁ ବଢିବା ପାଇଁ ସତ ମନରୁ ଚେଷ୍ଟା କରିବେ ତେବେ ନିଶ୍ଚୟ ଭାବରେ ଆପଣ ସେହି ଜିନିଷ କୁ ପାଏ ପାରିବେ ଏଥିରେ କୌଣସି ପ୍ରକାର ଦ୍ବିମତ ନାହିଁ | ଯଦି ଆପଣ ନିଜର ଦକ୍ଷତା ବଳରେ କିଛି କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚୟ ଏହା ଲାଭ ହେବ ଏଥିରେ ସନ୍ଦେହ ନାହିଁ ଯାହାକି ଓଡ଼ିଶାର ଏକ ଛୋଟ ନବମ ଶ୍ରେଣୀ ର ପିଲା ସମ୍ଭବ କରି ପାରିଛି ଓ ତ ପାଇଁ ଆଜି ସାରା ରାଜ୍ୟ ଆଜି ଗର୍ବ ଅନୁଭବ କରୁଛି | ହଁ ଆମ ରାଜ୍ୟ ଓଡ଼ିଶାର ଅନେକ ଗୁଡିଏ ପ୍ରତିଭା ଆମେ ଆଗରୁ ଦେଖି ସାରିଛେ ଯେଉଁମାନେ କି ଆମକୁ ବିଶ୍ୱାସ ଦରବାର ରେ ଗର୍ବିତ କରିସାରିଛନ୍ତି ,ତେବେ ଆଜି ଆମେ କହୁଚୁ ଓଡିଶା ପୁଅ ସୁମିତ ସାହୁ ଙ୍କ କଥା |ଘର ତାଙ୍କର ମୟୁରଭଞ୍ଜ ଜିଲାର ବାରିପଦା ସହର ରେ |

 

ଛୋଟ ବେଳୁ କିଛି ବଡ କରିବାର ଆସ ତାଙ୍କୁ ଆଜି ଟାଣିନେଇଛି ସୁଦୂର ଆମେରିକା ଓ ତ ପୁଣି ବିଶ୍ୱର ସବୁଠୁ ବଡ ଜାଗା ନାସା ର ବୈଜ୍ଞାନିକ ହେବ ପାଇଁ ,କେବଳ ଏତିକି ନୁହଁ ନାସା ପାଖରୁ ୧୦ କୋଟି ଟଙ୍କାର ବଣ୍ଡ ସାଙ୍ଗକୁ ଚଳିତ ଶିକ୍ଷା ବର୍ଷଠାରୁ ୨୮ବର୍ଷ ଯାଏଁ ପ୍ରତିମାସ ୧୦ହଜାର ଟଙ୍କାର ଛାତ୍ର ବୃତି ପାଇବାକୁ ମନୋନିତ ହୋଇଛନ୍ତି ବାରିପଦାର କୁନି ବୈଜ୍ଞାନିକ ସୁମିତ୍ ସାହୁ

ସେ ବର୍ତମାନ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ର ନବମ ଶ୍ରେଣୀ ର ଛାତ୍ର ଅଟନ୍ତି |ସେ ନାସା ଯିବାପାଇଁ ସମ୍ପୂର୍ଣ ଭାବେ ଯୋଗ୍ୟ ବିବେଚିତ ହେଇଛନ୍ତି ଓ ସବୁଠାରୁ ବଡ କଥା ହେଉଛି ସାରା ଭାରତ ବର୍ଷା ରେ ସେ ଏକ ନୁଁମ୍ବର ସ୍ଥାନ ରେ ରହିଛନ୍ତି |ସେ ପିଲାଦିନରୁ ଅନେକ ଚାଲାକ ଓ ଚତୁର ଥିଲେ ଓ ନିଜର ପ୍ରତିଭା ଦେଇଖେଇବା ପାଇଁ ସୁଯୋଗ ଖୋଜୁଥିଲେ ଓ ସେହି ସମୟରେ ତାଙ୍କୁ ମିଳିଛି ଏତେ ବଡ ଅଫର

 

ସୁମିତଙ୍କ ମା ତନୁଜା ସାହୁ କୁହାନତ ଟଙ୍କା ପୁଅ ପାଇଁ ଆଜି ସେ ଗର୍ବିତ ସେ ପିଲାଦିନୁ କିଛି ନୂଆ କରିବାର ଆସ ରଖି ଆଜି ଏହି ଜାଗାରେ ପହଂଚି ପାରିଛି ଓ ଭଗବାନ ଙ୍କ କୃପା ରୁ ସେ ସାରା ଓଡିଶା ଓ ଭାରତ କୁ ଗର୍ବିତ କରିବା ବୋଲି ସେ ଆସ ରଖିଛନ୍ତି ଏତେ ଛୋଟ ବୟସ ରୁ ଏଭଳି ଏକ ବଡ ଜାଗାରେ ଯୋଗ୍ୟ ବିବେଚିତ ହେଇଥିବାରୁ ସାରା ରାଜ୍ୟ ରେ ଟଙ୍କା ପାଇଁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି |

 

ତେବେ ନାସା ତରଫ ରୁ ସମ୍ପୂର୍ଣ ସ୍ପଷ୍ଟିକରଣ କର ଯାଇଛି ଯେ ବିଦେଶ ରେ ପାଠ ପଢା ପାଇଁ ସବୁ ଖର୍ଚ ନାସା ହିଁ ବହନ କରିବ| ଭବିଷତରେ ଦେଶ ସେବା କରିବା ସହ ନାସାରେ ଯାଇ ଦେଶର ନାଁ ରଖିବାର ଆଶା ରଖିଥିବା ବେଳେ ସେ ଯଦି ଠିକ ଭାବେ ଆମେରିକା ରେ ସ୍କୁଲ ରେ ପାଠ ପଢି ପାସ କରନ୍ତି ତେବେ ସେ ସିଧାସଳଖ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରିବେ,ତେବେ ଓଡ଼ିଆ ଏକ୍ସପ୍ରେସ୍ରେ ତରଫ ରୁ ତାଙ୍କୁ ଅନେକ ଅନେକ ଶୁଭକାମନା,ଆମେ ଆଶା କରୁଚୁ ସେ ଟଙ୍କା ଜୀବନର ଚାଲ ପଥରେ ଅନେକ ଗୁଡିଏ ସଫଳତା ଲାଭ କରନ୍ତୁ

Leave a Reply

Your email address will not be published. Required fields are marked *