October 22, 2024

Odia Express

Leading Odia News Portal of Odisha

ଜର୍ଜ ହେଲେ ସାଧାରଣ ଅଟୋ ଡ୍ରାଇଭରର ଝିଅ – ଗର୍ବରେ ବାପାଙ୍କ ଛାତି ଚଉଡା ହୋଇଗଲା – ବାପା ଏଭଳି ସ୍ୱାଗତ କଲେ ଯେ ସମସ୍ତଙ୍କ ଆଖିରେ ଲୁହ ଆସିଗଲା..

ଆଜି ଆମେ ଆପଣଙ୍କୁ ଏକ ଏପରି ଝିଅର କାହାଣୀ କହୁଛୁ ଯିଏ ବିଚାରପତି ହୋଇକରି ନିଜର ଅଟୋ ଚାଳକ ପିତାଙ୍କର ସ୍ଵପ୍ନ ପୂରଣ କରିଛି । ଆମେ କହୁଛୁ ପିସିଏସ ଜେ ପରୀକ୍ଷା 2016ରେ ଶୀର୍ଷ ସ୍ଥାନ ହାସଲକାରୀ ପୁନମ ଟୋଡି ଙ୍କ ବିଷୟରେ । ପୁନମଙ୍କ ପିତା ଅଟୋ ଚଳେଇ ଝିଅକୁ ପଢେଇଛନ୍ତି ।ପିସିଏସ ଜେ ରେ ଏହା ପୂର୍ବରୁ ଦୁଇଥର ସାକ୍ଷାତକାର ଦେବାପରେ ମଧ୍ୟ ଅସଫଳ ହୋଇଥିବା ଉତ୍ତରାଖଣ୍ଡ ସ୍ଥିତ ଡେରାଡୁନର ପୁନମଙ୍କର ସଫଳତାର କାହାଣୀ ଆପଣ ମଧ୍ୟ ଜାଣନ୍ତୁ । ପୁନମ ଙ୍କ ପାଇଁ ପାଠପଢିବା ସହଜ ନଥିଲା । ଡେରାଡୁନକୁ ସ୍କୁଲ ଶିକ୍ଷା ପାଇଁ ଶିକ୍ଷାର ହବ କୁହାଯାଏ।ଏଠାରେ ନାମୀ ସ୍କୁଲ ଥାଇ ମଧ୍ୟ ପୁନମ ସରକାରୀ ସ୍କୁଲରେ ପାଠ ପଢିଛି । ପୁନମ ସରସ୍ଵତୀ ବିଦ୍ୟା ମନ୍ଦିରରେ 7ମ ଯାଏ ପଢିଛି । ଏହାପରେ ମହାଦେବୀ କନ୍ୟା ପାଠଶାଳା ଇଣ୍ଟର କଲେଜ ରେ ଦଶମ ପର୍ଯ୍ୟନ୍ତ ଶେଷ କରିଛି । ଏହାପରେ ଡ଼ିଏଭି ଇଣ୍ଟର କଲେଜ ରେ ଦ୍ଵାଦଶ ପର୍ଯ୍ୟନ୍ତ ପାଠ ପଢିଛି । ଏହାପରେ ଡ଼ିଏଭି ପିଜି କଲେଜ ଡେରାଡୁନ ରୁ ବି.କମ, ଏମ.କମ ଓ ଏଲଏଲବି ପାସ କରିଛି । ପୁନମ ବର୍ତ୍ତମାନ ଗଡୱାଲ ୟୁନିଭରସିଟି ରେ ଏଲଏଲବି କରୁଛି ।

 

ପୁନମର ବାପା ଅଶୋକ କୁମାର ଟୋଡି ଦଶମ ପାସ କରିଛନ୍ତି । ସେ ପ୍ରଥମେ ଟିହରୀରେ ତେଜରାତି ଦୋକାନ କରିଥିଲେ । ସେଠାରେ ବ୍ରିଜ ହେବାପରେ ସେ ଡେରାଡୁନ ଆସିଲେ । ସେଠାରେ ଦୋକାନ ଆରମ୍ଭ କରିଥିଲେ କିନ୍ତୁ ଏହା ଚାଲିଲା ନାହିଁ। ଶେଷରେ ସେ ଅଟୋ ଚଳେଇବା ଆରମ୍ଭ କଲେ। ଅଶୋକ କୁମାରଙ୍କର କହିବା ହେଲା ଯେ ତାଙ୍କର ସ୍ଵପ୍ନ ଥିଲା ଯେ ପରିବାରର ଆବଶ୍ୟକତା ଯୋଗୁ ଯଦିଓ ସେ ପଢିପାରିନଥିଲେ କିନ୍ତୁ ସନ୍ତାନଙ୍କୁ ନିଶ୍ଚିତ ପାଠ ପଢେଇବେ । ଶେଷରେ , ଅଟୋ ଚଳେଇ ପରିଶ୍ରମ କରି ଯେଉଁ ପଇସା ରୋଜଗାର କରନ୍ତି , ପିଲାଙ୍କ ପଢାରେ ଖର୍ଚ୍ଚ କଲେ । ଆଜି ତାଙ୍କର ଚାରୋଟି ସନ୍ତାନ ଅଛନ୍ତି , ସମସ୍ତେ ଶିକ୍ଷିତ । ତାଙ୍କର ତୃତୀୟ ସନ୍ତାନ ପୁନମ ଟୋଡି ଯେବେ ବିଚାରପତି ହେଲେ ତେବେ ପିତାଙ୍କ ଆଖିରେ ଲୁହ ଆସିଗଲା । ପୁନମଙ୍କ ମାଆ ଲତା ଟୋଡି ସବୁବେଳେ ଝିଅ ସପକ୍ଷରେ ଥିଲେ ।

 

ପୁନମ ଟୋଡି ପ୍ରାୟ ଚାରିବର୍ଷ ହେବ ପିସିଏସ ଜେ ର ପ୍ରସ୍ତୁତି କରୁଥିଲେ । ସେ କହିଲେ ଯେ ଏଲଏଲବି କରିବାପରେ ସେ ଦିଲ୍ଲୀରେ କୋଚିଙ୍ଗ ନେଲେ । ଏହାପରେ ଡେରାଡୁନ ଆସି ପ୍ରସ୍ତୁତିରେ ଲାଗିପଡିଲେ । ସେ ପ୍ରତିଦିନ ପଢୁଥିଲେ । ତାଙ୍କର କହିବ ହେଲା ଯେ ରୁଟିନ ଷ୍ଟଡି ସବୁଠାରୁ ମହତ୍ବପୂର୍ଣ୍ଣ ଅଟେ। ପୁନମ ଦୁଇଥର ଉତ୍ତରାଖଣ୍ଡ ପିସିଏସ ଜେ ପରୀକ୍ଷାରେ ସଫଳତା ପାଇଲେ ଓ ମୁଖ୍ୟ ପରୀକ୍ଷା ପର୍ଯ୍ୟନ୍ତ ପହଞ୍ଚିବା ପରେ ସାକ୍ଷାତକର ଦେଇଥିଲେ କିନ୍ତୁ ବିଫଳ ହୋଇଥିଲେ । ଏହାପରେ ପୁନମ ତୃତୀୟ ଥର ଉତ୍ତରାଖଣ୍ଡ ପିସିଏସ ଜେ ର ପରୀକ୍ଷା ଦେଲେ ଓ ଏହିଥର କୃତକାର୍ଯ୍ୟ ହେଲେ । ପୁନମ କିଛିଦିନ ପର୍ଯ୍ୟନ୍ତ ଡେରାଡୁନରେ ପ୍ରୟାଗ ଆଇଏଏସ ଏକାଡେମିରେ ମଧ୍ୟ ସାକ୍ଷାତକର ନିମନ୍ତେ ପ୍ରସ୍ତୁତି କରିଥିଲେ । ପୁନମଙ୍କ ଶିକ୍ଷକ ଆରଏ ଖାନ ତାଙ୍କର ଏହି ସଫଳତାରେ ବହୁତ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *