October 22, 2024

Odia Express

Leading Odia News Portal of Odisha

୩ ଟି ଛୁଆର ମା ହୋଇଥିବା ସତ୍ତ୍ୱେ ଘରୁ ବାହାର କରିଦେଲେ – ଏବେ ଛୁଆଙ୍କ ପେଟ ଭରଣା କରିବାପାଇଁ ଚଲାଉଛନ୍ତି ଅଟୋ ଆଉ କହିଲେ ଏଭଳି କଥା ଯେ..

ନିଜର ଅଭାବ ମଣିଷକୁ କଣ ନା କଣ ଶିଖାଇଦିଏ , କିନ୍ତୁ ଯଦି ଆପଣଙ୍କ ମଧ୍ୟରେ ସେହି ଆକାଂକ୍ଷା ଅଛି ତେବେ ବଡରୁ ବଡ ଚ୍ୟାଲେଞ୍ଜକୁ ଆପଣ ପୁରା କରିପାରିବେ , ହଁ ଆଜ୍ଞା । ମୁମ୍ବାଇରେ ରହୁଥିବା ଶିରିନ୍ ପେଷାରେ ଜଣେ ଅଟୋ ଡ୍ରାଇଭର୍ ଅଟନ୍ତି । ହ୍ୟୁମାନ୍ ଅଫ୍ ବମ୍ବେ ଏକ ପେଜରେ ତାଙ୍କ ଜୀବନୀ ବିଷୟରେ  କିଛି କଥା କହିଛନ୍ତି , ଶିରିନ୍ କହିଲେ କି କିପରି ଏକ ଗରିବ ଓ ରୁଢିବାଦୀ ମୁସଲିମ୍ ପରିବାରରେ ଜନ୍ମ ହେବାପରେ ସେ ନିଜକୁ ଠିଆ କରିଥିଲେ , ଆଜି ଏକ ଅଟୋ ଡ୍ରାଇଭର୍ ହିସାବରେ ଜୀବନ ଅତିବାହିତ କରୁଛନ୍ତି ।ଶିରିନ୍ ଲେଖନ୍ତି କି ଏକ ଗରିବ ମୁସଲିମ୍ ପରିବାରରେ ସେ ଜନ୍ମ ହୋଇଥିଲେ, ଯେବେ ସେ ୧୧ ବର୍ଷର ଥିଲେ,

 

ତେବେ ତାଙ୍କ ବାପା ମାଙ୍କ ଛାଡପତ୍ର ହୋଇଗଲା , ମୋର ମା ଦ୍ୱିତୀୟ ବିବାହ କଲେ , ମୋର ମା ଜୀବନରେ ବଞ୍ଚିବାକୁ ଚାହୁଁଥିଲେ, କିନ୍ତୁ କିପରି ରାସ୍ତା ମିଳିପାରିବ , ଦ୍ୱିତୀୟ ବିବାହର କିଛି ମାସ ପରେ ମୋର ମା ଓ ଭାଇ ଘରୁ ବାହାରେ ଥିଲେ , କିନ୍ତୁ କିଛି ଲୋକ ତାଙ୍କ ଉପରେ ଆଙ୍ଗୁଠି ଉଠାଇଲେ , ତାଙ୍କର ଦ୍ୱିତୀୟ ବିବାହ ପରେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠିଲା , ମୋର ମା ଏହା ସହ୍ୟ କରିପାରିଲେ ନାହିଁ । ସେ ରାତିକୁ ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ।

 

ଶିରିନ୍ କହନ୍ତି କି ମୋର ମା କୁ ମୁଁ ହରାଇ ମୋ ପାଇଁ ମୁସକିଲ୍ ଜିନିଷ ଥିଲା,  ବର୍ଷେ ପରେ ମୋର ବାପା ମୋର ଭଉଣୀକୁ ବାହାଘର କରାଇଦେଲେ , ମୋର ଭଉଣୀର ଶଶୁରଘର ନାନାଦି ନିର୍ଯ୍ୟାତନା ଦେଲେ , ଯେବେ ସେ ଗର୍ଭବତୀଥିଲେ , ମୋର ଭଉଣୀର ଶଶୁରଘର ଲୋକେ ତାଙ୍କୁ ଯୌତୁକ ପାଇଁ ହଇରାଣ କଲେ , ଓ ଯେବେ ସେ ଗର୍ଭବତୀ ଥିଲେ , ତେବେ ତାଙ୍କୁ ବିଷ ଦେଇ ମାରିଥିଲେ , ଯେଉଁ ଦୁଇଟି  ଲୋକ ସବୁଠାରୁ ଅଧିକା ଭଲ ପାଉଥିଲେ, ମୁଁ ତାଙ୍କୁ ହରାଇଦେଲି, ମୋତେ ଲାଗୁଥିଲା କି ଏବେ ମୁଁ ବଞ୍ଚିବି ନାହିଁ , କିନ୍ତୁ ଯେବେ ମୁଁ ଗର୍ଭବତୀ ହୋଇଥିଲି , ମୋର ପୁଅ ଏହି ଦୁନିଆଁକୁ ଆସିଲା , ମୋର ପାଖରେ ଆଗକୁ ବଢିବାର ଛଡା କିଛି ବିକଳ୍ପ ନଥିଲା , ମୋତେ ଲାଗୁଥିଲା କି ମୋର ପୁଅ ପାଇଁ ମୁଁ ଜୀବିତ ରହିବି , ଓ ଲାଳନପାଳନ କରିବି  ।

 

ଶିରିନ୍ କହନ୍ତି କି ତୃତୀୟ ଛୁଆ ପରେ ମୋର ସ୍ୱାମୀ ମୋତେ ଛାଡିଦେଲେ , ସେ ତିନିଥର ତଲାକ୍ କହିକରି ମୋତେ ନିଜ ଛୁଆଙ୍କ ଠାରୁ ଘରୁ ବାହାରକୁ କରିଦେଲେ । ମୋତେ ରାସ୍ତାରେ ଛାଡିଦେଲେ , ଛୁଆଙ୍କ ପେଟ ଭରିବାପାଇଁ ମୋତେ ଏକ ଚ୍ୟାଲେଞ୍ଜ ଥିଲା , ମୁଁ କିଛି କାମ କରିବାକୁ ଭାବିଥିଲି , ମୁଁ ଏକ ଛୋଟ ବିରିୟାନୀ ଷ୍ଟଲ୍ କଲି ,  ଏହାପରେ ବିଏମ୍ ସିରେ ଆସି କାମ କରିବାକୁ ଭାବିଲି, ମୋର ପାଖରେ କୌଣସି ବିକଳ୍ପ ନଥିଲା,  ମୁଁ ସବୁ ସଞ୍ଚୟ ରିକ୍ସା କିଣିଥିଲି, ମୁଁ ଭଲ ଆୟ କରୁଥିଲି, କିନ୍ତୁ ବହୁତ ସାରା ଲୋକେ ମୋତେ ହଇରାଣ କରୁଥିଲେ,  ଅନ୍ୟ ରିକ୍ସା ଚାଳକ ବି ଜାଣିଶୁଣିକରି ଖରାପ ବ୍ୟବହାର କରିବାକୁ ଲାଗିଲେ , ଧୀରେ ଧୀରେ ଏତିକି କମାଇବାରେ ସକ୍ଷମ ହେଲି କି ଘର ଚଳାଇପାରିବି, ମୁଁ ମୋର ଆମଦାନୀରୁ ଘର ଚାଲୁଛି, ମୁଁ ନିଜ ଛୁଆଙ୍କୁ ସବୁ କିଛି ଦେଇଛି, ଯାହା ସେମାନେ ମାଗିଥାନ୍ତି , ମୁଁ ତାଙ୍କ ପାଇଁ ଗୋଟେ କାର୍ କିଣିବାକୁ ଚାହୁଁଛି, ଭଗବାନ ଚାହିଁଲେ ଏହା ସମ୍ଭବ ହୋଇପାରିବ ।

Leave a Reply

Your email address will not be published. Required fields are marked *