October 17, 2024

Odia Express

Leading Odia News Portal of Odisha

ଗଜା ମୁଗ ଖାଇବାର ଅନେକ ଉପକାର ଅଛି, ଏହି ଉପାୟରେ ଖାଆନ୍ତୁ

ଅନେକ ଜାଗାରେ କେମିକାଲ ଜାତୀୟ ଖାଦ୍ୟର ପ୍ରଭାବ ପ୍ରାୟ ହେଉଛି। ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ମିଶି ରହିଛି କୃତ୍ରିମ କେମିକାଲ। ତେବେ ଆଜି ଆମେ ଏପରି ଏକ ବିଶେଷ ଭାବରେ ପ୍ରସ୍ତୁତ ହୋଇଥିବା ବିଷୟ ବସ୍ତୁ ନେଇକି ଆସିଛୁ ଯାହା ଆପଣଙ୍କୁ ଫିଟ ରଖିବାରେ ସହାୟକ ହେବ।

କେମିକାଲ ମିଶ୍ରିତ ଖାଦ୍ୟ ଆମ ଶରୀର ପାଇଁ ହାନିକାରକ ଅଟେ। କେମିକାଲ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀର ଦିନକୁ ଦିନ ଦୁର୍ବଳ ହୋଇପାରେ ଓ ଅନେକ ରୋଗ ବି ହେବାର ସମ୍ଭାବନା ଅଛି। କେମିକାଲ ଖାଦ୍ୟ ଖାଇବା ଦ୍ଵାରା ରୋଗ ହୁଏ ଓ ଏହାକୁ ପ୍ରତିରୋଧ କରିବା ଲାଗି ଆମ ଶରୀର ପ୍ରାୟ ଅସମର୍ଥ ହୋଇପଡେ।

ଏହି କେମିକାଲ ଜାତୀୟ ଖାଦ୍ୟ ଥାଇ ମଧ୍ୟ ଅନ୍ୟ କିଛି ଖାଦ୍ୟ ଅଛି ଯାହାକି ଆମକୁ ଅନେକ ମାତ୍ରାରେ ଶକ୍ତି ପ୍ରଦାନ କରି ମୁଖ୍ୟ ରୋଗ ପ୍ରତିରୋଧକାରୀ ଭାବରେ ନିଜର ପରିଚୟ ପ୍ରତିପାଦନ କରିପାରିବ। ତାହା ମଧ୍ୟରୁ ଅନ୍ୟତମ ହେଉଛି ଆମେ ନିତିଦିନିଆ ଖାଦ୍ୟରେ ବ୍ୟବହାର କରୁଥିବା ଗଜାମୁଗ। ଗଜାମୁଗରେ ଅନେକ ଭିଟାମିନସ ରହିଛି, ଯାହା ଶରୀର ପାଇଁ ବେଶ ଲାଭଦାୟକ ଅଟେ।

ମନୁଷ୍ୟକୁ ରୋଗରେ ପକାଇବାର ମୁଖ୍ୟ କାରଣ ହେଉଛି ବାହ୍ୟ ଖାଦ୍ୟ ଏବଂ ତୈଳଜାତୀୟ ଖାଦ୍ୟ। କିନ୍ତୁ ଗଜାମୁଗ ଏହା ଠାରୁ ବହୁତ ଗୁଣାରେ ଶରୀର ପାଇଁ ଲାଭଦାୟକ ଅଟେ। ଏଥିରେ ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ଲାଗି ସମସ୍ତ ଗୁଣବତ୍ତା ରହିଛି।

ମନୁଷ୍ୟ ନିଜ ଶରୀରର ସୁସ୍ଥତା ଲାଗି ପ୍ରତ୍ୟେକ ଦିନ ଶାରିରୀକ ପରିଶ୍ରମ, ବ୍ୟାୟାମ ଆଦି କରିବା ନିହାତି ଭାବେ ଆବଶ୍ୟକ ଅଟେ। ଏହା ଦ୍ୱାରା ଶରୀର ଫୁର୍ତ୍ତି ରୁହେ ଓ ଫିଟ ରହିବାରେ ସହାୟକ ହୁଏ। ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ଗଜାମୁଗ ଖାଇବା ଦେହ ପାଇଁ ଉପଯୁକ୍ତ ହୋଇଥାଏ। ତେବେ ଡାକ୍ତରଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବେ ଓ ସେବନ କରିବେ।

ଗଜାମୁଗର ଗୁଣବତ୍ତା ଉନ୍ନତମାନର ଅଟେ। ଏଥିରେ ମ୍ୟାଗ୍ନେସିୟମ , ତମ୍ବା, ଖାଦ୍ୟସାର ବି, ଖାଦ୍ୟସାର ସି , ଖାଦ୍ୟସାର ବି-୬ ,ଖାଦ୍ୟସାର କେ ଇତ୍ୟାଦିର ସମନ୍ୱୟ ରହିଛି। ଶରୀରରେ ଦେଖା ଯାଉଥିବା ରକ୍ତହୀନତା ଦୂର କରିବାରେ ଏହା ସହାୟକ ହୋଇଥାଏ। ଶକ୍ତିରେ ଭରପୁର ହୋଇରହିଥିବା ଏହି ଗଜାମୁଗକୁ ଅନେକ ସ୍ୱାସ୍ଥ୍ୟଜୀବୀ ଶରୀରର ବିକାଶ ପାଇଁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶରୀରରେ କେଉଁ ସ୍ଥାନରେ ମାଡ଼ ହୋଇଗଲେ ରକ୍ତ ଜମାଟ ବାନ୍ଧି ଯାଇଥାଏ। କିନ୍ତୁ ଏହାକୁ ଦୂର କରିବା ଲାଗି ମୁଖ୍ୟ ଖାଦ୍ୟ ହେଉଛି ଗଜାମୁଗ। ଭିଟାମିନ-କେ ଏକ ଏପରି ଭିଟାମିନ ଯାହାକି ଶରୀରରେ ରକ୍ତକୁ ଜମାଟ ବାନ୍ଧିବାକୁ ଦେଇ ନ ଥାଏ। ମନୁଷ୍ୟ ଶରୀରରେ ରକ୍ତସ୍ରାବ ଲଗତାର ବନ୍ଦ ନ ହେଲେ ଶରୀରରେ ଭିଟାମିନ- କେ ର ଅଭାବ ଅଛି ବୋଲି ଜଣାଯାଏ। ଶରୀରର ହାଡ଼ ମଜଭୁତ କରିବାରେ ଏହି ଭିଟାମିନ କେ ମଧ୍ୟ ସହାୟକ ହୁଏ।

ଭିଟାମିନ-ସି ଏକ ଏପରି ତତ୍ତ୍ୱ ଯାହାକି ଶରୀରକୁ ସୁସ୍ଥ ରଖିବା ସହିତ ଶରୀରରେ କେଶର ମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହାର ମାତ୍ରା ଗଜାମୁଗରେ ରହିଅଛି। ତେଣୁ ଗଜାମୁଗ କେଶ ଝଡ଼ିବା ମଧ୍ୟ ରୋକିଥାଏ, ଯାହା ବି ଭଲ ଅଟେ। ଶରୀରର ପାଚନ ଶକ୍ତି ମନୁଷ୍ୟର ଖାଦ୍ୟ ଉପରେ ନିର୍ଭର କରେ।

ପାଚକ ଶକ୍ତିକୁ ତ୍ୱରାନ୍ୱିତ କରିବା ଲାଗି ଗଜାମୁଗ ପ୍ରମୁଖ ଖାଦ୍ୟ ଭିତରୁ ଗୋଟିଏ ଅଟେ। ରକ୍ତଚାପକୁ ନିୟନ୍ତ୍ରଣ କରିବା ଲାଗି ଗଜାମୁଗ ଖାଇବା ବି ଆବଶ୍ୟକ ଆଗେ। ଏହାର ଅନ୍ୟ ଏକ ମୁଖ୍ୟ ସୁବିଧା ହେଉଛି ଏହା ଶରୀରର ଚର୍ମକୁ ସତେଜ ରଖିବା ସହିତ ବାର୍ଦ୍ଧକ୍ୟରେ କିଛି ମାତ୍ରାରେ ବାଧକ ସାଜିଥାଏ।

ଏହାକୁ ପ୍ରଥମେ ପାଣିରେ ଭିଜାଇ କପଡ଼ାରେ ବାନ୍ଧି ଦେଲେ ଏହା ଗଜା ହୋଇଯାଏ। ଏହାପରେ ତାକୁ ଖାଇବା ଶରୀର ପାଇଁ ଲାଭଦାୟକ ଅଟେ। ପ୍ରତିଦିନ ଗଜାମୁଗ ଖାଇବା ଦ୍ଵାରା ଚର୍ମରୋଗ ହୁଏ ନାହିଁ, ହେଲେ ଆପଣଙ୍କ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ସେବନ କରିବେ।