October 17, 2024

Odia Express

Leading Odia News Portal of Odisha

ବିଶ୍ୱକପ ବିଜୟ ପରେ ରୋହିତ ପିଚରେ କଲେ ଏମିତି, ଚର୍ଚ୍ଚା ବିଷୟ ପାଲଟିଲା

ଵିଶ୍ଵକପ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କଲେ କିଛି ଏପରି, ଛୁଟିଲା ଭଲପାଇବା। ହଁ ଆଜ୍ଞା କହିରଖିବୁ ୨୯ ଜୁନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ପ୍ରଥମେ ୨୦୦୭ ମସିହାରେ ଧୋନୀଙ୍କ ଅଧିନାୟକତ୍ୱରେ ଓ ପରେ ୨୦୨୪ ରୋହିତଙ୍କ ଅଧିନାୟକତ୍ୱରେ ଭାରତ କରିଛି ଏପରି କୀର୍ତ୍ତିମାନ।

ଜିତିବା ପରେ ଅନେକ ଖେଳାଳି କାନ୍ଦି ପକାଇଥିଲେ। ହାର୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଅକ୍ଷର ପଟେଲ ଆଦି ଇମୋସ୍ନାଲ ହୋଇଯାଇଥିଲେ। ଗ୍ରୁପରେ ଅନେକ ଅନେକଙ୍କୁ ବଧାଇ ଦେଇଥିଲେ। ହେଲେ ରୋହିତ ପରେ ଏମିତି କିଛି କଲେ ଯାହା ପ୍ରଶଂସନୀୟ ଅଟେ।

ମ୍ୟାଚରେ ବିଜୟ ହାସଲ କରିସାରିବା ପରେ ରୋହିତ ପିଚକୁ ଯାଇ ମାଟି ଆଣି ପାଟିରେ ଲଗାଇଥିଲେ ଓ ପରେ ହାତରେ ପିଚକୁ ଛୁଇଁ ଛାତିରେ ଲଗାଇଥିଲେ। ଏହା ଦେଖିବା ପରେ ଯାହା ଅନୁମାନ କରାଯାଉଛି ରୋହିତ ମାଟି ମାଆକୁ ଏହା ପାଇଁ ବି ଧନ୍ୟବାଦ ଜଣାଇଲେ। ଏହା ବହୁତ ବଡ଼ କଥା, ଏହାର ସମ୍ମାନର କଥା। ଯେଉଁ ମାଟିରେ ଭାରତୀୟ ଦଳ ବିଜୟର ତ୍ରିରଙ୍ଗା ଉଡାଇଲା ସେହି ମାଟିକୁ ରୋହିତଙ୍କ ସମ୍ମାନ ଦେବା ବହୁତ ଉଚ୍ଚକୋଟୀର ଅଟେ।

ତେବେ ମ୍ୟାଚ କଥା ଆଲୋଚନା କରିବା ତ ଆଗ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଧାରିତ ୨୦ ଓଭରରେ ୧୭୬ ରନ କରିଥିଲା ଓ ଦକ୍ଷିଣ ଆଫ୍ରିକା ଦଳ ୧୬୯ ରନ ହିଁ କରିପାରିଥିଲା। ବିରାଟ କୋହଲି ନିଜର ଆକର୍ଷଣୀୟ ମ୍ୟାଚ ବିଜୟୀ ପରି ପାଇଁ ପ୍ଲେୟର ଅଫ ଦି ମ୍ୟାଚ ଓ ଯଶପ୍ରୀତ ବୁମରା ଆକର୍ଷଣୀୟ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ସିରିଜ ହୋଇଥିଲେ।

ଅନେକ ବର୍ଷ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଚମ୍ପିୟନ ହୋଇଛି। ୨୦୦୭ ରେ ଟି-୨୦ ବିଶ୍ୱକପ, ୨୦୧୧ ରେ ଦିନିକିଆ ବିଶ୍ୱକପ ପରେ ୨୦୨୪ ରେ ଟିମ ଇଣ୍ଡିଆ ନିଜର ଜଲୱା ଦେଖାଇ ଟି-୨୦ବିଶ୍ୱକପ ଚମ୍ପିୟନ ହୋଇଛି। ଏହାର ଭାରତ ପାଇଁ ଗୌରବର କଥା ଅଟେ। ଏହାସହ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇଯାଇଛନ୍ତି।

Leave a Reply

Your email address will not be published. Required fields are marked *