September 19, 2024

Odia Express

Leading Odia News Portal of Odisha

8 ଏପ୍ରିଲ ୨୦୨୩ ଶନିବାର,ଆଜିର ରାଶିଫଳ,କିଭଳି ରହିବ ଆଜି ଆପଣଙ୍କ ଦିନ,କେଉଁ ରାଶି ପାଇବେ ଦୁଃଖ ଖବର…

ମେଷ ରାଶି:- ଅନେକ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆସିପାରେ। ଆଜି ଘରେ କଳହ ସୃଷ୍ଟି ହୋଇପାରେ, ସତର୍କ ରୁହନ୍ତୁ।

ବୃଷ ରାଶି:- କର୍ମ କ୍ଷେତ୍ରରେ ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି। କୌଣସି ପ୍ରକାରର କଳହରୁ ଦୂରେଇ ରୁହନ୍ତୁ। ଯାତ୍ରା କରିବା କାରଣରୁ ଆପଣ ମନ ଖୁସିରେ ଭରି ଉଠିବ। ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର ଅଟେ।

ମିଥୁନ ରାଶି:- ଯାତ୍ରା କାରଣରୁ ଶୁଭଫଳ ପାଇବେ। ପ୍ରଶାସନ ରାଜନୀତିକ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଆପଣଙ୍କ ଜୀବନରେ ଅସୁବିଧା ଆସିପାରେ ଓ ବିବାହ ପାଇଁ ଉଚିତ ପରିସ୍ଥିତି ରହିଚି।

କର୍କଟ ରାଶି:- ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ସମ୍ମାନିତ ହେବେ।ଉତ୍ତମ ସ୍ୱାସ୍ଥ୍ୟ କାରଣରୁ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ।ଆଜି ଆପଣ ପ୍ରେମ ଭାବରେ ରହିବେ।ଅତୀତ ଦିନରେ ଆପଣ ଅନେକ କାର୍ଯ୍ୟ ଅଧାରେ ଛାଡ଼ି ଦେଇଛନ୍ତି ତାହା ଆପଣଙ୍କୁ ଆଜି ଶେଷ କରିବାକୁ ହେବ।

ସିଂହ ରାଶି:- ପରିବାରରେ ସାଧାରଣ କଥାରେ ଭୁଲ ବୁଝାମଣା ହୋଇପାରେ। ଅଚାନକ କୌଣସି ଖବର ପାଇ ଖୁସି ହୋଇଯିବ।ମାତାଙ୍କ ପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନ ଲାଭ ହୋଇପାରେ।ପ୍ରେମ ମନ ଭାବରେ ଅଚାନକ ଆସୁଥିବା ପରିବର୍ତ୍ତନ ଆପଣଙ୍କୁ ନିରାଶ କରିପାରେ।

କନ୍ୟା ରାଶି:- ମାନସିକ ଅବସାଦ ବୃଦ୍ଧି ପାଇପାରେ। ପରିବାରରେ ପିଲାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ ଅଚାନକ ଭାବରେ ଦୂର ଯାତ୍ରା କରିବେ। ଆପଣଙ୍କ କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ଆପଣଙ୍କ ପିଲା ଆପଣଙ୍କ ଆଶା ପୂର୍ଣ୍ଣ କରିବେ।

ତୁଳା ରାଶି:- ମନ ଭଲ ରହିବ ନାହିଁ। ଛୋଟ କଥାରେ ଅନ୍ୟ ଉପରେ ବିରକ୍ତ ହେବେ। ମିଥ୍ୟା ଭାଷଣ କାରଣରୁ ସମାଲୋଚିତ ହେବାକୁ ପଡ଼ିବ। ପିଲାମାନଙ୍କ ଭବିଷ୍ୟକୁ ନେଇ ଯୋଜନା କରିବାର ଆବଶ୍ୟକତା ରହିଛି। ଆପଣ ନିଜର ବୈବାହିକ ଜୀବନରେ ଛନ୍ଦି ହେବା ଭଳି ଅନୁଭବ କରିବେ।

ବିଛା ରାଶି:- ସାହିତ୍ୟ କଳା ଗବେଷଣା ଓ ରଚନାତ୍ମକ କାର୍ଯ୍ୟରେ ଉଚ୍ଚ ପ୍ରଶଂସା ପାଇବେ। ପିଲାମାନେ ଆଶା ପୂର୍ଣ୍ଣ ନ କରିବା କାରଣରୁ ଆପଣ ନିରାଶ ହେବ।

ଧନୁ ରାଶି:- ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ କାରଣରୁ ଅଗ୍ରଗତି ବାଧା ପୂର୍ଣ୍ଣ ହେବେ। ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ ହେବ।

ମକର ରାଶି:- ଅଧିକାଂଶ ସମୟ ପରିବାରରେ ଭୁଲ ବୁଝାମଣା କାରଣରୁ ସମସ୍ୟା ବଢ଼ିପାରେ। ଧର୍ମ ଚର୍ଚ୍ଚା ପାଇଁ ମନ ବଳାଇପାରନ୍ତି।

କୁମ୍ଭ ରାଶି:- ପାରିବାରିକ ସମସ୍ୟା ଚିନ୍ତା କରିବେ। ଅନ୍ୟ ଦ୍ଵାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଙ୍କୁ ଭୁଲ ବୁଝିବେ।

ମୀନ ରାଶି:- ଦେହ ଭଲ ରହିଲେ ମଧ୍ୟ କଷ୍ଟ ପାଇ ପାରନ୍ତି। ଅତି ଚିନ୍ତା ଓ ମାନସିକ ଚାପରେ ରହିବା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ଦେଇପାରେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *