ଏହି ଛାତ୍ରୀ ଜଣକ ବନାଇଲେ ଦୁନିଆଁର ସବୁଠାରୁ ଚମକୁଥିବା ପଦାର୍ଥ , ୨ ୱାଟ୍ ର ବଲବ୍ ଦେବ ୨୦ ୱାଟ୍ ପରି ଲାଇଟ୍ – ଦେଖନ୍ତୁ କିପରି..
ଧୀରେ ଧୀରେ ବଢୁଥିବା ବିଜୁଳି ବିଲ୍ ସମସ୍ତଙ୍କର ମୁଣ୍ତ ବିନ୍ଧାର କାରଣ ପାଲଟିଛି । ଏହା ବଢୁଥିବାର କାରଣ ଘରେ ଜଳୁଥିବା ବଲବ୍ ସବୁଠାରୁ ମୁଖ୍ୟ ଭୁମିକା ହୋଇଥାଏ , ଆମ ସମସ୍ତଙ୍କୁ ଅଧିକା ଭଲ କାମ କରିବାପାଇଁ ଅଧିକା ଆଲୋକର ଆବଶ୍ୟକତା ହୋଇଥାଏ, ଏମିତିରେ ଘରେ ବଲବ ଜଳେଇବାପାଇଁ ଆମେ ଘରକୁ ଅଧିକା ୱାଟ୍ ବିଶିଷ୍ଟ ବଲବ୍ ଆଣିଥାଉ , ଯାହା ଦ୍ୱାରା ଅଧିକା ଆଲୋକରେ ଆମେ ନିଜ କାମକୁ ଭଲ ଭାବରେ କରିପାରୁ , କିନ୍ତୁ ଯେପରି ୱାଟ୍ ବଲବ୍ ର ସଂଖ୍ୟା ବଢିବାରେ ଲାଗେ ସେପରି ବିଜୁଳୀ ବିଲ୍ ବି ଅଧିକା ହୋଇଯାଏ , ଏହି ସମସ୍ୟାରୁ ମୁକ୍ତି ଦେବାପାଈଁ ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଏକ ଛାତ୍ରୀ ଏକ ଖୋଜ୍ ବାହାର କରିଛନ୍ତି , ଯାହା ପୁରା ବିଶ୍ୱ ନେଇପାରିବ , ଏହି ଫିମେଲ୍ ଷ୍ଟୁଡେଣ୍ଟ ଦୁନିଆଁର ସବୁଠାରୁ ଚମକୁଥିବା ପଦାର୍ଥ ବନାଇକରି ରସାୟନ ଶାସ୍ତ୍ରରେ ଦୁନିଆଁରେ ତହଲକା ମଚାଇନେଇଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ଛାତ୍ରୀଙ୍କର ନୁଆ ଖୋଜ୍ ବିଷୟରେ ।
ଦୁନିଆଁର ସବୁଠାରୁ ଅଧିକା ଚମକୁଥିବା ପଦାର୍ଥ ବନାଇଥିବା ଏହି ଦକ୍ଷତାଶାଳୀ ଛାତ୍ରୀଙ୍କ ନାଁ ଇଫତ୍ ଅମୀନ୍ ଅଟେ ଇଫତ୍ ଗୋରଖପୁର ଦିନଦୟାଲ୍ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ କେମେଷ୍ଟ୍ରି ଷ୍ଟୁଡେଣ୍ଟ ଅଛନ୍ତି , ଗତ ପାଞ୍ଚ ବର୍ଷରୁ ଏକ ଖାସ୍ ଗବେଷଣା କରିଛନ୍ତି , ଏହି ଗବେଷଣାରେ ଅନ୍ତର୍ଗତ ତାଙ୍କର ଉଦ୍ଧେଶ୍ୟ ଏକ ଏପରି ପଦାର୍ଥ ବନାଇବାର୍ ଥିବା ଯାହା ବିଶ୍ୱରେ ଚମକୁଥିବା ପଦାର୍ଥ ହେଉ , ସେ ନିଜର ଏହି ଗବେଷଣାରେ ସଫଳତା ଅର୍ଜନ କଲେ , ଏତିକି ନୁହେଁ ପଦାର୍ଥର ପରୀକ୍ଷଣ ଆଇଇଟି ଚେନ୍ନାଇ ଓ ଜାପାନର କ୍ୟୁସୁ ଇନଷ୍ଟିଟ୍ୟୁଡ୍ ରେ ବି କରାଯାଈଥିଲା, ଯେଉଁଠି ସବୁ ମାପ ଦଣ୍ତରେ ସଠିକ୍ ରହିଥିଲା , ଆପଣଙ୍କୁ ଜଣେଇଦେବୁ କି ଏବେ ଆମ ପାଖରେ ୮୦ ପ୍ରତିଶତ କ୍ଷମତା ବାଲା ଚମକୁଥିବା ପଦାର୍ଥ ମହଜୁତ୍ ଥିଲା, ଇଫତ୍ ଙ୍କ ଦ୍ୱାରା ବନାହୋଇଥିବା ଏହି ଚମକୁଥିବା ପଦାର୍ଥ ୯୧,୯ ପ୍ରତିଶତ ଗଣନା କରାଯାଇଛି, ଏହି ପରି ବର୍ତ୍ତମାନରେ ଦୁନିଆଁର ସବୁଠାରୁ ଚମକୁଥିବା ପଦାର୍ଥ ହୋଇଯାଇଛି ।
ଇଫତ୍ କହିଲେ କି ଏହି କାମକୁ ସଂମ୍ପାଦନ କରିବା ଏତେ ସହଜ ନଥିଲା , ଆରମ୍ଭରୁ ଦୁଇ ବର୍ଷ ସେ ଏହି ଦୂର୍ଲ୍ଲଭ ତତ୍ତ୍ୱ କୁ ଏକତ୍ରିତ୍ କରିବା ଓ ସଂଶ୍ଳେଷଣ କରିବା ଓ ଏହାର ପ୍ରୟୋଗକୁ ବୁଝିବାରେ ସମୟ କାଟିଥିଲେ, କହିଦେବୁ କି ଏହି ଦୁଲ୍ଲଭ ତତ୍ତ୍ୱରେ ଲେନ୍ଥେନାଇଡ୍ ସିରିୟମ୍ ପରି ବହୁତ ମିଶ୍ରଣ ସାମିଲ୍ ଅଛି ଏହାର ପ୍ରୟୋଗରେ ଇଫତ୍ ପ୍ରାୟ ୪୮ କପ୍ଲେକ୍ସ ବନାଇଛନ୍ତି , ଏହାକୁ ତିଆରି କରିବାପରେ ଅଲଗା ଅଲଗା ଲ୍ୟୁମିନିସେନ୍ସ ଚମକ କ୍ଷମତା ଯାଞ୍ଚ କରାଗଲା , ତେବେ ଯାଇକରି ସଫଳତା ହାତରେ ଆସିଲା, ସେ ନିଜ ଏହି ଉପଲ୍ଲବ୍ଧି ପାଇଁ ଗୁରୁ ଗୋରଖନାଥ ଶୋଧ ମେଡାଲ୍ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏତିକି ନୁହେଁ ସେ ସୋଧ ପତ୍ର ବି ଇଣ୍ଟରନ୍ୟାଶାନାଲ୍ ଲେବଲ୍ ର ଜର୍ନଲ୍ସରେ ପବ୍ଲିସ୍ କରାଯାଈଥିଲା ।
ଇଫତ୍ ଏହି ସଫଳ ଗବେଷଣା କାରଣରୁ ତାଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ଚମକୁଥିବା ପଦାର୍ଥର ବ୍ୟବହାର ଅର୍ଗାନିକ ଏଲଇଡି ବଲବ୍ ବନାଇବାରେ କରାଯିବ । ଏହି ବଲବ୍ ର ଏହା ଖାସିୟତ୍ ହେବ କି ଏହା ୧ କିମ୍ବା ୨ ୱାଟ୍ ହେବାପରେ ୨୦ ୱାଟ୍ ପରି ଆଲୋକ ଦେଇପାରିବ , ଅର୍ଥାତ୍ ଅଧିକା ଆଲୋକ ଅଧିକା ମିଳିବ , ବିଜୁଲି ବିଲ୍ କମ୍ ହେବ , ଏହାର ଅତିରିକ୍ତ ଏହି ଚମକୁଥିବା ପଦାର୍ଥର କାରଣରୁ ଏମ୍ ଆର୍ ଆଇ ଭଲ ଫଳାଫଳ ଦେଖି ଯାଇପାରିଏବ୍ , ସେଠାରେ ମେଡିସିନ୍ ଓ ବାୟୋଲୋଜିକାଲ୍ ସିଷ୍ଟମ ଟେଷ୍ଟ ଓ ଲେବଲିଙ୍ଗ୍ ବି ଏହି କାମ କରାଯିବ , ତାହା ସହ ରାଡାର୍ ରେ ଉର୍ଜା ଖର୍ଚ୍ଚ କମ୍ ହେବ ।