February 6, 2025

Odia Express

Leading Odia News Portal of Odisha

ବିଶ୍ଵକପ: ଇଂଲଣ୍ଡ ଠାରୁ ପରାଜୟ ପରେ ସଚିନଙ୍କ ପରାମର୍ଶ ‘ଯାଦବ ଙ୍କ ବଦଳରେ ଜାଡେଜାଙ୍କୁ ଖେଳାଅ କାରଣ…’

ଉଲ୍ଲେଖଯୋଗ୍ୟଯେ ୩୦ଜୁନ ରବିବାର ଦିନ ICC ବିଶ୍ଵକପ ଅନ୍ତର୍ଗତ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଲାଯାଇଥିଲା । ଏହି ମ୍ୟାଚରେ ଘରୋଇ ଦଳ ଇଂଲଣ୍ଡ ଭାରତ କୁ ୩୧ରନରେ ପରାସ୍ତ କରିଥିଲା । ଏହା ବିଶ୍ଵକପ ୨୦୧୯ର ୩୮ନମ୍ବର ମ୍ୟାଚ ଥିଲା ଯେଉଁଥିରେ ପ୍ରଥମଥର ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଲା । ଏହାପୂର୍ବରୁ ଭାରତ ଯେତୋଟି ମ୍ୟାଚ ଖେଳିଥିଲା ସବୁଗୁଡିକରେ ବିଜୟପ୍ରାପ୍ତ ହୋଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ୫୦ଓଭରରେ ୩୩୭ରନ କରିଥିଲା ଜବାବରେ ଭାରତ କେବଳ ୩୦୬ରନ କରିପାରିଥିଲା । ପରିସଙ୍ଖ୍ୟାନ ଉପରେ ଦୃଷ୍ଟିଦେଲେ ୧୯୯୨ମସିହା ପରେ ଏହା ପ୍ରଥମଥର ଥିଲା ଯେତେବେଳେ ଇଂଲଣ୍ଡ ବିଶ୍ଵକପ ର କୌଣସି ମ୍ୟାଚରେ ଭାରତକୁ ହରେଇଛି । ଇଂଲଣ୍ଡ ଆଜିପର୍ଯ୍ୟନ୍ତ ମୋଟ ୮ଟି ମ୍ୟାଚ ଖେଳିଛି ଓ ସେଥିମଧ୍ୟରୁ ୫ଟିରେ ଜିତିଛି। ଏହା ୧୦ଅଙ୍କ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନ ହାସଲ କରିଛି ।

 

ଭାରତର ପରାଜୟ ପରେ ଅନେକ ଏହାର ଅବଗୁଣ ଖୋଜିବାରେ ଲାଗିଛନ୍ତି । ସମସ୍ତେ ନିଜନିଜର ତର୍କ ଦ୍ଵାରା କହୁଛନ୍ତି ଏପରି କରିଥିଲେ ଏପରି ହୋଇଥାନ୍ତା ଓ ଭାରତ ହୁଏତ ଜିତି ପାରିଥାନ୍ତା । ଏହି ଶୃଙ୍ଖଳାରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ନିଜର ମତାମତ ଦେଇଛନ୍ତି । ସେ ନିଜର ପ୍ରସ୍ତାବ ଦଳକୁ ଅଧିକ ଭଲ ଓ ଶକ୍ତିଶାଳୀ କରିବା ପାଇଁ ଦେଇଛନ୍ତି । ସଚିନ ନିକଟରେ ଇଣ୍ଡିଆଟୁଡେ ଗ୍ରୁପ ସହ ବାର୍ତ୍ତାଳାପ ସମୟରେ ଦଳ ମ୍ୟାନେଜମେଣ୍ଟ ଯାଦବଙ୍କ ବଦଳରେ ଜାଡେଜାଙ୍କୁ ଖେଳେଇବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

 

ସଚିନ କହିଲେ ଯେ “ଆଜିର ମ୍ୟାଚରେ ସ୍ପିନ ବୋଲିଂ ବିପକ୍ଷରେ ଇଂଲଣ୍ଡର ଦୁଇଜଣ ଡାହାଣହାତି ବ୍ୟାଟ୍ସମ୍ୟାନ (ଜନି ବେୟାରଷ୍ଟୋ ଓ ଜେସନ ରାୟ) ଯେଉଁଭଳି ପ୍ରଦର୍ଶନ କରିଛନ୍ତି ଯେଉଁଥିରୁ ଏକ ବେରିଏସନ ନିଶ୍ଚିତ ଆସୁଛି । ଏଠାରେ ଜଣେ ବାମହାତି ସ୍ପିନର ଖେଳିଲେ ସେ କିଛି ଅଲଗା କରିବାର ଚେଷ୍ଟା କରିଥାନ୍ତେ । କିନ୍ତୁ ଯଦି ଆପଣ ୭ନମ୍ବରରେ ଯାଦବଙ୍କୁ ଖେଳାଉଛନ୍ତି ତେବେ ସେ ଏହି ନମ୍ବରକୁ କିଛି ପ୍ରଭାବିତ କରିବେ ନା ନାହିଁ? ଏହା ବଦଳରେ ଆପଣ ଜଡେଜାଙ୍କୁ ଖେଳାନ୍ତୁ । ଏଥିରେ ତାଙ୍କ ଓଭରର ଠିକ ବ୍ୟବହାର ହୋଇପାରିବ । ଏହି କ୍ଷେତ୍ରରେ ଦଳୀୟ ମ୍ୟାନେଜମେଣ୍ଟ କାମ କରିବା ଉଚିତ ।

 

ସଚିନ ପୁଣି କହିଲେ “ଏହି ଟୁର୍ଣ୍ଣାମେଣ୍ଟରେ ଆପଣ ଯେତେ ଆଗକୁ ଆଗକୁ ଯିବେ ଆପଣଙ୍କୁ ନୂତନ ଉପାୟ ଦୃଶ୍ୟ ହେବ । ମୋ ମତରେ ୨ଜୁଲାଇ ମ୍ୟାଚରେ (ଭାରତ ଓ ବାଂଲାଦେଶ)ଏହି ଭୁଲ ହେବାର ସମ୍ଭାବନା ଅଛି ।

 

ଭାରତର ପରାଜୟ ପରେ ବହୁତ ଲୋକ ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କୁ ଦୋଷ ଦେଉଛନ୍ତି । ସୋସିଆଲ ମିଡିଆରେ ଲୋକଙ୍କ କହିବା ହେଲା ଆମେ ହାରିଗଲୁ ତାହାର ଦୁଃଖ ନାହିଁ । କିନ୍ତୁ ଦୁଃଖ ଏହି କଥାର ଯେ ଶେଷ ଓଭର ଗୁଡିକରେ ସେମାନଙ୍କର ପ୍ରଚେଷ୍ଟା ଦୃଷ୍ଟିଗୋଚର ହେଲା ନାହିଁ । କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ ଆମ ପାଖରେ ଶେଷବେଳକୁ ଭଲ ବ୍ୟାଟ୍ସମ୍ୟାନ ଥିଲେ ଓ ସେମାନେ ଖୋଲିକରି ଖେଳିବା ଉଚିତ ଥିଲା । ମ୍ୟାଚର ଶେଷ ଓଭରଗୁଡିକରେ ଲୋକମାନଙ୍କୁ ଲାଗିଥିଲା ଯେ ଧୋନୀ ଓ ଯାଦବ ନିଜର ପରାଜୟ ସ୍ଵୀକାର କରିସାରିଥିଲେ ଓ ସେମାନେ ଅଧିକ ଦମ ଲଗେଇ ଖେଳି ନଥିଲେ । ମୁଖ୍ୟତଃ ଯାଦବ ପ୍ରାୟ ସମସ୍ତ ମ୍ୟାଚରେ ଖରାପ ଖେଳିବା କାରଣରୁ ଏହି ପ୍ରସଙ୍ଗ ଉତ୍ଥାପନ ହେଉଛି ।

Leave a Reply

Your email address will not be published. Required fields are marked *