October 18, 2024

Odia Express

Leading Odia News Portal of Odisha

ମାଙ୍କୁ 52 ବର୍ଷ ବୟସରେ ହେଲା ପ୍ରେମ, ସମାଜକୁ ପଛରେ ଛାଡି ପୁଅ କଲା କନ୍ୟା ଦାନ,ଆଉ କହିଦେଲେ ଏତେ ବଡ କଥା…

ଆମର ଦେଶରେ ବାହାଘରକୁ ନେଇକରି ଅଧିକାଂଶ ଲୋକଙ୍କ ମଧ୍ୟରେ ଏକ ଭାବନା ହୋଇଥାଏ, ମାନାଯାଏ କି ବଢୁଥିବା ବୟସର ସହ ମଣିଷର ବାହାହେବାର କୌଣସି ହକ୍ ନଥାଏ, କିନ୍ତୁ ଅସଲ ଜୀବନରେ ଏହା ସଂମ୍ଭବ, କମ୍ ବୟସରେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀକୁ ହରାଈ ସାରିବା ପରେ ବହୁତ ଲୋକ ନିଜ ଜୀବନକୁ ଏକେଲା କଟାଇଥାନ୍ତି । ସବୁ ବୟସରେ ମଣିଷକୁ ନିଜ ସହ ଏକ ସାଥିର ଦରକାର ପଡିଥାଏ, କିନ୍ତୁ ବହୁତଥର ସମାଜକୁ ଡରିକରି ଲୋକେ ନିଜ ଜୀବନରେ ଏକେଲା କଟାଇବାକୁ ବାଧ୍ୟ ହୁଅନ୍ତି, ବହୁତ କମ୍ ଲୋକ ଏମିତି ହୋଇଥାନ୍ତି, ଯିଏକି ନିଜ ଜୀବନରେ ସମାଜକୁ ନଡରି ନିଜ ଇଚ୍ଛାରେ ଜୀବନ କଟାଇବାକୁ ପସନ୍ଦ କରନ୍ତି, ସେଥିରେ ଏହି କପଲ୍ ଅଛନ୍ତି ।

ଏହି କପଲଙ୍କ ଯୋଡି ସଫଳ କରିବାପାଇଁ ଯେଉଁ ବ୍ୟକ୍ତିର ଏକ ସବୁଠାରୁ ବଡ ହାତ ରହିଥିଲା ସେ ଏହି ମହିଳାଙ୍କ ପୁଅ ଥିଲା, କିଛି ଦିନ ପୁର୍ବରୁ ଏହି ପୁଅ ନିଜ ମାଙ୍କ ଲଭ୍ ଷ୍ଟୋରୀ ସୋସିଆଲ୍ ମିଡିଆରେ ସେୟାର୍ କରି ଲୋକଙ୍କୁ ଆଗକୁ ବଢିବାରେ ପ୍ରେରିତ କରିଥିଲେ, ଏହି ପୁଅ ନିଜ ସୋସିଆଳ୍ ମୀଡିଆ ଏକାଉଣ୍ଟରେ ନିଜ ୫୨ ବର୍ଷର ମାଙ୍କ କାହାଣୀ କହିକରି କହିଲେ କି ତଙ୍କ ମା ୨୦୧୩ ରେ ନିଜ ସ୍ୱାମୀ ମାନେ ଏହି ପୁଅର ବାପାଙ୍କୁ ହରାଇବସିଥିଲେ ।

ଏହି ସମୟରେ ଏହି ମହିଳାଙ୍କ ବୟସ ୪୪ ବର୍ଷର ଥିଲା, ଯାହାପରେ ୨୦୧୯ରେ ଏହି ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥିଲା, ମହିଳାଙ୍କ ରୋଗ ଏତେ ବଢିଯାଇଥିଲା କି ସେ ୨ ବର୍ଷ ପର୍ଜ୍ୟନ୍ତ କେମିଓଥେରାପି ନେଇଥିଲେ, ପୁଅର ମୁତାବିକ ତୃତୀୟ ଷ୍ଟେଜ୍ ରେ ତାଙ୍କୁ ଏହି ରୋଗ୍ ବିଷୟରେ ଜଣାପଡିଥିଲା, କେବଳ ଏତିକି ନୁହେଁ ମହିଳାଙ୍କୁ ଯେବେ କ୍ୟାନ୍ସର ଚିକିତ୍ସା ଚାଲୁଥିଲା ତେବେ ସେହି ସମୟରେ କୋ-ରନା- ଭାଇ-ରା-ଲ୍ ର ଦ୍ୱିତୀୟ ଲହରି ଜୋର୍ ଧରିଥିଲା

ଏମିତିରେ କ୍ୟାନ୍ସର ଟ୍ରିଟମେଣ୍ଟ ସମୟରେ ଡେଲଟା ଭ୍ୟାରିଆଣ୍ଟ ସଂମ୍ପର୍କରେ ସେ ଆସିଗଲେ, ପୁଅ ନିଜ ମାଙ୍କ କାହାଣୀ କହିକରି କହିଲେ କି ଆମେ ନିଜ କ୍ୟାରିୟରକୁ ବନାଇବାପାଇଁ ଦେଶର ବାହାରେ ଥିଲି, ଯେବେ କି ମା ନିଜ ରୋଗରେ ଅଧିକାଂଶ ସମୟ ଭାରତରେ ଏକେଲା ରହୁଥିଲେ, ପୁଅ କହିଲା କି ତାଙ୍କ ମା କେବେ ହାର୍ ମାନିନଥିଲେ, ଏକେଲା ନିଜ ସମସ୍ୟା ସହ ଲଢୁଥିଲେ, ୫୨ ବର୍ଷ ବୟସରେ ସେ ନିଜ ପ୍ରେମକୁ ପାଇଥିଲେ ।

ନିଜ ମାଙ୍କ ପ୍ରଶଂସା କରି ପୁଅ ନିଜ ସୋସିଆଲ୍ ମିଡିଆର ପୋଷ୍ଟରେ ଲେଖିଥିଲା କି ଭାରତୀୟ ସମାଜରେ ରହିକରି କାହାକୁ ଭଲ ପାଇଲେ ତାଙ୍କୁ ବାହାହେଲେ, ୫୨ ବର୍ଷ ବୟସରେ ପ୍ରେମ ମିଳିଲା, ସେ ଯୋଦ୍ଧା ଅଟନ୍ତି ଫାଇଟର୍ ଅଟନ୍ତି, ଏହା ସହ ଏହି ପୁଅ ନିଜ ବୟସର ଦ୍ୱିତୀୟ ଛୁଆଙ୍କୁ ଉପଦେଶ ଦେଇକରି କହିଲେ କି ମୋର୍ ପିଢି ଇଣ୍ତିଆରେ ରହୁଥିବା ଲୋକ ଯାହାଙ୍କ ପ୍ୟାରେଣ୍ଟ୍ସ ସିଙ୍ଗଲ୍ ଅଛନ୍ତି ସେହି ପ୍ୟାରେଣ୍ଟଙ୍କୁ ନିଜ ଜୀବନସାଥୀ ବାଛିବାର ନିର୍ଣ୍ଣୟ ନେବାକୁ ସମ୍ମାନ କରନ୍ତୁ, ଆପଣଙ୍କୁ କହିଦେବୁ କି ସୋସିଆଳ୍ ମୀଡିଆ ଲିଙ୍କ୍ ଇନ୍ ପ୍ଲାଟଫର୍ମରେ ଜିମିତ ଗାନ୍ଧି ନାମକ ଏହି ପୁଅଟି ଏହି ପୋଷ୍ଟ କରିଥିଲେ, ସୋସିଆଲ୍ ମିଡିଆରେ ଆସିକରି ଜିମିତ ଏହି ପୋଷ୍ଟ ବହୁତ ଭାଇରାଲ୍ ହେଉଛି, ଲୋକେ ଜିମିତଙ୍କୁ ବହୁତ ପ୍ରଭାବିତ ହୋଇକରି ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *