October 20, 2024

Odia Express

Leading Odia News Portal of Odisha

ଛୁଆଙ୍କ ବହୁତ ସମସ୍ୟାରୁ ଦେଶୀ ଚିକିତ୍ସା ଅଟେ Hengu,କିନ୍ତୁ ଦେବା ପୁର୍ବରୁ ଏହି କଥାକୁ ରଖନ୍ତୁ ଧ୍ୟାନ

ଛୁଆଙ୍କ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ତାକୁ ତାର ମା କ୍ଷୀର ସଂପୁର୍ଣ୍ଣ ପୋଷଣର ସ୍ରୋତ ବୋଲି ମାନାଯାଏ , ଏହାପରେ ଧିରେ ଧିରେ କିଛି ଏମିତି ଜିନିଷକୁ ଯୋଡି ଦିଆଯାଏ, ଯାହା ଛୁଆର ଜରୁରୀ ପୋଷକ ତତ୍ତ୍ୱକୁ ପ୍ରଦାନ କରେ, ଓ ତାର ବିକାଶରେ କାମରେ ଆସେ , ୬ ମାସ ପରେ ଛୁଆଙ୍କୁ ହାଲକା ଡାଇଟ୍ ଦିଆଯାଏ , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଛୁଆଙ୍କୁ ଡାଇଟ୍ ରେ ହେଙ୍ଗୁ ଯୋଡିବା କେତେ ଫାଇଦାଦାୟକ ହୋଇଥାଏ ଏହା ବିଷୟରେ ସୁଚନା ଦେବାକୁ ଚାହିଁବୁ , ଏକ ରିପୋର୍ଟ ମୁତାବିକ ଛୁଆଙ୍କ ପାଇଁ ହେଙ୍ଗୁ ସେବନ ବହୁତ ସୁରକ୍ଷିତ ହୋଇଥାଏ, ଏଥିରେ ଛୁଆଙ୍କବହୁତ ଗୁଡିଏ ସମସ୍ୟା ଦୁର ହୋଇପାରେ କିନ୍ତୁ ରିପୋର୍ଟରେ ହେଙ୍ଗୁକୁ ନେଇକରି କିଛି ସାବଧନତା ବିଷୟରେ କୁହାଯାଇଛି, ଯାହାକୁ ଜାଣିବା ବହୁତ ଆବଶ୍ୟକ ହୋଇଥାଏ ।

ହେଙ୍ଗୁର ସେବନରୁ ଛୁଆଙ୍କ ଶ୍ୱସନ ତନ୍ତ୍ର ସଂବନ୍ଧିତ ରୋଗ ଗୁଡିକ ଦୁର ହୋଇଯାଏ, ଆପଣଙ୍କୁ କହିଦେବୁ କି ହେଙ୍ଗୁରେ ଆଣ୍ଟି ଏଲର୍ଜୀ ଓ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ମିଳିଥାଏ, ନା କେବଳ ହାଲକା ଫୁଲକା କାଶ ଦୁର କରିବାରେ ଉପଯୋଗୀ ମାନାଯାଏ , ବରଂ ନିଶ୍ୱାସ ସଂବନ୍ଧିତ ସମସ୍ୟାରୁ ମୁକ୍ତି ଦେବାରେ ଉପଯୋଗୀ ହୋଇଥାଏ , ଏହା ଛଡା ଯଦି ଛୁଆ ଆସ୍ତମା ସମସ୍ୟାରୁ ଚିନ୍ତିତ ଅଛନ୍ତି ତେବେ ଏହାର ଲକ୍ଷଣ ନଜର ଆସିଲେ ହେଙ୍ଗୁର ସେବନରୁ ଏହି ସମସ୍ୟାକୁ ଦୁର କରାଯାଇପାରିବ ।

ରିପୋର୍ଟରେ ଏହି କଥାକୁ କୁହାଯାଉଛି କି ହେଙ୍ଗୁର ସେବନ କରିଲେ ଛୁଆଙ୍କ ଇମ୍ୟୁନୋ ସିଷ୍ଟମକୁ ମଜବୁତ୍ କରାଯାଇପାରିବ, ହେଙ୍ଗୁର ଭିତରେ ଆଣ୍ଟିଏକ୍ସିଡେଣ୍ଟ ତତ୍ତ୍ୱ ଥାଏ ଯାହା ଛୁଆଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ସାହାଯ୍ୟ କରେ, ଏହା ଛଡା ଏହାର ସେବନ ରୁ ଛୁଆଙ୍କ ଶରୀରରେ ବହୁତ ସମସ୍ୟା ଦୁର ହୋଇପାରେ । ଆପଣଙ୍କୁ କହିଦେବୁ କି ହେଙ୍ଗୁର ଭିତରେ ପ୍ରଚୁର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗଲ ଗୁଣ ମହଜୁଦ୍ ହୋଇଥାଏ, ଯାହା ନା କେବଳ ନିମୋନିଆ କାରଣରୁ ଉତ୍ପନ୍ନ ହେଉଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ବରଂ ବହୁତ ପରିମାଣରେ ନିମୋନିଆଁର ଚିକିତ୍ସା କରିବାରେ ସାହାଯ୍ୟ କରେ, ଯଦି ଛୁଆଙ୍କ ଡାଇଟ୍ ରେ ହେଙ୍ଗୁକୁ ଯୋଡାଯାଏ ତେବେ ସେ ଛୁଆକୁ ନିମୋନିଆ ରୁ ରକ୍ଷା କରିଥାଏ ।

ବହୁତଥର ଦେଖାଯାଇଛି କି ଛୋଟ ଛୁଆଙ୍କ ପେଟ ଫୁଲିବା କିମ୍ବା ଗ୍ୟାସ ହେବା ସମସ୍ୟା ଲାଗିରହିଥାଏ, ଯାହାର କାରଣରୁ କିଛି ଛୁଆଙ୍କ ପେଟରେ ପୀଡା ହୋଇଥାଏ, ଏମିତିରେ ସ୍ଥିତିରେ ହେଙ୍ଗୁ ବହୁତ ଫାଇଦାଦାୟକ ହୋଇଥାଏ, ହେଙ୍ଗୁର ସେବନରୁ ପେଟ ସହ ଯୋଡି ହୋଇଥିବାବହୁତ ସମସ୍ୟାରୁ ମୁକ୍ତି ମିଳିଥାଏ, ହେଙ୍ଗୁ ଛୁଆଙ୍କ ପାଚନ କ୍ରିୟାକୁ ମଜବୁତ୍ କରିଥାଏ ।

ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ଛୁଆଙ୍କ ଡାଇଟ୍ ରେ ହେଙ୍ଗୁ ଡାକ୍ତରଙ୍କ ଉପଦେଶରେ ହିଁ ଯୋଡନ୍ତୁ। ଯଦି ହେଙ୍ଗୁର କାରଣରୁ କେଉଁ ବି ପ୍ରକାର ଆଲର୍ଜୀ ହୋଇଥାଏ ତେବେ ଏମିତି ସ୍ଥିତିରେ ଆପଣ ଡାକ୍ତରକୁ କୁହନ୍ତୁ , ଯଦି ଛୁଆଙ୍କୁ କେଉଁ ମେଡିସିନ୍ କିମ୍ବା ଟନିକ୍ ଚାଲୁଛ୍ ତେବେ ଏମିତି ସ୍ଥିତିରେ ହେଙ୍ଗୁକୁ ଡାଇଟ୍ ରେ ଯୌଡିବା ପୁର୍ବରୁ ଡାକ୍ତର ଙ୍କ ଉପଦେଶ ନିଅନ୍ତୁ, ଯଦି ଆପଣ ନିଜ ଛୁଆଙ୍କୁ ପ୍ରଥମଥର ହେଙ୍ଗୁ ଖୁଆଉଛନ୍ତି ତେବେ ଦ୍ୱିତୀୟଥର ଖୁଆଇବା ସମୟରେ ଟିକିଏ ଅପେକ୍ଷା କରନ୍ତୁ,  ଆପଣ ଏହି କଥାକୁ ଧ୍ୟାନ ରଖିବେ କି ଛୁଆଙ୍କ ଡାଇଟ୍ ରେ ଭଲ କ୍ୱାଲିଟିର ହେଙ୍ଗୁ ଯୋଡନ୍ତୁ, ଆପଣ ଧ୍ୟାନ ରଖନ୍ତୁ କି ହେଙ୍ଗୁର ସେବନ କରିବାପୁର୍ବରୁ ଏକ୍ସପାରି ଡେଟ୍ ଜାଣିନିଅନ୍ତୁ ।

Leave a Reply

Your email address will not be published. Required fields are marked *