October 19, 2024

Odia Express

Leading Odia News Portal of Odisha

ବହୁତ ଦିନ ପରେ ମୁକେଶ ଅମ୍ବାନୀ Again ଦେଖାଗଲେ Rich ଙ୍କ ଲିଷ୍ଟରେ, ଜାଣନ୍ତୁ ଏବେ ଟପ୍ ୧୦ ରୁ କେତେ ଅଛନ୍ତି ଦୁରରେ

ଦେଶର ସବୁଠାରୁ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଏହି ଦିନ ଲୋକପ୍ରିୟତା ବଢିଯାଇଛି, ଗତ କିଛି ସମୟରୁ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଇଣ୍ତଷ୍ଟ୍ରିଜ୍ ସେୟାର୍ ଜବରଦସ୍ତ ବଢିବାରେ ଲାଗିଚି, ଏଥିରେ ୧୦ ପ୍ରତିଶତ ଅଧିକା ବୃଦ୍ଧି ହୋଇଛି, ଯାହାକୁ ନେଇ ମୁକେଶ ଅମ୍ବାନୀଙ୍କ ସଂମ୍ପତି ବଢିଯାଈଛି,  ଏଥିରୁ ଫାଇଦା ତାଙ୍କୁ ଦୁନିଆଁର ଧନୀ ବ୍ୟକ୍ତିଙ୍କ ସୁଚିରେ ଆଣି ପହଞ୍ଚାଇଦେଇଛି, ବ୍ଲମବର୍ଗ ବିଲେନିୟରସ୍ ଇନଡେକ୍ସ ମୁତାବିକ ଅମ୍ବାନୀ ୮୩,୨ ଆରବ ଡଲାର୍ ନେଟୱର୍ଥ ସହ ଏବେ ୧୨ତମ ନମ୍ବରରେ ବଢିକରି ୧୧ତମ ସ୍ଥାନରେ ପହଞ୍ଚିସାରିଛନ୍ତି ।

ରିପୋର୍ଟ ମୁତାବିକ ଏଇ ବର୍ଷ ଅମ୍ବାନୀଙ୍କ ନେଟୱର୍ଥରେ ୬,୫୨ ଆରବ ଡଲାରର ଲାଭ ହୋଇଛି, ବୁଧବାର ଦ୍ୱିପହରକୁ ରିଲାୟନ୍ସକୁ ସେୟାର୍ ୧,୬୩ ପ୍ରତିଶତ ବଢିବା ସହ ୨୨୦୩,୫୦ ଟଙ୍କାରେ ଟ୍ରେଡ୍ କରୁଥିଲା, ରିଲାୟନ୍ସର ସେୟାରରେ ଆସିଥିବା ବୃଦ୍ଧି ପଛରେ ବ୍ରୋକରେଜ୍ ଫର୍ମ ଜେଫ୍ରିଜ୍ ର ଏକ ରିପୋର୍ଟ କୁହାଯାଉଛି, ଏହି ରିପୋର୍ଟରେ ଦାବି ହୋଇଛି କି ରିଲାୟନ୍ସ ପେଟ୍ରୋକେମିକାଲ୍ କାରୋବାରରେ ଏବିଡାଟା ୫୦ ପ୍ରତିଶତ ବଢିଯାଇଛି, କମ୍ପାନୀର ପେଟ୍ରୋକେମିକାଲ୍ କାରୋବାରର୍ ପ୍ରଦର୍ଶନ ଶାନଦାର୍ ଅଛି, ଏଥିରେ ଚାଲୁ ବିର୍ତ୍ତ ବର୍ଷ କମ୍ପାନୀର ଓଟୁସି ବିଜନେସ୍ ରେ ଭାଗ ବିକ୍ରି ସଂମ୍ଭାବନା ବଢିଯାଇଛି, ଏଥିରେ ନିଫଟି ରେ ଆରଆଇଏଲ୍ ସେୟାରର ପ୍ରଦର୍ଶନ ରେ ସୁଧାର ଆସିବ । ରିଲାୟନ୍ସ ସେୟାରରେ ସବୁଠାରୁ ଅଧିକା ବୃଦ୍ଧି ୧୬ ଡିସେମ୍ବର ୨୦୨୦ କୁ ଦେଖିବାକୁ ମିଳିଥିଲା, ସେହି ସମୟରେ ଷ୍ଟକ୍ ୨,୩୬୯ ଟଙ୍କା ରେକର୍ଡ ବନାଇଥିଲା, ତେବେ ରିଲାୟନ୍ସ ମାର୍କେଟ୍ କ୍ୟାପ୍ ୧୬ ଲକ୍ଷ କୋଟି ଉପରେ ପାର୍ ପହଞ୍ଚିଯାଇଥିଲା, ଏଥିରେ ମୁକେଶ ଅମ୍ବାନୀଙ୍କର ନେଟୱର୍ଥ ବଢିକରି ୯୦ ଆରବ ଡଲାର୍ ପହଞ୍ଚିଯାଇଥିଲା, ଯାହାକୁ ନେଇ ସେ ଦୁନିଆଁର ଧନୀ ସୁଚିରେ ଚତୁର୍ଥ ସ୍ଥାନରେ ଆସିଗଲେ , ପରେ ସେୟାରରେ ଆସିଥିବା ହ୍ରାସକୁ ନେଇ ସେ ଟପ୍ ୧୦ ଲିଷ୍ଟରୁ ବାହାରକୁ ଆସିଗଲେ,

୨) ଗୌତମ ଅଦାନୀ- ଅଦାନୀ ଗ୍ରୁପ୍ ର ଚେୟାର୍ ମ୍ୟାନ୍ ଗୌତମ ଅଦାନୀ ଆଉଥରେ ଏସିଆର ଦ୍ୱିତୀୟ ବଡ ଧନୀକ ବିଜନେସମ୍ୟାନ୍ ହୋଇସାରିଛନ୍ତି, ତାହା ସହ ସେ ଦୁନିଆଁର ୧୪ତମ ଧନୀ ବିଜନେସମ୍ୟାନ୍ ହୋଇଯାଇଛନ୍ତି, ରିଲାୟନ୍ସ ଇଣ୍ତଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିଆର ପ୍ରଥମ ଓ ଦୁନିଆଁରେ ୧୧ ତମ ନମ୍ବରରେ ଧନୀ ବିଜନେସମ୍ୟାନ୍ ହୋଇଛନ୍ତି, ବ୍ଲୁମବର୍ଗ ବିଲେନେୟାର୍ ଇନଡେକ୍ସ ୧ ସେପ୍ଟେମ୍ବରକୁ ଆସିଥିବା ରିପୋର୍ଟରେ ଏହି ସୁଚନା ଦିଆଯାଇଥିଲା, ଗୌତମ ଅଦାନୀଙ୍କ ସଂମ୍ପତ୍ତି ୫,୨୪ ଲକ୍ଷ କୋଟି ଟଙ୍କା ଥିଲା । ମଙ୍ଗଳବାରକୁ ନେଟୱର୍ଥରେ ୨,୪୬ ଆରବ ଡଲାର୍ ହ୍ରାସ୍ ଆସିଥିଲା, ବ୍ଲୁମବର୍ଗ ବିଲେନୟାର୍ ଇନଡେକ୍ସ ଅନୁସାରେ ନେଟ୍ ୱର୍ଥ ୬୯,୩ ଆରବ ଡଲାର୍ ହୋଇଗଲା, ଏଥିରେ ବାର୍ଷିକ ନେଟୱର୍ଥରେ ୩୫,୬ ଆରବ ଡଲାରର ଲାଭ ହେଲା, ଜୁନ୍ ରେ ତାଙ୍କର ନେଟୱର୍ଥ ୭୭ ଆରବ ଡଲାର୍ ପହଞ୍ଚିଗଲା, କିନ୍ତୁ ଏହାପରେ ଏକ ମିଡିଆ ରିପୋର୍ଟ କାରଣରୁ ଅଦାନୀ ଗ୍ରୁପ୍ ର କମ୍ପାନୀ ସେୟାରରେ ହ୍ରାସ ହୋଇଥିଲା ।

୩) ଫ୍ରାଙ୍କୋଇଜ୍ ବେଟେନକୋର୍ଟ ମାୟଜ- କସମେଟିକ୍ ବ୍ରାଣ୍ତ ଲୋରିଅଲ୍ ର ଉତ୍ତରଅଧିକାରୀ ଫ୍ରାନ୍ସର ଫ୍ରାଙ୍କୋଇଜ୍ ବେଟେନକୋର୍ଟ ମାୟଜ ଦୁନିଆଁର ସବୁଠାରୁ ଧନୀ ମହିଳା ଅଟନ୍ତି । ତାଙ୍କର ନେଟୱର୍ଥ ୯୨,୯ ଆରବ ଡଲାର୍ ଅଟେ, ଏହି ବର୍ଷ ତାଙ୍କର ନେଟୱର୍ଥରେ ୧୭,୧ ଆରବ ଡଲାରର ବୃଦ୍ଧି ହୋଇଥିଲା, ଫ୍ରାଙ୍କୋଇଜ୍ ବେଟେନକୋର୍ଟ ମାୟଜ ପ୍ରସିଦ୍ଧ କସେମେଟିକ୍ ବ୍ରାଣ୍ତ ଲୋରିଅଲ୍ ର ଉତ୍ତରାଧିକାରୀ ଅଟନ୍ତି, ଲୋରିଅଲ୍ ରେ ତାଙ୍କର ଓ ତାଙ୍କ୍ ପରିବାରର ୩୩ ପ୍ରତିଶତ ଭାଗ ଅଛି, ସେ ଏହି  ସଂମ୍ପତ୍ତି ନିଜ ମା ଲିଲିଆନେ ବେଟେନକୋର୍ଟଙ୍କ ଠାରୁ ପାଇଥିଲେ, ଲିଲିଆନୋ ବେଟେନକୋର୍ଟ ଙ୍କ ବାପା ଇଗୁନେ ସୁଲେର୍ ଲୋରିଅଲ୍ ବ୍ରାଣ୍ତର ଆରମ୍ଭ କରିଥିଲେ, ଫ୍ରାଙ୍କୋଇଜ୍ ବେଟେନକୋର୍ଟ ମାୟଜ ୧୯୯୭ ରୁ ଲୋରିଅଲ୍ ବୋର୍ଡରେ ଅଛନ୍ତି ।

୪) ଜେଫ୍ ବେଜୋସ୍- ଆମାଜନ୍ ର ଫାଉଣ୍ତର ସିଇଓ ଜେଫ୍ ବେଜୋସ୍ ସଂମ୍ପତ୍ତିରେ ୨୦୦ ଆରବ ଡଲାର୍ ଗଣନା ପାର୍ କରିଦେଇଛି, ଭାରତୀୟ ମୁଦ୍ରାରେ ଏହା ୧୪,୮୫୯,୩୦ ଆରବ ଟଙ୍କା ହୋଇଥାଏ, ବ୍ଲୁମବର୍ଗ ବିଲେନୟାର୍ ଇନଡେକ୍ସ ଅନୁସାରେ ଆମାଜନ୍ ସେୟାର ବୁଧବାରକୁ ରେକର୍ଡ ବୃଦ୍ଧି ହେବାର କାରଣରୁ ବେଜୋସଙ୍କ ସଂମ୍ପତ୍ତିରେ ବୃଦ୍ଧି ହେଲା, ଓ ସେ ୨୦୦ ଆରବ ଡଲାର୍ ସଂମ୍ପତ୍ତି ବାଲା ଦୁନିଆଁର ପ୍ରଥମ ବ୍ୟକ୍ତି ହେଲେ ।

୫) ମାର୍କ ଜୁକରବର୍ଗ- ବ୍ଲୁମବର୍ଗ ଇନଡେକ୍ସ ମୁତାବିକ, ଜୁକରବର୍ଗଙ୍କ ସଂମ୍ପତ୍ତି ବାରେନ୍ ବଫେ ଙ୍କ ଠାରୁ ୨୫୩୬,୪ କୋଟି ଟଙ୍କାରୁ ଅଧିକା ହୋଇଯାଇଛି, ଜୁକରବର୍ଗଙ୍କ୍ ସମୁଦାୟ ସଂମ୍ପତ୍ତି ଏବେ ୮୧୬୦ କୋଟି ଡଲାର୍ ମାନେ ୫,୫୫ ଲକ୍ଷ କୋଟି ଅଟେ ଆପଣଙ୍କୁ କହିଦେବୁ କି ବାରେନ୍ ବଫେ ଦୁନିଆଁର ସବୁଠାରୁ ସଫଳ ନିବେଶକ ଅଟନ୍ତି, ସେ କମ୍ପାନୀର ସେୟାରରୁ ନିବେଶ କରି କମାଇଛନ୍ତି, ତାଙ୍କର କମ୍ପାନୀର ନାଁ ୱାର୍କସାୟର୍ ହାଥୱେ ଅଟେ, ଆମେରିକା କମ୍ପ୍ୟୁଟର ସାଇନଟିଷ୍ଟଓ ଇଣ୍ଟରନେଟ୍ ଉଦ୍ଧମି ଲେରି ପେଜ୍ ୧୨୯ ଆରବ ଡଲାରରେ ଷଷ୍ଠ ସ୍ଥାନ, ଗୁଗୁଲ୍ ର କୋ ଫାଉଣ୍ତଡର୍ ସର୍ଗେଇ ବ୍ରିନ୍ ୧୨୪ ଆରବ ଡଲାର୍ ସହ ସପ୍ତମ ସ୍ଥାନ, ଆମେରିକାନ୍ ବିଜନେସ୍ ମ୍ୟାନ୍ ତଥା ନିବେଶକ ଷ୍ଟିଭ୍ ବାଲମର୍ ୧୦୭ ଆରବ ଡଲାର୍ ସହ ଅଷ୍ଟମ ସ୍ଥାନ, ଲେରି ଏଲିସନ୍ ୧୦୩ ଆରବ ଡଲାର୍ ସହ ନବମ ସ୍ଥାନରେ ଓ ଜଣାଶୁଣା ନିବେଶକ ବୋରେନ୍ ବଫେ ୧୦୧ ଆରବ ଡଲାର୍ ସହ ଦଶମ ସ୍ଥାନରେ ଅଛନ୍ତି, ଦୁନିଆଁର ଟପ୍ ୧୦ ଧନୀକରେ ୯ ଜଣ ଆମେରିକାନ୍ ଅଛନ୍ତି ।

Leave a Reply

Your email address will not be published. Required fields are marked *