October 19, 2024

Odia Express

Leading Odia News Portal of Odisha

ଜୋକ୍ସ : ପଡୋଶୀ- ସାଙ୍ଗ ତୋର ଘରୁ ସବୁଦିନ କିଏ ହସୁଥିବାର Sound ଆସୁଛି, ଏହି ଖୁସିମୟ ଜୀବନର ରହସ୍ୟ କଣ ଅଟେ ? ପପୁ- ସେ କଣ କି ମୋର ସ୍ତ୍ରୀ ମୋର ସବୁଦିନ ରାତିରେ ମୋତେ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପିଣ୍ଟୁ- ଡାକ୍ତର ସାହେବ , ବହୁତ ଦିନରୁ ମୋର ମୁଣ୍ତରୁ ବହୁତ୍ ପୀଡା ହେଉଛି, ଡାକ୍ତର- ସିଟି ସ୍କାନ୍ କରିବାକୁ ପଡିବ , ପିଣ୍ଟୁ- କେବଳ ମୋର ରୋଗ ପାଇଁ ନା ପୁରା ସହରର ସିଟି ସ୍କାନ୍ କରିବାପାଇଁ ଡାକ୍ତର ସାର୍ ।

୨) ଦୁଇ ବୟସ୍କ ସ୍ୱାମୀ ସ୍ତ୍ରୀ ଅଦାଲତରେ ଛାଡପତ୍ର ପାଇଁ ଗଲେ, ଜର୍ଜ ପଚାରିଲେ- ଏହି ବୟସରେ ଛାଡପତ୍ର କଣପାଇଁ ନେବାକୁ ଚାହୁଁଛ ତୁମେ ? ମହିଳା କହିଲେ- ଜର୍ଜ ସାହେବ, ମୋର ସ୍ୱାମୀ ମୋତେ ମାନସିକ ଭାବେ ଅତ୍ୟାଚାର କରୁଛନ୍ତି , ଜର୍ଜ ପଚାରିଲେ- କେମିତି ? ମହିଳା କହିଲେ- ତାଙ୍କର ଯେବେ ଇଚ୍ଛା ହୋଇଥାଏ ମୋତେ ଗାଳିକରନ୍ତି ଓ ଯେବେ ମୁଁ କହିବା ଆରମ୍ଭ କରିଦେଉଛି ତେବେ ନିଜ କାନର ମେସିନ୍ ବାହାର କରିଦେଉଛନ୍ତି ।

୩) ଥରେ କ୍ଲାସରେ ମ୍ୟାଡାମ୍ ଛୁଆଙ୍କୁ ଗୋଟେ ପ୍ରଶ୍ନ ପଚାରିଲା- ମ୍ୟାଡାମ୍- ତୁମ ମାନଙ୍କ ଠାରୁ ସବୁଠାରୁ ବାହାଦୁର୍ କିଏ ପିଲେ ? ମ୍ୟାଡାମ୍ ଙ୍କ ଏହି ପ୍ରଶ୍ନ ଶୁଣିକରି ସବୁ ଛୁଆ ହାତ ଉଠାଇଦେଲେ, ଏହା ଦେଖିକରି ମ୍ୟାଡାମ୍ ଆଉ ଏକ ପ୍ରଶ୍ନ ପଚାରିଲେ, ମ୍ୟାଡାମ୍- ଆଚ୍ଛା କୁହ, ଯଦି ତୁମ ସ୍କୁଲର ସାମ୍ନାରେ କେହି ବମ୍ ରଖିଦିଏ ତେବେ ତୁମେ କଣ କରିବ ? ମ୍ୟାଡାମ୍ ଙ୍କ ପ୍ରଶ୍ନ ଶୁଣିକରି ପପୁ ହାତ ଉଠାଇଲା ଓ କହିଲା- ମ୍ୟାଡାମ୍ ଗୋଟେ, ଦୁଇ ମିନିଟ୍ ଦେଖିବେ କିଏ ନେଇଯାଉଛି ତ ଠିକ୍ ଅଛି, ନହେଲେ ଷ୍ଟାଫ୍ ରୁମ୍ ରେ ରଖିଦେବେ ,

୪) ମ୍ୟାଡାମ୍ ଛୁଆଙ୍କୁ- ତୋର କପି ଓ ପେନ୍ କେଉଁଠି ଅଛି ? ଛୁଆ- ମ୍ୟାଡାମ୍ ଯେବେ ଆପଣଙ୍କୁ ଦେଖିଲି, କଣ କପି ଓ କଣ ପେନ୍ ତୁମର ମସ୍ତ ମସ୍ତ୍ ଦୁଇ ଆଖି ମୋର ହୃଦୟ ନେଇଗଲା ଚୋରି ହଜିଗଲା କପି ହଜିଗଲା ପେନ୍ ।

୫) ଯଦି କେଉଁ ସାଙ୍ଗ ତୁମର ଦୁଃଖ ଶୁଣିକରି ଉଠିକରି ଚାଲିଯାଏ ତେବେ ତାକୁ ଗଦାର୍ ଭାବନାହିଁ, ହୋଇପାରେ କି ସେ ଡିସ୍ପୋଜାଲ୍ ଗ୍ଲାସ୍ ଓ ବୋତଲ ଆଣିବାକୁ ଯାଇଥିବ ।

୬) ଏକ ବ୍ୟକ୍ତିର ସ୍ତ୍ରୀ ମରିଗଲା, ବିଚରା ବହୁତ କାନ୍ଦୁଥିଲା, ବନ୍ଧୁ- ଭାଇ କଣ ହେଲା ଭାଉଜଙ୍କୁ, ବ୍ୟକ୍ତି- କିଛି ନାହିଁ ଖାଲି ଦହି ଖାଉଥିଲା, ଓ ଖାଉ ଖାଉ, ସାଙ୍ଗ- ଭଲ ଏହା କହ ଦହି ଆଉ ଅଛି କି ?

୭) ଶିକ୍ଷକ- ସେ କପଡା ଧୋଇଦେଲା, ଓ ତାକୁ କପଡା ଧୋଇବାକୁ ପଡିଲା, ଏଇ ଦୁହେଁ ରେ ବାକ୍ୟରେ ଅନ୍ତର କଣ ଅଛି କୁହ, ପପୁ- ସାର୍- ପ୍ରଥମ ବାକ୍ୟରୁ ବ୍ୟକ୍ତିର ଅବିବାହିତ ହେବାର ଓ ଦ୍ୱିତୀୟ ବାକ୍ୟରୁ ସେ ବିବାହିତ ହେବାର ଜଣାପଡେ ।

୮) ଝିଅର୍ ବାପା ପୁଅକୁ ପଚାରିଲା- ଅକଲ ବଡ ଅଟେ କି ମଇଁଷି? ପୁଅ ବହୁତ ସମୟ ଭାବିଲା ଓ ଉତ୍ତର୍ ଦେଲା, ତୁମେ ମୋତେ ପାଗଳ ଭାବିଛ କି ? ଡେଟ୍ ଅଫ୍ ବାର୍ଥ ତ କହିନ ?

୯) ସ୍ତ୍ରୀ- ଆଜି କିଛି ହେବିପଣ ଫିଲ୍ କରୁଛି, ସ୍ୱାମୀ-ହେବିପଣ ମାନେ ? ସ୍ତ୍ରୀ-ଭାରିପଣ

୧୦) ପଡୋଶୀ- ସାଙ୍ଗ ତୋର ଘରୁ ସବୁଦିନ ହସ ଆବାଜ୍ ଆସୁଛି, ଏହି ଖୁସିମୟ ଜୀବନର ରହସ୍ୟ କଣ ? ପପୁ – ସେ କଣ କି ? ମୋର ସ୍ତ୍ରୀ ମୋତେ ରାତିରେ ଜୋତାରେ ମାରେ ଲାଗିଗଲେ ସେ ହସେ, ଓ ନ ଲାଗିଲେ ମୁଁ ହସେ , ଖାଲି ଏମିତି ହସଖୁସିର ଜୀବନ ଚାଲୁଛି, ପଡୋଶୀର ଉଡିଗଲା ହୋସ୍  ।

Leave a Reply

Your email address will not be published. Required fields are marked *