October 19, 2024

Odia Express

Leading Odia News Portal of Odisha

ଅକ୍ଷୟ କୁମାରଙ୍କ ଠାରୁ ନେଇକରି Priyanka Chopra ଙ୍କ ପର୍ଯ୍ୟନ୍ତ, ଏହି କଳାକାର ରଖନ୍ତି ଆର୍ମୀ ପରିବାର ସହ ସଂମ୍ପର୍କ

ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ବିନା କେଉଁ ଗଡଫାଦର୍ ରେ ବଲିଉଡ୍ ରେ ଭଲ ନାଁ କମାଇସାରିଛନ୍ତି, ଆଜି ଏହି କଳାକାର ବଲିଉଡ୍ ରେ ବଡ ବଡ ଫିଲ୍ମରେ କାମ କରିଛନ୍ତି, ଓ ନିଜ ଭଲ  ଅଭିନୟରୁ ସମସ୍ତଙ୍କ ହୃଦୟ ଜିତିଛନ୍ତି, ସେମିତି ଦେଖିବାକୁ ଗଲେ ବଲିଉଡ୍ ରେ ଏମିତି ବହୁତ ଷ୍ଟାର୍ କିଡସ୍ ଅଛନ୍ତି ଯିଏକି ବଂଶନୁକ୍ରମେ ତାଙ୍କୁ ଅଭିନୟ କରିବା ସହ ଭଲ ଭଲ ଫିଲ୍ମରେ କାମ କରିବାକୁ ମିଳିଯାଏ, କିନ୍ତୁ କିଛି କଳାକାର ଏପରି ହୋଇଥାନ୍ତି ଯାହାଙ୍କୁ ଫିଲ୍ମ ଜଗତ ସହ କିଛି ସଂମ୍ପର୍କ ନଥାଏ । କିନ୍ତୁ ଏହା ସତ୍ତ୍ୱେ ବି ବହୁତ କଳାକାରମାନେ ନିଜ ପରିଶ୍ରମ ଓ ଅଭିନୟର ବଳରେ ଇଣ୍ତଷ୍ଟ୍ରିରେ ଭଲ ନାଁ କମାଇସାରିଛନ୍ତି।  ଏମିତି ବହୁତ କଳାକାର ଅଛନ୍ତି ଯିଏକି ଭାରତୀୟ ସେନାର ବ୍ୟାକ୍ ଗ୍ରାଉଣ୍ତରୁ ଆସିଥାନ୍ତି, ଯେଉଁଠି ଛୁଆଙ୍କୁ ଛୋଟ ବେଳରୁ ଅନୁଶାସନ ସିଖାଯାଏ , ନା ହିଁ ଅଭିନୟ, ଏହାପରେ ବି କିଛି କଳାକାର ଦେଶର ଜଣାଶୁଣା କଳାକାରଙ୍କ ଲିଷ୍ଟରେ ସାମିଲ୍ ହୋଇଛନ୍ତି, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ବଲିଉଡ୍ ର କିଛି ଏମିତି କଳାକାରଙ୍କ ବିଷୟରେ ଜଣାଇବାକୁ ଚାହିଁବୁ, ଯିଏକି ଆର୍ମି ପରିବାର ସହ ସଂବନ୍ଧ ରଖିଥିଲେ ।

୧) ଅକ୍ଷୟ କୁମାର- ବଲିଉଡ୍ ଇଣ୍ତଷ୍ଟ୍ରିରେ ସୁପରଷ୍ଟାର୍ ଅକ୍ଷୟ କୁମାର ଏମିତି ଏକ ଅଭିନେତା ଅଟନ୍ତି ଯାହାଙ୍କର ଅଧିକାଂଶ ଫିଲ୍ମ ସୁପରହିଟ୍ ହୋଇଥାଏ, ଅକ୍ଷୟ କୁମାର୍ ବହୁତ ଦିନରୁ ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି, ନିଜ ଅନୁଶାସିତ ସ୍ୱଭାବ ଓ ଦିନଚର୍ଚ୍ଚା ପାଇଁ ସେ ଜଣାଯାଆନ୍ତି, ଅକ୍ଷୟ କୁମାରଙ୍କ ବାପା ହରି ଓମ୍ ଭାଟିଆ ଯିଏକି ଜଣେ ମିଲଟ୍ରି ଅଫିସର୍ ଥିଲେ, ପରେ ସେ ଚାକିରି ଛାଡିଦେଲେ, ଅମୃତସରରୁ ଦିଲ୍ଲୀ ଆସିକରି ସେ ୟୁନିସେଫ୍ ରେ ଏକାଉଣ୍ଟାଣ୍ଟ୍ ଭାବେ ଚାକିରି କରିବାକୁ ଲାଗିଲେ ।

୨) ପ୍ରୀତି ଜିଣ୍ଟା- ବଲିଉଡ୍ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରୀତିଜିଣ୍ଟାଙ୍କ ବାପାଙ୍କ ନାଁ ଦୁର୍ଗାନନ୍ଦ ଜିଣ୍ଟା ଅଟେ, ଯିଏକି ଜଣେ ଆର୍ମି ଅଧିକାରି ଥିଲେ, କିନ୍ତୁ ପ୍ରୀତିଜିଣ୍ଟାଙ୍କ ବାପାଙ୍କର ଏକ ସଡକଦୁର୍ଘଟଣାରେ ମୃତ୍ୟୁ ହୋଇଗଲା ।ସେହି ସମୟରେ ପ୍ରୀତିଜିଣ୍ଟା କେବଳ ୧୩ ବର୍ଷର ଥିଲେ, ଏହି ଦୁର୍ଘଟଣାରେ ପ୍ରୀତିଜିଣ୍ଟାଙ୍କ ମା ପୁରା ଆଘାତପ୍ରାପ୍ତ ହୋଇଯାଇଥିଲେ, ପ୍ରୀତିଜିଣ୍ଟାଙ୍କ ଭାଇ ଦିପାଙ୍କର ଭାରତୀୟ ସେନାରେ ଅଧିକାରୀ ଅଛନ୍ତି ।

୩) ସୁସ୍ମିତା ସେନ୍- ସୁସ୍ମିତା ସେନ୍ ଭାରତୀୟ ଫିଲ୍ମ ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି, ୧୯୯୪ ରେ ଫେମିନା ମିସ୍ ଇଣ୍ତିଆ ୟୁନିଭର୍ସ ତାଜ୍ ନିଜ ନାଁ କରିସାରିଛନ୍ତି, ତାହାପରେ ସେ ୧୮ ବର୍ଷ ବୟସରେ ମିସ୍ ୟୁନିଭର୍ସ ୧୯୯୪ ରେ ପାଇଥିଲେ, ଆପଣଙ୍କୁ କହିଦେବୁ କି ସୁସ୍ମିତାଙ୍କ ବାପା ୱିଙ୍ଗ୍ କମାଣ୍ତର ସୁବିର୍ ସେନ୍ ଇଣ୍ତିଆନ୍ ଏୟାରଫୋର୍ସରେ ଥିଲେ, ଏବେ ସେ ଅବସର ନେଇସାରିଛନ୍ତି, କିନ୍ତୁ ଆଜି ବି ସେ ଅନୁଶାସନରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

୪) ଗୁଲପନାଗ- ଅଭିନେତ୍ରୀ ଗୁଲପନାଗଙ୍କ ବାପାଙ୍କ ନାଁ ହରଚରଣଜୀତ୍ ସିଂ ଅଟେ, ଅବସର ଅଧିକାରୀ ପନାଗ ଏକ ଜଣାଶୁଣା ସୈନ୍ୟ ଅଧିକାରି ଥିଲେ, ତାଙ୍କୁ ବିଶିଷ୍ଟ ସେବା ମେଡାଲ୍ ରୁ ସମ୍ମାନିତ କରାଯାଇଛି, ଏବେ ସେ ଡିଫେନ୍ସ ଆନାଲିସିଷ୍ଟ ଭାବେ ବହୁତ୍ ଜାଗାରେ ଲେଖନ୍ତି, ଆପଣଙ୍କୁ କହିଦେବୁ କି ଗୁଲ୍ ପନାଗ ବହୁତ ଫିଲ୍ମ ଓ ସିରିଆଲ୍ ରେ କାମ କରିସାରିଛନ୍ତି ।

୫) ନିମରତ୍ କୌର- ଅଭିନେତ୍ରୀ ନିମରତ୍ କୌର ଆର୍ମୀ ପରିବାରରୁ ସଂବନ୍ଧ ରଖନ୍ତି, ନିମରତ କୌରଙ୍କ ବାପାଙ୍କ ନାଁ ଭୁପେନ୍ଦ୍ର ସିଂ ଅଟେ, ଯିଏ ସେନାରେ ମେଜର ପଦରେ ସଂମ୍ଭାଳିସାରିଛନ୍ତି, ତାଙ୍କ ବାପା ସେନାରେ ଇଞ୍ଜିନିୟର୍ ଥିଲେ, ୧୯୯୪ ରେ ତାଙ୍କ ପୋଷ୍ଟିଙ୍ଗ୍ କାଶ୍ମୀରରେ ହୋଇଥିଲା, ଏକ ଇଣ୍ଟରଭ୍ୟୁରେ ନିମରତ୍ କୌର୍ ଏହା କହିଲେ କି ଆତଙ୍କୀ ସଂଗଠନ ହିଜାବୁଲ୍ ମୁଜାହିଦିନ୍ ତାଙ୍କ ବାପାଙ୍କୁ ଅପହରଣ କରିନେଲା ଓ ସେମିତି ଆତଙ୍କୀଙ୍କ ଠାରୁ ମୁକୁଳାଇବାପାଇଂ ସେ ଦାବି କରୁଥିଲେ, କିନ୍ତୁ ଦାବି ପୁରଣ ନହେବାରୁ ମେଜର୍ ଭୁପେନ୍ଦ୍ର ସିଂଙ୍କୁ ସେମାନେ ମାରିଦେଲେ, ଆପଣଙ୍କୁ କହିଦେବୁ କି ନିମରତ୍ କୌର୍ ଲଞ୍ଚ୍ ବକ୍ସ ଓ ଏୟାରଲିଫ୍ଟ ପରି ଫିଲ୍ମରେ କାମ କରୁଛନ୍ତି ।

୬) ଅନୁଷ୍କା ଶର୍ମା- ଅନୁଷ୍କା ଶର୍ମାଙ୍କ ବାପାଙ୍କ ନାଁ କର୍ଣ୍ଣେଲ୍ ଅଜୟ କୁମାର ଶର୍ମା ଆର୍ମୀରେ ଥିଲେ, ଯାହାର କାରଣରୁ ତାଙ୍କୁ ଦେଶ ସାରା ବହୁତ ସ୍ଥାନରେ ଟ୍ରାନ୍ସଫର୍ ହେଉଥିଲା, ଆପଣଙ୍କୁ କହିଦେବୁ କି ଅନୁଷ୍କାଙ୍କ ବାପା ଯେବେ ଇଣ୍ତିଆନ୍ ଆର୍ମୀରୁ ଅବସର ନେଲେ ତେବେ ସେ କର୍ଣ୍ଣଲ୍ ପୋଷ୍ଟରେ ଥିଲେ ।

୭) ପ୍ରିୟଙ୍କା ଚୋପ୍ରା- ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବାପାଙ୍କ ନାଁ ଅଶୋକ ଓ ମା ଙ୍କ ନାଁ ମଧୁ ଦୁହେଁ ଇଣ୍ତିଆନ୍ ଆର୍ମୀ ରେ ଡାକ୍ତର ପଦରେ କାମ କରିସାରିଛନ୍ତି, ଏହି କାରଣରୁ ଛୁଆବେଳରୁ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାଇ ଅନୁଶାସନରେ ରହିବାକୁ ଶିଖାଯାଇଛି ଆପଣଙ୍କୁ କହିଦେବୁ କି ୨୦୧୩ ରେ କ୍ୟାନ୍ସର ରୋଗରେ ପ୍ରିୟଙ୍କାଙ୍କ ବାପାଙ୍କ ନିଧନ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *