October 20, 2024

Odia Express

Leading Odia News Portal of Odisha

Mukesh ଅମ୍ବାନୀଙ୍କ ସାଙ୍ଗଙ୍କ ପ୍ରେମରେ ପଡିଯାଇଥିଲେ ଛୋଟ ଭଉଣୀ Dipti, ପରିବାରକୁ ଜଣାପଡିଲା ପରେ ହେଲା ଏହି ଫଇସଲା

ଦେଶର ନାମି ଇଣ୍ତଷ୍ଟ୍ରିରୁ ରୁ ଗୋଟେ ରିଲାୟନ୍ସ ଇଣ୍ତଷ୍ଟ୍ରି ଅଛି, ଏହି ଇଣ୍ତଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ନାଁ ଆପଣ ଭଲରେ ଜାଣିଥିବେ, ସେ ଦୁନିଆଁର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ଜଣେ, ଯାହାଙ୍କ ନାଁ କେବଳ ଦେଶରେ ନୁହେଁ ବରଂ ବିଦେଶରେ ବି ଲୋକପ୍ରିୟ ଅଛି, ହଁ ଆଜ୍ଞା ମୁକେଶ ଅମ୍ବାନୀ ଏସିଆ ଓ ଭାରତର ସବୁଠାରୁ ବଡଧନି ବ୍ୟକ୍ତି ଅଟନ୍ତି, କିନ୍ତୁ ଆଜି ମୁକେଶ ଅମ୍ବାନୀ ଯାହା ବି ଅଛନ୍ତି ତାଙ୍କ ବାପାଙ୍କର କଡା ପରିଶ୍ରମର ଫଳ, ତାଙ୍କ ବାପାଙ୍କ ଯୋଗୁଁ କଡା ପରିଶ୍ରମ କରି ଛୁଆଙ୍କୁ କିଛି କରିବାକୁ ସିଖାଇଥିଲେ, ପୁରାଦୁନିଆଁରେ ରିଲାୟନ୍ସ ଇଣ୍ତଷ୍ଟ୍ରି ଲୋକପ୍ରିୟ ହେବା କାରଣ ଏହାର ସଂସ୍ଥାପକ ଧୀରୁଭାଇ ଅମ୍ବାନୀଙ୍କର ଥିଲା ।

କହିଦେବୁ କି ରିଲାୟନ୍ସ ଇଣ୍ତଷ୍ଟ୍ରିକୁ ସ୍ଥାପନା କରିଥିବା ବିଜନେସ୍ ମ୍ୟାନ୍ ଧିରୁ ଭାଇ ଅମ୍ବାନୀଙ୍କ ୪ ଟି ସନ୍ତାନ ଅଛନ୍ତି, ମୁକେଶ ଅମ୍ବାନୀ ଓ ଅନିଲ୍ ଅମ୍ବାନୀଙ୍କ ନାଁ ଦୁନିଆଁ ସାରା ଲୋକପ୍ରିୟ ଯାହାଙ୍କୁ ଆଜି କେଉଁ ପରିଚୟର ଆବଶ୍ୟକତାପଡେ ନାହିଁ, କିନ୍ତୁ ତାଙ୍କର ଦୁଇଟି ଝିଅ ନିନା ଓ ଦିପ୍ତି ଙ୍କୁ ଆପଣ ଜାଣିଥିବେ, ନୀନା ଓ ଦିପ୍ତି ସେହି ଲୋକଙ୍କ ମଧ୍ୟରେ ଜଣେ ଯିଏ ଫିଲ୍ମ ଜଗତରୁ ଦୁରେଇ ଅଛନ୍ତି, ଏହା ଛଡା ଅଧିକାଂଶ ପାର୍ଟିଜ୍ ରେ ତାଙ୍କୁ ଦେଖାଯାଏ ନାହିଁ, କହିଦେବୁ କି ଦିପ୍ତି ମୁକେଶ ଅମ୍ବାନୀଙ୍କ ସବୁଠାରୁ ଛୋଟ ଭଉଣୀ ଅଟନ୍ତି, ଆଜି ଆମେ ଆପଣଙ୍କୁ ଦିପ୍ତି ଙ୍କସହ ଯୋଡି ହୋଇଥିବା କିଛି ମଜାଦାର୍ କଥା ବିଷୟରେ କହିବୁ ।

ଧୀରୁ ଭାଇ ଅମ୍ବାନିଙ୍କ ୪ ଟି ଛୁଆ ଅଛନ୍ତି, ସେଥିରୁ ଛୋଟ ଝିଅ ଦିପ୍ତି ତାଙ୍କର ଗେହ୍ଲା ଝିଅ , କହିଦେବୁ କି ଦିପ୍ତି ରାଜ୍ ସାଲଗାବକରଙ୍କ ସହ ବିବାହକରିଥିଲେ, ଏହି ସମୟରେ ସେ ନିଜ ଛୁଆ ଓ ସ୍ୱାମୀଙ୍କ ସହ ଗୋଆରେ ରହୁଛନ୍ତି, କିନ୍ତୁ ସେ ଲାଇମ୍ ଲାଇଟ୍ ରୁ ଦୁରେଇ ରହିବା ପସନ୍ଦ କରନ୍ତି, ଆପଣମାନେ କମ୍ ଲୋକ ଏହି କଥା ଜାଣିଥିବେ କି ଦିପ୍ତି ନିଜ ଭାଇ ମୁକେଶ ଅମ୍ବାନୀଙ୍କ ସାଙ୍ଗ ରାଜ ସାଲଗାଓକର୍ ଙ୍କୁ ବିବାହକରିଥିଲେ ।

ଧୀରୁ ଭାଇ ଅମ୍ବାନୀ ଓ ସାଲଗାଓକର୍ ଙ୍କ ପରିବାର ଏକ ହିଁ ସୋସାଇଟିର ଅଲଗା ଅଲଗା ମଞ୍ଜିଇଲାରେ ରହୁଥିଲେ, ଧୀରୁ ଭାଇ ଅମ୍ବାନୀ ମୁମ୍ବାଇର ଉଷା କିରଣ ସୋସାଇଟି ର ୨୨ତମ ମହଲାରେ ଓ ବିଜନେସ୍ ମ୍ୟାନ୍ ବାସୁଦେବ ସାଲଗାଓକର ୧୪ ତମ ମହଲାରେ ରହୁଥିଲେ, ଦୁହେଁ ପରିବାରର ସଂମ୍ପର୍କ ଭଲ ରହୁଥିଲା, ବାସୁଦେବ ସାଲଗାଓକରଙ୍କ ପୁଅ ରାଜ୍ ଓ ଧୀରୁ ଭାଇ ଅମ୍ବାନୀଙ୍କ ପୁଅ ମୁକେଶ ଅମ୍ବାନୀ ଦୁହେଁ ଏକା ବୟସର ଥିଲେ, ସେମିତି ଅନିଲ୍ ଅମ୍ବାନୀ ବୟସରେ ୨ ବର୍ଷ ବଡ ଥିଲେ, ମୁକେଶ ଅମ୍ବାନୀ ଓ ରାଜ ସଲଗାଓକରଙ୍କ ମଧ୍ୟରେ ଘନିଷ୍ଠ୍ ବନ୍ଧୁତା ଥିଲା, ଏହି ସମୟରେ ମୁକେଶ ଅମ୍ବାନୀଙ୍କ ଭଉଣୀ ଦିପ୍ତି ଓ ରାଜଙ୍କ ମଧ୍ୟରେ ଘନିଷ୍ଠତା ବଢିଯାଇଥିଲା, ଏହାପରେ ଦୁହେଁ ନିଜ ସଂମ୍ପର୍କର ବିଷୟରେ ପରିବାର ଲୋକଙ୍କୁ କହିଦେଲେ ତାପରେ ପରସ୍ପର ବୁଝାମଣାରେ ତାଙ୍କର ବିବାହକରିଦିଆଗଲା ।

ରାଜ୍ ଓ ଦିପ୍ତିଙ୍କ ବିବାହ ପରେ ଏବେ ସେମାନେ ଗୋଆରେ ରହୁଛନ୍ତି, ତାଙ୍କର ଦୁଇଟିଛୁଆ ଅଛ୍ନନ୍ତି, ଏଥିରେ ଝିଅର ନାଁ ଇଶିତା ଓ ପୁଅର ନାଁ ବିକ୍ରମ ଅଟେ, ସୁଚନାପାଇଁ କହିଦେବୁ କି ଇଶିତାଙ୍କ ବିବାହ ନିରବ ମୋଦୀଙ୍କ ଭାଇଙ୍କ ସହ ହୋଇଛି, ସେ ନିଜ ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *