September 20, 2024

Odia Express

Leading Odia News Portal of Odisha

ଏହି ବଡ ନେତା କହିଲେ – ଧାରା-370 ଉପରେ ସଂସଦରେ ଭୋଟ କରାଯାଉ ଜଣାପଡିଯିବ ଦେଶଦ୍ରୋହୀ କିଏ…

ଆତଙ୍କବାଦ ବିରୋଧୀ ମୋର୍ଚା(AIATF)ର ଅଧ୍ୟକ୍ଷ ମନିନ୍ଦରଜିତ ସିଂହ ବିଟ୍ଟା (MSBitta) ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫A କୁ ରଦ୍ଦ କରିବା ନିମନ୍ତେ ସଂସଦରେ ଭୋଟିଂ କରିବାକୁ ଦାବି କରିଛନ୍ତି । ବିଟ୍ଟାଙ୍କ କହିବା ଅନୁଯାୟୀ ଯଦି ଏହି ଧାରାକୁ ଲୋପ କରିବା ନିମନ୍ତେ ସଂସଦରେ ଭୋଟିଂ ହୁଏ ତେବେ ଦେଶବାସୀଙ୍କୁ ରାଷ୍ଟ୍ରଦ୍ରୋହୀ କିଏ ତାହା ଚିହ୍ନିବାରେ ସହାୟକ ହେବ ।ରାଜନୀତିରୁ ବିଦାୟୀ ବିଟ୍ଟା ବର୍ତ୍ତମାନ ଏଆଇଏଟିଏଫ ର ଅଧ୍ୟକ୍ଷ ହେବା ସହ କାର୍ଗିଲ ଯୁଦ୍ଧ ଟାଟା ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣ ରେ ଶହୀଦ ସୈନିକଙ୍କର ପରିଜନଙ୍କର ଦେଖାଶୁଣା କରିବାର ଦାୟିତ୍ଵ ନେଇଛନ୍ତି ।

 

କାଶ୍ମୀରରେ ଧାରା ୩୭୦ ଓ ୩୫-ଏ କୁ ନେଇ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମଏସ ବିଟ୍ଟା କହିଲେ କାଶ୍ମୀରରୁ ଏହି ଦୁଇ ଅନୁଚ୍ଛେଦ ରଦ୍ଦ ହେବା ପରେ ସମୁଦାୟ ଦେଶର ଲୋକ ଘାଟିକୁ ପୁଣି ସ୍ଵର୍ଗ କରିବା ନିମନ୍ତେ ସେଠାରେ ଜମି କିଣିବା ଆବଶ୍ୟକ ।ଗଣମାଧ୍ୟମ ସହ କଥା ହେଉଥିବା ସମୟରେ ସେ କହିଲେ, ସଂସଦ  ଚାଲୁଅଛି ଓ ସରକାରଙ୍କୁ ଏହା ଜାଣିବା ନିମନ୍ତେ ମତଦାନ କରେଇବା ଆବଶ୍ୟକ ଯେ ସମ୍ବିଧାନ ର ଅନୁଚ୍ଛେଦ ୩୭୦ ଓ ୩୫ଏ କୁ କେଉଁମାନେ ରଦ୍ଦ କରିବାକୁ ମନସ୍ଥ କରିଛନ୍ତି । ଏଥିରୁ ରାଷ୍ଟ୍ରଭକ୍ତ ଓ ଦେଶଦ୍ରୋହୀଙ୍କ ବିଷୟରେ ସୂଚନା ମିଳିବ ।

 

ପଞ୍ଜାବରେ ଖଲିସ୍ଥାନ ନାମରେ ଆତଙ୍କବାଦକୁ ପ୍ରୋତ୍ସାହନ ଉତ୍ତରରେ ସେ କହିଲେ କିଛି ମୁଷ୍ଟିମେୟ ଲୋକ ବିଦେଶରେ ବସି ଷଡଯନ୍ତ୍ର ରଚୁଛନ୍ତି କିନ୍ତୁ ପଞ୍ଜାବ ର ଲୋକ ସେମାନଙ୍କର ଏହି ଖରାପ ଉଦ୍ଦେଶ୍ୟ କେବେ ସଫଳ ହେବାକୁ ଦେବେ ନାହିଁ । ଏହି ସମୟରେ ସଂସଦ ର ମୌସୁମୀ ଅଧିବେଶନ ଚାଲୁଅଛି । ଶୁକ୍ରବାର ଦିନ ଲୋକସଭାରେ ଗୃହମନ୍ତ୍ରୀ ନିଜର ପ୍ରଥମ ସମ୍ବୋଧନ ଦେଇ କହିଛନ୍ତି ଜମ୍ମୁ-କାଶ୍ମୀର ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ସ୍ଥାୟୀ ନୁହେଁ ଏହା ପରିବର୍ତ୍ତେ ଆମ ସମ୍ବିଧାନର ଅସ୍ଥାୟୀ ବିଷୟ ଅଟେ । ଗୃହମନ୍ତ୍ରୀ ଜମ୍ମୁ-କାଶ୍ମୀର ରେ ରାଷ୍ଟ୍ରପତି ଶାସନ କୁ ୬ମାସ ଅଧିକ ବୃଦ୍ଧି କରିବାର ପ୍ରସ୍ତାବ ରଖିଥିଲେ ।

Leave a Reply

Your email address will not be published. Required fields are marked *