October 20, 2024

Odia Express

Leading Odia News Portal of Odisha

ହନୁମାନଜୀଙ୍କ ପୁଜା କରିଲେ ଜୀବନର ସବୁ କଷ୍ଟ ହୋଇଯାଏ ଦୁର, କିନ୍ତୁ ଘରେ ଏହି ଫଟୋ ଲଗାଇବା ପୁର୍ବରୁ ଜାଣନ୍ତୁ ଏହି ନିୟମ

ମହାବଳୀ ହନୁମାନ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ଅଟନ୍ତି । ଏମିତି କୁହାଯାଏ କି ପବନ ପୁତ୍ର ଓ ଶ୍ରୀରାମ ଭକ୍ତ ହନୁମାନଙ୍କୁ କଳିଯୁଗର ଦେବତା କୁହାଯାଏ । ଯଦି କେଉଁ ବ୍ୟକ୍ତି ସଚ୍ଚା ମନରେ ବଜରଙ୍ଗବାଲୀଙ୍କର ସ୍ମରଣ କରିଥାଏ ତେବେ ତାହାର ଡାକ ନିଶ୍ଚିତ ଶୁଣିଥାନ୍ତି, କଳିଯୁଗରେ ବି ଭଗବାନ ହନୁମାନ ସାକ୍ଷାତ ଓ ଜାଗ୍ରତ ଦେବତା ଅଟନ୍ତି । ସେ ଏକ ଏମିତି ଦେବତା ଅଟନ୍ତି ଯିଏ ନିଜ ଭକ୍ତଙ୍କ ଉପରେ ବହୁତ ଜଲଦି ପ୍ରସନ୍ନ ହୋଇଯାଆନ୍ତି, ଯଦି କେଉଁ ଭକ୍ତ ସଚ୍ଚା ମନରେ ତାଙ୍କର ପୁଜା ଆରାଧନା କରିଥାଏ ତେବେ ତାଙ୍କ ଉପରେ ହନୁମାନଙ୍କ କୃପା ଦୃଷ୍ଟି ରହିଥାଏ, ଭଗବାନ ହନୁମାନଙ୍କୁ ଭକ୍ତି କରିଲେ କିଛି ଖାସ୍ ନିୟମ ଅଛି ଯାହା ବହୁତ କଠିନ ହୋଇଥାଏ । ଏମିତି କୁହାଯାଏ କି ମହାବଳୀ ହନୁମାନଜୀଙ୍କ ଉପାସନା ଯେତେ ସରଳ ଅଟେ ସେତେ କଠିନ ବି ଅଟେ, ହନୁମାନଜୀଙ୍କ ସାଧନାରେ ଭକ୍ତଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବା ବହୁତ ଜରୁରୀ ହୋଇଥାଏ

ଏହା ସହ ଉତ୍ତମ ଚରିତ୍ର ବି ଧ୍ୟାନ ରଖିବା ଜରୁରୀ ହୋଇଥାଏ, ଯେଉଁ ବ୍ୟକ୍ତି ହନୁମାନଜୀଙ୍କ ସାଧନା କରେ ତାର ଜୀବନରେ ସବୁ ସଙ୍କଟ ଦୁର ହୋଇଯାଏ , ଓ ମନରେ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ,  ହନୁମାନଜୀଙ୍କ ପୁଜା ସାଧନାରୁ ବଳ ବୁଦ୍ଧି ଓ ବିଦ୍ୟାର ପ୍ରାପ୍ତି ହୋଇଥାଏ , ଏମିତି ମାନାଯାଏ କି ଯେଉଁ ଘରେ ମହାବଳୀ ହନୁମାନଜୀଙ୍କ ପ୍ରତିମା ହୋଇଥାଏ ଓ ନିୟମିତ ରୁପରେ ପୁଜା କରାଯାଏ , ସେଠାରେ ଶନି ଦୋଷ, ପିତୃଦୋଷ, ଓ ଭୁତ୍ ପିଶାଚ ଡର ରହେ ନାହିଁ, କିନ୍ତୁ ହନୁମାନଜୀଙ୍କ ପ୍ରତିମା କେଉଁଠି ଓ କିପରି ଲଗାଇବେ ଏଥିପାଇଁ କିଛି ନିୟମ କୁହାଯାଇଛି, ତେବେ ଆସନ୍ତୁ ଜାଣିବା କେଉଁ ସେହି ନିୟମ ଗୁଡିକ ।

୧) ପଞ୍ଚମୁଖୀ ହନୁମାନ :- ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘର ଭିତରେ ପଞ୍ଚମୁଖୀ ହନୁମାନଙ୍କର ପ୍ରତିମାହୋଇଥାଏ , ସେଠାରେ ଉନ୍ନତିର ମାର୍ଗରେ ଆସୁଥିବା ସବୁ ବାଧା ଦୁର ହୋଇଯାଏ , ଏତିକି ନୁହେଁ ବରଂ ଧନ ସଂମ୍ପତ୍ତିରେ ବୃଦ୍ଧି ହୁଏ, ଯଦି ଘରେ ଭୁଲ୍ ଦିଗରେ କେଉଁ ଜଳ ସ୍ରୋତ ଅଛି ତେବେ ଏହା ବାସ୍ତୁଦୋଷର କାରଣରୁ ପରିବାରରେ ଶତ୍ରୁ ବାଧା, ରୋଗ, ଓ ମତଭେଦ ଉତ୍ପନ୍ନ କରିପାରେ, ଏମିତିରେ ଆପଣ ନିଜ ଘରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାନ୍ତୁ, ଯାହାର ମୁଖ ସେହି ଜଳସ୍ରୋତ ତରଫକୁ ଦେଖିକରି ଦକ୍ଷିଣ ଦିଗର ପଟେ ହେବା ଜରୁରୀ ।

୨) ଭୂତ ପ୍ରେତ ଠାରୁ ରକ୍ଷା ପାଇବାକୁ ହେଲେ ଲଗାନ୍ତୁ ଏଠାରେ ହନୁମାନଜୀଙ୍କପ୍ରତିମା –ବହୁତଥର ଏମିତି ହୋଇଥାଏ କି ଲୋକଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକା ହୋଇଥାଏ, ଏମିତି ସ୍ଥିତିରେ ଆପଣ ହନୁମାନଜୀଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ପ୍ରତିମା ଲଗାନ୍ତୁ, ଏଥିରୁ ଘରୁ ନକରାତ୍ମକ ଶକ୍ତି ଦୁର ହୋଇଯିବ, ଆପଣ ଚାହିଁଲେ ପଞ୍ଚମୁଖୀ ହନୁମାନଜୀଙ୍କ ଫଟୋ ଘରର ମୁଖ୍ୟ ଦ୍ୱାରରେ ଲଗାଇପାରିବେ, କିମ୍ବାଏମିତି ଜାଗାରେ ହନୁମାନଜୀଙ୍କ ଫଟୋ ଲଗାନ୍ତୁ, ଯେଉଁଠି ସମସ୍ତଙ୍କ ନଜର ଆସୁଥିବ, ଯଦି ଆପଣ ଏମିତି କରିବେ ତେବେ ଘରେ କେଉଁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ, ଓ ଘରେ ସୁଖ ଶାନ୍ତିର ବାସରହିବ ।

୩) ଶୟନକକ୍ଷରେ ଲଗାନ୍ତୁ ନାହିଁ ହନୁମାନଜୀଙ୍କ ଫଟୋ :-ଶାସ୍ତ୍ରରେ ଏହି କଥାର ସୁଚନାଦିଆଯାଇଛି କି ମହାବଳୀ ହନୁମାନ ବାଳ ବ୍ରହ୍ମଚାରୀ  ଓ ଏହି କାରଣରୁ ତାଙ୍କରଫଟୋ ଶୟନକକ୍ଷରେ ରଖିବା ଉଚିତ୍ ନୁହେଁ, ଆପଣ ହନୁମାନଜୀଙ୍କଫଟୋ ଘରର ଠାକୁରଙ୍କ ଘରେ କିମ୍ବା କେଉଁ ଅନ୍ୟ ପବିତ୍ର ସ୍ଥାନରେ ଲଗାଇପାରିବେ, ଏହାବହୁତ ଶୁଭ ହୋଇଥାଏ, ଓ ଭୁଲରେ ବି ଶୟନ କକ୍ଷରେ ଏହାକୁ ଲଗାଇବେ ନାହିଁ ଏହାଅଶୁଭହୋଇଥାଏ ।

୪) ବସିଥିବା ହନୁମାନଜୀ- ଆପଣଙ୍କ ଘରେ ଶ୍ରୀରାମଙ୍କ ଦରବାର ଫଟ ଲଗାଇପାରିବେ, ଯେଉଁଠି ହନୁମାନଜୀ ପ୍ରଭୁ ଶ୍ରୀରାମଙ୍କ ଚରଣରେ ବସିଥିବେ , ଏହା ଛଡା ବସିଥିବା ପଞ୍ଚମୁଖୀ ହନୁମାନଜୀଙ୍କ ଫଟୋ କିମ୍ବା ପର୍ବତ ଉଠାଉଥିବାର ଫଟୋ କିମ୍ବା ଶ୍ରୀରାମ ଭଜୁଥିବା ହନୁମାନଜୀଙ୍କ ଫଟୋ ଲଗାଇପାରିବେ , କିନ୍ତୁ ଗୋଟେ କଥାର ଧ୍ୟାନ ରଖିବାକୁ ହେବ କି ଉପରୋକ୍ତ କେଉଁ ଏକ ଫଟ ଲଗାଇବେ ।

୫) ଉଡୁଥିବା ହନୁମାନଜୀ- ଯଦି ଆପଣଙ୍କ ଘରେ ଉଡୁଥିବା ହନୁମାନଜୀଙ୍କ ଫଟୋ ଲଗାଇବେ , ତେବେ ଏଥିରେ ଆପଣଙ୍କ ଉନ୍ନତି, ଓ ସଫଳତାରେ ବାଧା ଉତ୍ପନ୍ନ ହେବ ନାହିଁ, ଆପଣ ଲଗାତାର ଜୀବନରେ ଆଗକୁ ବଢିଚାଲିବେ , ଓ ଏଥିରେ ଆପଣଙ୍କ ଉତ୍ସାହ ଓ ସାହାସ ସଂଚାର ବି ହୋଇପାରିବ ।

Leave a Reply

Your email address will not be published. Required fields are marked *