October 20, 2024

Odia Express

Leading Odia News Portal of Odisha

ଜାମସେଦପୁର୍ ରେ 1 ଲକ୍ଷ 20 ହଜାର ଟଙ୍କାରେ Road Side ରେ ବିକ୍ରି ହେଲା 12 ଟି ଆମ୍ବ, ଓ ବଦଳିଗଲା ଏକ ଗରିବ ଝିଅର ଭାଗ୍ୟ

ଜାମସେଦପୁର୍, ର ଷ୍ଟେଟ୍ ମାଇଲ୍ ରୋଡ୍ ର ଆଉଟ୍ ହାଉସ୍ ରେ ନିଜ ମା ବାପାଙ୍କ ସହ ରହୁଥିବା ଓ ୫ ମ ଶ୍ରେଣୀର ଛାତ୍ରୀ ତୁଳସୀ ବିଗତ ଦିନରେ କିନନ୍ ଷ୍ଟାଡିୟମ୍ ପାଖରେ ଲକ୍ ଡାଉନ୍ ସମୟରେ ଆମ୍ବ ବିକ୍ରି କରୁଥିଲା, ଜାଣନ୍ତୁ ତାପରେ କଣ ହେଲା ଓ ତାହାର ଭାଗ୍ୟ ବଦଳିଗଲା, ଜାମସେଦପୁର୍ ରେ ଏକ ବ୍ୟକ୍ତି ରାସ୍ତା କଡରେ ବିକ୍ରି ହେଉଥିବା ୧୨ ଟି ଆମ୍ବର ପାଇଁ ଏକ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ, ୧୦ ହଜାର ପ୍ରତି ଆମ୍ବ ବିକ୍ରି ହେବାର ଏହି ଖବର ପୁରା ଏରିଆରେ ଚର୍ଚ୍ଚାର ବିଷୟ ହୋଇଛି, ଏହି ଆମ୍ବ ଏକ ସାଧାରଣ ଝିଅ ହିଁ ବିକ୍ରି କରିଛି, ଯାହାପରେ ତାର ଭାଗ୍ୟ ବଦଳିଯାଇଛି ।

ରାସ୍ତା କଡରେ ୧,୨୦ ଲକ୍ଷ ଟଙ୍କାରେ ଆମ୍ବ ବିକ୍ରି କରିଥିବା ଝିଅ ଜାମସେଦପୁର୍ ନିବାସୀ ୧୨ ବର୍ଷୀୟ ଝିଅ ତୁଳସୀ କୁମାରୀ ଅଟନ୍ତି , ତାଙ୍କ ୧୨ ଟି ଆମ୍ବ ପାଇଁ ୧,୨୦ ଲକ୍ଷ ଟଙ୍କା ଦେବାକୁ ପଡିଥିଲା ମୁମ୍ବାଇ ର କମ୍ପାନୀ ଭ୍ୟାଲୁଏବଲ୍ ଏଡୁଟେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ତୁଳସୀ କୁମାରୀଙ୍କୁ ମାତ୍ର ୧ ଡର୍ଜନ ଆମ୍ବର ଦାମ୍ ୧,୨୦ ଲକ୍ଷ ଟଙ୍କାରେ କିଣିଥିଲେ, ଯାହା ରାସ୍ତା କଡରେ ଆମ୍ବ ବିକ୍ରି କରୁଥିବା ଗରିବ ଝିଅର ନିଜ ପାଠପଢା ଆରମ୍ଭ ହୋଇପାରୁ, କୋରନା ସମୟରେ ଅନ୍ ଲାଇନ୍ ପାଠପଢା ଆରମ୍ଭ କରିବାପାଈଁ ଏକ ସ୍ମାର୍ଟ ଫୋନ୍ ଦରକାର ଥିଲା ।

ତୁଳସୀ କହିଲେ କି ସେ ୫ ହଜାର ଟଙ୍କା କମାଇବାକୁ ଚାହୁଁଥିଲେ ଯାହାଦ୍ୱାରା ସେ ଏକ ମୋବାଇଲ୍ କିଣିପାରିବେ, ଓ ନିଜ୍ ଅନଲାଇନ୍ ପାଠପଢା ଆଉଥରେ ଆରମ୍ଭ କରିପାରିବେ, ସ୍ମାର୍ଟଫୋନ୍ ଅଭାବରୁ ସେ ଅନଲାଇନ୍ ପାଠପଢା କରିପାରୁନଥିଲେ, କାହାଣୀ ସୋସିଆଲ୍ ମିଡୀଆରେ ଭାଇରାଳ୍ ହୋଇଗଲା, ତୁଳସୀଙ୍କ ପ୍ରତି ଲକ୍ଷାଧିକ ଲୋକଙ୍କର୍ ସହାନଭୁତି ବ୍ୟକ୍ତ କରିବାକୁ ଲାଗିଲେ, ମୁମ୍ବାଇ ସ୍ଥିତ ଭ୍ୟାଲୁଏବଲ୍ ଏଡୁଟେନମେଣ୍ଟ ଲିମିଟେଡ୍ ର ପ୍ରବନ୍ଧ ନିର୍ଦ୍ଧେଶକ ଅମେୟା ହେଟେ ଙ୍କୁ ସୋସିଆଲ୍ ମିଡିଆର ଜରିଆରେ ଏହାର ସୁଚନା ମିଳିଲା, ତେବେ ସେ କେବଳ ସହାନୁଭୁତି ଦେବାପାଇଁ ରହିଲେ ନାହିଁ, ସେ ୧୦ ହଜାର ପ୍ରତି ଆମ୍ବର ହିସାବରେ ଝିଅକୁ ୧,୨୦ ଲକ୍ଷ ଟଙ୍କାରେ ଡର୍ଜନ ଆମ୍ବ କିଣୀନେଲେ, ସେ ପୁରା ରାଶି ତୁଳସୀଙ୍କ ବାପାଙ୍କ ଏକାଉଣ୍ଟରେ ଟ୍ରାନ୍ସଫର୍ କରିଦେଲେ ।

ତାହା ସହ ସେ ତୁଳସୀଙ୍କୁ ଏକ ଚିଠି ଲେଖିଲେ କି ଆପଣଙ୍କ ଦୃଢତା ଓ ସଂଘର୍ଷର୍ କାହାଣୀ ସୋସିଆଲ୍ ମିଡିଆ ଦ୍ୱାରା ଆଗକୁ ନେଇକରି ଆସିଥିଲି, ଓ ବର୍ଷା ଜହାଗିରଦାର୍ ଦ୍ୱାରା ମୋର ସଂଜ୍ଞାନରେ ଅଣାଯାଇଥିଲା, ତୁମ ପରି ବହୁତ ଛାତ୍ର ଅଛନ୍ତି ଯିଏ ଆବଶ୍ୟକ ବୁନିୟାଦର ଢାଞ୍ଚାର କମି କାରଣରୁ ଅନ୍ ଲାଇନ୍ ସିଖିବା ନୁଆ ଯୁଗର ସାମ୍ନା କରିବାପାଇଁ ସଂଘର୍ଷ କରୁଛନ୍ତି, ମୁଁ ବାସ୍ତବରେ ଏହି ତଥ୍ୟ ରୁ ପ୍ରଭାବିତ ହୋଇଛି କି ତୁମେ ହାର୍ ମାନିନଥିଲ, ଓ ଏହାକୁ ନିପଟାଇବାପାଇଁ ସଂଘର୍ଷ କଲ, ତୁମେ ପ୍ରମାଣିତ କରିଦେଲ କି ଯେଉଁଠି ଇଚ୍ଛାଶକ୍ତି ଅଛି ସେଠାରେ ରାସ୍ତା ବି ଅଛି, ତୁମେ ଭଲ ଦେଖାଇଛ, ଆମେ ରାସ୍ତା ଖୋଜିବାକୁ ସାହାଯ୍ୟ କରିଛୁ ।

ତୁଲସୀ କହନ୍ତି କି ହଁ ମୁଁ ଆମ୍ବ ବିକ୍ରି କଇର୍ ଏକ ଫୋନ୍ କିଣିବାକୁ ପଇସା ଏକାଠି କରିବାରେ ଲାଗିଥିଲି, ଯାହାଦ୍ୱାରା ନିଜ ପାଠପଢା ଅନଲାଇନ୍ କରିପାରିବି, ଏବେ ମୁଁ ଗୋଟେ ଫୋନ୍ ନେଇସାରିଛି ଓ ମୁଁ ଅନଲାଇନ୍ କ୍ଲାସ୍ ଯାଈକରି କ୍ଲାସ୍ କରିପାରିବି, ତୁଳସୀ ଫୋନ୍ ରେ କହିଲେ କି ୫ମ ଶ୍ରେଣୀରେ ଏକ ସରକାରି ସ୍କୁଲରେ ଯିବା ବନ୍ଦ କରିଦେଇଥିଲେ, ମହାମାରୀ କୋରନା କୋରନା କାରଣରୁ ଅନଲାଇନ୍ ପାଠପଢା ଆରମ୍ଭ ହୋଇଯାଇଥିଲା, ଓ ମୋବାଇଲ୍ ନହେବା କାରଣରୁ ପାଠପଢା ବନ୍ଦ ହୋଇଯାଇଥିଲା ।

ତୁଳସୀ କହିଲେ କି କୋରନା ଲକ୍ ଡାଉନ୍ କାରଣରୁ ତାଙ୍କ ବାପାଙ୍କ ଚାକିରି ଛାଡିଦେବା କାରଣରୁ ପରିବାରର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା, ତୁଲସୀ ପଢିବାକୁ ଚାହୁଁଥିଲେ, କିନ୍ତୁ ମୋବାଇଲ୍ ଫୋନ୍ କିଣିନପାରିବାରୁ ସେ ପଢିପାରୁନଥିଲେ, ତୁଳସୀ କହିଲେ କି ଏବେ ସେ ନିଜେ ପାଠପଢିବେ ଓ ତାହା ସହ ଦୁଇ ଭଉଣୀ ରୋଶନି ଓ ଦିପିକାଙ୍କୁ ବି ପଢାଇବେ, ତାଙ୍କର ସ୍ୱପ୍ନ ଅଛି କି ସେ ଶିକ୍ଷୟତ୍ରି ହୋଇକରି ଛୁଆଙ୍କୁ ଶିକ୍ଷା ଦେବେ ଓ ତାର ପ୍ରଚାର ପ୍ରସାର କରିବେ, ଯାହାଦ୍ୱାରା କେଉଁ ବି ଗରିବ ଶିକ୍ଷାରୁ ବଞ୍ଚିତ ନ ହେଉ ।

Leave a Reply

Your email address will not be published. Required fields are marked *