October 19, 2024

Odia Express

Leading Odia News Portal of Odisha

ଫିଲ୍ମରେ ଆସିବା ପୁର୍ବରୁ ରାସ୍ତାରେ ପେନ୍ ବିକ୍ରି କରି ଘର ଚଳାଉଥିଲେ Johnny Lever, ଆଜି କମାଇନେଇଛନ୍ତି ୩୦୦ କୋଟି

ଆଜିକାଲିର ସମୟରେ ଲୋକେ କମେଡି ଫିଲ୍ମ ଦେଖିବାକୁ ଅଧିକା ପସନ୍ଦ କରୁଛନ୍ତି, ଏମିତିରେ ବହୁତ କମେଡିଆନ୍ ଅଛନ୍ତି , ଯିଏକି ନିଜ ଅଭିନୟ ଦ୍ୱାରା କମେଡି କରି ଲୋକଙ୍କର ହୃଦୟରେ ଏକ ଅଲଗା ସ୍ଥାନ ପାଇଛନ୍ତି, କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କୁ କିଏ ବା ନଜାଣେ , ଏତିକି ନୁହେଁ ବରଂ ତାଙ୍କ କମେଡି ବି ସବୁ ବୟସର ଲୋକେ ପସନ୍ଦ କରନ୍ତି, ହଁ ଆଜ୍ଞା ଆମେ କଥା ହେଉଛୁ ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ କମେଡିଆନ୍ ଓ ଦିଗଜ୍ଜ୍ ଅଭିନେତା ଜନି ଲିଭରଙ୍କର, ଯିଏ ଆଜି କେଉଁ ପରିଚୟର ଆବଶ୍ୟକତା କରନ୍ତି ନାହିଁ, ଭାରତ ନୁହେଁ ଅନ୍ୟ ଦେଶରେ ବି ତାଙ୍କ ନାଁକୁ ଜଣାଯାଏ ।

ଜନି ଲିଭର୍ ଏମିତି ଜଣେ କଳାକାର ଯିଏକି ଫିଲ୍ମରେ ନିଜ କମେଡିରେ ନିରିହ ଚେହେରାରେ ବି ହସ ଆଣିଦେଉଥିଲେ, ଜନି ଲିଭର୍ କମେଡି ଯୋଗୁଁ କେଉଁ ବି ଫିଲ୍ମ୍ ସୁପରହିଟ୍ କରିବାରେ ସାହାଯ୍ୟ କରୁଥିଲା, ବଲିଉଡ୍ ଇଣ୍ତଷ୍ଟ୍ରିରେ ପ୍ରାୟ ୪ ଦଶକରୁ ଜନି ଲିଭର୍ କାମ୍ କରୁଛନ୍ତି, ଏହି ସମୟରେ ସେ ବହୁତ ସାରା ଫିଲ୍ମରେ ଅଭିନୟ ବି କରିଛନ୍ତି । ବଲିଉଡ୍ ଇଣ୍ତଷ୍ଟ୍ରିର ପ୍ରାୟ ସବୁ ବଡ୍ ବଡ କଳାକାରଙ୍କ ସହ ଜନି ଲିଭର୍ ବଡ ପର୍ଦାରେ ନଜର ଆସିସାରିଛନ୍ତି, ଆଜି ଜନି ଲିଭର୍ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଞ୍ଚିପାରିବା ଏତେ ସହଜସାଧ୍ୟ ନଥିଲା, ଜନି ଲିଭର୍ ନିଜ ପ୍ରାରମ୍ଭିକ ଦିନରେ ବହୁତ କଠିନ ପରିସ୍ଥିତି ଦେଇ ସାମ୍ନା କରିଥିଲେ, ସବୁ ମୁସକିଲ୍ କୁ ପାର୍ କରି ଜନି ଲିଭର୍ ଏହି ସ୍ଥାନରେ ଆସି ପହଞ୍ଚିଲେ, ଆଜି ଆମେ ଏହି ଲେଖ ମାଧ୍ୟମରେ ଜନି ଲିଭରଙ୍କ ସହ  ଯୋଡିହୋଇଥିବା ଜୀବନର ସବୁ ମୁହୁର୍ତ୍ତ ଜଣାଇବୁ ।

ଆପଣଙ୍କୁ କହିଦେବୁ କି ଜନି ଲିଭରଙ୍କ ଜନ୍ମ ୧୪ ଅଗଷ୍ଟ ୧୯୫୭ କୁ ଆନ୍ଧ୍ରପ୍ରଦେଶରେ ହୋଇଥିଲା, ଜନି ଲିଭର୍ ନାଁରେ ପ୍ରସିଦ୍ଧ କଳାକାରଙ୍କ ପୁରା ନାଁ ରାଓ ପ୍ରକାଶ ରାଓ ଜନୁମାଲା ଅଟେ, ସେ ବହୁତ୍ ଗରିବ ପରିବାରରୁ ଥିଲେ, ତାଙ୍କ ବାପା ପ୍ରକାଶ ରାଓ ଏକ ପ୍ରାଇଭେଟ୍ କମ୍ପାନୀରେ ଅପରେଟର୍ କାମ କରୁଥିଲେ, ଓ ମା ଘର୍ ସଂମ୍ଭାଳୁଥିଲେ, ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ଜନି ଲିଭର୍ଙ୍କୁ ପାଠପଢା ଛାଡିବାକୁ ପଡିଲା, ଜନି ଲିଭର୍ ଯେବେ ସପ୍ତମ କ୍ଲାସରେ ଥିଲେ ତେବେ ତାଙ୍କ ଘରର ଆର୍ଥିକ ଅବସ୍ଥା ବହୁତ ଗୁରୁତ୍ୱର ହେଇଗଲା

ଯାହାର କାରଣରୁ ଜନି ଲିଭରଙ୍କୁ ସପ୍ତମ କ୍ଲାସରେ ନିଜ ପାଠପଢା ଛାଡିବାକୁ ପଡିଥିଲା, ଓ ଏହି ଠାରୁ ତାଙ୍କ ସଂଘର୍ଷର କାହାଣୀ ଆରମ୍ଭ ହେଲା । ଫିଲ୍ମରେ ଆସିବାପୁର୍ବରୁ ଜନି ଲିଭର୍ ନାନାପ୍ରକାରର ଚାକିରି କଲେ, ପାରିବାରିକ ଆର୍ଥିକ ସ୍ଥିତି ଖରାପ ତ ହେଲା ଜନି ଲିଭର୍ କାମ କରି ପରିବାର ଲୋକଙ୍କୁ ସାହାଯ୍ୟ କରିବାକୁ ଫଇସଲା କଲେ, ଜନି ଲିଭର୍ ମୁମ୍ବାଇର ରାସ୍ତାରେ ପେନ୍ ବିକ୍ରି କରି ନିଜ ପରିବାର ଲୋକଙ୍କୁ ସାହାଯ୍ୟ କରୁଥିଲେ, ଯେବେ ଜନି ଲିଭର୍ ଗଳିରେ ପେନ୍ ବିକ୍ରି କରୁଥିଲେ ତେବେ ବଲିଉଡ୍ କଳାକାରଙ୍କ ନକଲ ବି କରିଦେଉଥିଲେ, ଏହା ସହ ସେ କଳାକାରଙ୍କ ପରି ଡ୍ୟାନ୍ସ ବି କରୁଥିଲେ ।

ପରେ ଜନି ଲିଭରଙ୍କ ବାପା ଜନିଙ୍କୁ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍ କମ୍ପାନୀରେ କାମ ଦେଇଦେଲେ, ସେଠାରେ ଯାଇକରି ସେ ଅପରେଟର୍ କାମ କରିବାକୁ ଲାଗିଲେ, ନିଜ ଚାକିରି କରୁଥିବା ସହ ସେ ମିମିକ୍ରି ଓ କମେଡି ଦ୍ୱାରା ଲୋକଙ୍କୁ ହସାଉଥିଲେ, କିଛି ବର୍ଷ ପରେ ଜନି ଲିଭର୍ ନିଜ ଭାଗ୍ୟ ଆଜମାଇବା ପାଈଁ ବାହାରିଆସିଲେ, ସେ ନିଜ ପୁରା ଧ୍ୟାନ କମେଡୀ ଉପରେ ଲଗାଇଦେଲେ, ଓ କାମର ଖୋଜାରେ ବାହାରିଗଲେ, ଏହି ସମୟରେ ସେ ସୁଜାତା ଙ୍କୁ ବିବାହ୍  କରିନେଇଥିଲେ, ଯାହାପରେ ତାଙ୍କର ଦୁଇଟି ଛୁଆ ହେଲେ ।

ଫିଲ୍ମରେ ନିଜ କ୍ୟାରିୟର ବନାଇବାପାଇଁ ଜନି ଲିଭର୍ ବହୁତ ସଂଘର୍ଷ୍ କରିଥିଲେ, ବହୁତ୍ ବର୍ଷ ପର୍ଯ୍ୟନ୍ତ କାମର ଖୋଜାରେ ଏପଟସେପଟ ହୋଇ ବୁଲୁଥିଲେ କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ମୋଡ୍ ଆସିଲା ଯାହା ତାଙ୍କ ଜୀବନକୁ ପୁରା ଓଲଟାଇଦେଲା, ଜନି ଲିଭର୍ ନିଜ କ୍ୟାରିୟରର ଆରମ୍ଭ ୧୯୮୬ ରେ ଲଭ୍ ୮୬ ରୁ କରିଥିଲେ, ଏହିଠାରୁ ତାଙ୍କ ବଲିଉଡ୍ କ୍ୟାରିୟର୍ ଆରମ୍ଭ ହୋଇଥିଲା, ସେ ବହୁତ୍ ଫିଲ୍ମରେ କାମ କଲେ, ଜନି ଲିଭର୍ ନିଜ ଫିଲ୍ମ କ୍ୟାରିୟରରେ ପ୍ରାୟ ୩୫୦ ଟି ଫିଲ୍ମରେ କାମ କରିସାରିଛନ୍ତି, ଜନି ଲିଭର୍ ବାଜିଗର୍, ରାଜା ହିନ୍ଦୁସ୍ଥାନୀ, ଜୁଦାଇ, ଇସ୍କ, ଆଣ୍ଟି ନମ୍ବର ୧, ଦୁହ୍ଲେ ରାଜା, କୁଛ୍ କୁଛ୍ ହୋତା ହେ ପରି ଶାନଦାର୍ ଫିଲ୍ମରେ ଅଭିନୟ କରିଥିଲେ ।

କହିଦେବୁ କି ୧୯୮୪ ରେ ସେ ସୁଜାତାଙ୍କ ସହ ବାହା ହୋଇଥିଲେ, ଓ ତାଙ୍କ ଦୁଇଟି ଛୁଆ ବି ଅଛନ୍ତି, ଯେଉଁଥିରେ ଗୋଟେ ଝିଅ ଜ୍ୟାସି ଓ ପୁଅ ଜିମି ଜନି ଲିଭର୍ ଅଟନ୍ତି, ଓ ତାଙ୍କ ଦୁଇ ଛୁଆ ନିଜ ବାପାଙ୍କ ଭଳି କମେଡି କରୁଛନ୍ତି

Leave a Reply

Your email address will not be published. Required fields are marked *