February 6, 2025

Odia Express

Leading Odia News Portal of Odisha

ଝିଅ ନାମରେ ଜମା କରନ୍ତୁ ମାତ୍ର ୧୫୦ ଟଙ୍କା – ଝିଅ ବାହାଘର ସମୟରେ LIC ଦେବ ୨୨ ଲକ୍ଷ ଟଙ୍କା..

ଯଦି ଆପଣ ନିଜ ଝିଅର ବାହାଘର ପାଈଁ ଚିନ୍ତିତ ଅଛନ୍ତି ତେବେ ଏବେ ଆଉ ଚିନ୍ତା କରିବାର ଆବଶ୍ୟକତା ପଡିବ ନାହିଁ , ଦେଶର ସବୁଠାରୁ ବଡ ସରକାରୀ ବିମା କମ୍ପାନୀ ଏଲ୍ ଆଇସି ଲାଇଫ୍ ଇନସ୍ୟୁରେନ୍ସ କର୍ପୋରେସନ୍ ଏହାପାଇଁ ଏକ ଖାସ୍ ସ୍କିମ୍ ବାହାର କରିଛି , ଯାହା ଦ୍ୱାରା ନିଜ ଝିଅକୁ କନ୍ୟାଦାନ ପାଈଁ ୨୨ ଲକ୍ଷ ଟଙ୍କା ମିଳିବ , ଆସନ୍ତୁ ଜାଣିବା ଏହି ସ୍କିମ୍ ର ପୁରା ବିବରଣୀ ।

 

ଏହି ପଲିସି ଦ୍ୱାରା ଆପଣଙ୍କୁ ସବୁଦିନ କେବଳ ୧୫୦ ଟଙ୍କା ଜମା କରିବାକୁ ପଡିଥାଏ , ଓ ଯେବେ ଆପଣ ନିଜ ଝିଅର ବାହାଘର କରାଇବେ ତେବେ ପୁରା ୨୨ ଲକ୍ଷ ଟଙ୍କା ମିଳିବ , ଏତିକି ନୁହେଁ ଏହି ପଲିସିର ମିୟାଦ ପୁରା ହେବାପରେ ଯଦି ବାପାଙ୍କର ମୃତ୍ୟୁ ହୋଈଯାଏ ତେବେ କିସ୍ତିରେ ନିଆହେବ ନାହିଁ , କିନ୍ତୁ ଏହି ପଲିସି ଚାଲିବ । ବାପାଙ୍କ ମୃତ୍ୟୁ ହେଇଯିବାପରେ ତତ୍କାଳ ୧୦ ଲକ୍ଷ ଟଙ୍କା ମିଳିଯିବ ।  ସେମିତି ଦୁର୍ଘଟଣା ସମୟରେ ବାପାଙ୍କ ମୃତ୍ୟୁ ହେଲେ ଏହା ୨୦ ଲକ୍ଷ ଟଙ୍କା ମିଳିବ ।

 

ଏହି ପଲିସିରେ ଝିଅଙ୍କ ପାଠ ପଢା ଓ ଅନ୍ୟ ଖର୍ଚ୍ଚଗୁଡିକ ପାଇଁ ସବୁ ବର୍ଷ ବିବାହ ହେଲା ପର୍ଯ୍ୟନ୍ତ ୧ ଲକ୍ଷ ଟଙ୍କା ମିଳିବାକୁ ଲାଗିବ , ତାହା ସହ ଏହି ପଲିସି ଚାଲୁଥିବ । ଏହି ପଲିସିକୁ ଅଧିକା ଜାଣିବା ପାଇଁ ଏଲ୍ ଆଇସିର ୱେବସାଇଡ୍ ରେ ଯାଇ ଚେକ୍ କରିପାରିବେ , କିମ୍ବା ଏଲ୍ ଆଇସି ଏଜେଣ୍ଟ କୁ କଲ୍ କରି ଜାଣିପାରିବେ ।

 

 

Leave a Reply

Your email address will not be published. Required fields are marked *