October 25, 2024

Odia Express

Leading Odia News Portal of Odisha

ଲଗାତାର ୩ ଦିନ ଖାଲି ପେଟ ତୁଳସୀ ଖାଇବାର ଫାଇଦା – ହେବ ଏପରି ଲାଭ ଯେ ୧୦୦ ରୁ ଅଧିକ ରୋଗ ହେଇଯିବ ଉଭାନ..

ସାଙ୍ଗମାନେ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ବୋଲି ଧରାଯାଏ।ତୁଳସୀ ଭଗବାନ ବିଷ୍ଣୁଙ୍କ ମଧ୍ୟ ବହୁତ ପ୍ରିୟ ଅଟେ।ଏହା କାରଣ ଅଟେ କି ତୁଳସୀ ପୂଜା ବହୁତ ପୁରାତନ କାଳରୁ ଚାଲି ଆସୁଚି।ତୁଳସୀ ଗଛ ପବିତ୍ର ହେବା ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଅଟେ।ସେଥିପାଇଁ ଆୟର୍ବେଦରେ ବହୁତ ଗୁଡ଼ିଏ ରୋଗ ମାନଙ୍କ ପାଇଁ ଏହାର ଉପଚାର ରହିଛି।ଶ୍ୱାସ ରୋଗ, ମୁହଁର ରୋଗ,ଜ୍ଵର ଓ ଫୁସଫୁସ ବେମାରୀ ଆଦି ବହୁତ ରୋଗ ମାନଙ୍କରେ ତୁଳସୀ ପତ୍ର ରାମବାଣ ସାବ୍ୟସ୍ତ ହୋଇଥାଏ।ଏହାଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଓ ସଂକ୍ରାମକ ରୋଗ ମାନଙ୍କ ଠାରୁ ମଧ୍ୟ ମୁକ୍ତି ମିଳିଥାଏ।

ତୁଳସୀ ପତ୍ରରେ ବହୁତ ରୋଗର ଉପଚାର ଲୁଚି ରହିଛି। ଆୟର୍ବେଦରେ କୁହାଯାଇଛି ଯେ ପ୍ରତିଦିନ କିଛି ତୁଳସୀ ପତ୍ର ଖାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ମସ୍ତିଷ୍କର କାର୍ଯ୍ୟକାରି କ୍ଷମତାକୁ ବଢାଇଥାଏ ତୁଳସୀ।ଆପଣଙ୍କୁ ଏଥିପାଇଁ ତୁଳସୀର ୫ ଟି ପତ୍ର ପାଣି ସହିତ କରିବାର ଅଛି।ଏହାଦ୍ବାରା ବୁଦ୍ଧି ପ୍ରଖର ହୋଇଥାଏ।ପୁରୁଣା ରୁ ପୁରୁଣା ମୁଣ୍ଡବିନ୍ଧା ହୋଇଯାଏ ଗାୟବ।କୁହାଯାଏ କି ତୁଳସୀ ପତ୍ରର ଦୁଇ ବୁନ୍ଦା ନାକରେ ପକେଇବା ଦ୍ବାରା ପୁରୁଣା ମୁଣ୍ଡବିନ୍ଧା ଦୂର ହୋଇଯାଇଥାଏ।ଏହା ସହିତ ମୁଣ୍ଡ ସମ୍ବନ୍ଧିତ ଅନ୍ୟ ରୋଗ ମାନେ ମଧ୍ୟ ପଳାଇ ଯାଆନ୍ତି।

ଆୟର୍ବେଦ ଅନୁସାରେ ତୁଳସୀର ତେଲକୁ ନିୟମିତ ଭାବରେ ଚେହେରାରେ ଲଗାଇବା ଦ୍ବାରା ଚେହେରାର ରଙ୍ଗ ସଫା ହୋଇଥାଏ। ତ୍ବଚା ସମ୍ବନ୍ଧିତ ରୋଗ ମାନଙ୍କ ପାଇଁ ତୁଳସୀ ପ୍ରଭାବ ଶାଳୀ ଅଟେ।ଏହାର ପ୍ରୟୋଗ ଦ୍ବାରା ବ୍ରଣ ଓ ସମସ୍ତ ଦାଗ ମାନ ଦୂର ହୋଇଯାଆନ୍ତି।ଯେବେ ବି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେବ ତ ଆପଣ ଗୋଲମରିଚ ଓ ତୁଳସୀର ଗୋଲି ତିଆରି କରି ଦାନ୍ତ ତଳେ ରଖି ଦିଅନ୍ତୁ।ଏପରି କରିବା ଦ୍ବାରା ଅଳ୍ପ କିଛି ସମୟ ମଧ୍ୟରେ ଆପଣଙ୍କ ଦାନ୍ତ ସମସ୍ୟା ଦୂର ହୋଇଯିବ।ଯଦି ଆପଣଙ୍କ ଗଳାରେ କୌଣସି ପ୍ରକାର ସମସ୍ୟା ଦେଖା ଯାଉଚି ତ ଆପଣ ତୁଳସୀର ବ୍ୟବହାର କରିବା ଦ୍ଵାରା ସେଥିରୁ ମୁକ୍ତି ପାଇପାରିବେ।

ଆପଣ ତୁଳସୀକୁ ଅଳ୍ପ ଉଷୁମ ପାଣିରେ ମିଶାଇ କୁଳି କରିବା ଦ୍ବାରା ଗଳାର ସମସ୍ୟା ଠାରୁ ମୁକ୍ତି ମିଳିଥାଏ।ତୁଳସୀ ଖାସ ଓ ଆସ୍ଥମା ରୋଗ ପାଇଁ ବହୁତ ପ୍ରଭାବଶାଳୀ ହୋଇଥାଏ। ତୁଳସୀର ରସ ମହୁ ସହିତ ମିଶାଇ ଚାଟିବା ଦ୍ବାରା ଆପଣଙ୍କ କାଶ ସମସ୍ୟା ଦୂର ହୋଇଥାଏ।ଛୋଟ ପିଲା ମାନଙ୍କୁ ବାରମ୍ବାର ଥଣ୍ଡା ସର୍ଦ୍ଦି ହୋଇ ଯାଇଥାଏ।ଏପରି ସମୟରେ ତୁଳସୀର କିଛି ରସ ଓ ଅଦା ରସ କିଛି ମିଶାଇ ତାକୁ ମହୁ ସହିତ ମିଶାଇ ପିଲା ମାନଙ୍କୁ ଦେବା ଉଚିତ।ଏହାଦ୍ବାରା ପିଲା ମାନଙ୍କର ସର୍ଦ୍ଦି ସମସ୍ୟା ଠିକ ହୋଇ ଯାଇଥାଏ।

Leave a Reply

Your email address will not be published. Required fields are marked *