October 22, 2024

Odia Express

Leading Odia News Portal of Odisha

ଆସିଗଲା ନାନୋ ବାୟୋଗ୍ୟାସ୍ ପ୍ଲାଣ୍ଟ, ଏବେ ଘରର ଅଳିଆ ହେବ ଗ୍ୟାସ୍ ରେ ପରିବର୍ତ୍ତନ

ଆଜିର ସମୟରେ ସମସ୍ତଙ୍କ ଘରେ ଏଲ୍ ପିଜି ଗ୍ୟାସ୍ ବ୍ୟବହାର କରାଯାଏ,  କିନ୍ତୁ ଏହା ବହୁତ ମହଙ୍ଗା ଅଟେ ,କିନ୍ତୁ କେରଳାରେ ଏକ କମ୍ପାନୀ ବାୟୋଟେକ୍ ଇଣ୍ତିଆ ଦ୍ୱାରା ଏକ ନେନୋ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରୁ ତିଆରି ଗ୍ୟାସକକୁ ଆପଣଙ୍କ ଘରେ ବ୍ୟବହାର କରିପାରିବେ, ସବୁଠାରୁ ଖାସ୍ କଥା ଏହା କି ଆପଣ ଏଥିରେ ପଶୁମାନଙ୍କର ଗୋବର, କଟା ହୋଇଯାଇଥିବା ପରିବାର ଖଣ୍ତ, କିମ୍ବା କିଛି ଜୈବିକ ଅଳିଆ ପକାଇକରି ଗ୍ୟାସ୍ କରିପାରିବେ ।ଆପଣଙ୍କୁ କହିଦେବୁ କି ବାୟୋଟେକ୍ ଇଣ୍ତିଆ ତରଫରୁ ନେନୋ ବାୟୋଗ୍ୟାସ୍ ପ୍ଲାଣ୍ଟର ଦୁଇଟି ମଡେଲ୍ ପ୍ରସ୍ତୁତ କରାଯାଇଛି, ଗୋଟେ ମଡେଲ୍ ୪୫ ଲିଟରର ଅଟେ, ଓ ଦ୍ୱିତୀୟ ମଡେଲ୍ ୧୬୦ ଲିଟରର ଅଟେ, ୪୫ ଲିଟର ବାଲା ୧୦-୨୦ ଲିଟର ଗ୍ୟାସ୍ ସୃଷ୍ଟି କରିପାରେ

ବଡ ମାନେ ୧୬୦ ଲିଟର ବାଲା ମଡେଲ୍ ୩୦-୫୦ ଲିଟର ବାୟୋଗ୍ୟାସ୍ ସୃଷ୍ଟି କରିପାରେ, ଦୁହେଁ ମଡେଲ୍ ଉପରେ ଏକ ଫ୍ଲୋଟିଙ୍ଗ୍ ଟ୍ୟାଙ୍କ୍ ଅଛି ଏହି ଟ୍ୟାଙ୍କରେ ଗ୍ୟାସ୍ ଭରିଲେ ତାହା ଉପରକୁ ଉଠିଯାଏ । ଦାମ୍ କଥାକହିଲେ ତେବେ ଛୋଟ ମଡେଲର ଦାମ୍ କେବଳ ୬୭୫୦ ଟଙ୍କା ରଖାଯାଇଛି, ଓ ବଡ ମଡେଲ୍ କୁ ୯୯୫୦ ଟଙ୍କାରେ କିଣିପାରିବେ, ସବୁଠାରୁ ଖାସ୍ କଥା ଏହା କି ସାଇଜ୍ ରେ ବହୁତ ଛୋଟ ହେବା  କାରଣରୁ ଏହି ଦୁହେଁ ମଡେଲ୍ସ କୁ ଆପଣ ନିଜ ରୋଷେଇ ଘରେ ବି ରଖିପାରିବେ, ତାହା ସହ ଏହାକୁ ସହଜରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନେଇପାରିବେ

କମ୍ପାନୀ ଦ୍ୱାରା ଏବେ ମଡେଲ୍ସକୁ ସ୍କୁଲ୍, କଲେଜ୍ , ୟୁନିଭରସିଟି ଛୁଆଙ୍କୁ ଜୈବିକ ଉର୍ଜା ବିଷୟରେ ଜଣାଇବାପାଇଁ ବ୍ୟବହାର କରାଯାଉଛି, କିନ୍ତୁ ଆପଣ ଏହାକୁ ଘରେ ବ୍ୟବହାର କରିପାରିବେ, ଆପଣଙ୍କୁ କହିଦେବୁ କି ଏହି ଦୁହେଁ ନେନୋ ମଡେଲ୍ ସହ ବାୟୋଟେକ୍ କମ୍ପାନୀ ଦ୍ୱାରା କିଛି ବଡ ମଡେଲ୍ ପ୍ରସ୍ତୁତ କରାଯାଏ , ଯାହା ଅଧିକା ଗ୍ୟାସ୍ ସୃଷ୍ଟି କରିପାରେ, ଓ ଆପଣଙ୍କୁ କେଉଁ ବି ପ୍ରକାରର ଏଲ୍ ପିଜି ଗ୍ୟାସ୍ ଦରକାର ପଡେ ନାହିଁ ,କିଛି ବି ଖର୍ଚ୍ଚ ଆସିବ ନାହିଁ ।

ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ବସି ଅର୍ଡର କରିପାରିବେ,  ଓ ଏହାର ହୋମ୍ ଡେଲିଭରି ଦିଆଯିବ, ବାୟୋଟେକ୍ ଇଣ୍ତିଆ ଦ୍ୱାରା ସବୁ ଭାରତରେ ହୋମ୍ ଡେଲିଭରି କରାଯାଉଛି, ଡେଲିଭରିର ଅଲଗା କିଛି ଖର୍ଚ୍ଚ ନିଆଯାଉନାହିଁ, ବାୟୋଗ୍ୟାସ୍ ପ୍ଲାଣ୍ଟ କିଣିଲେ ଆପଣଙ୍କୁ ଏକ ଚୁଲ୍ହା ଓ ଜିନିଷ ଦିଆଯାଏ , ଏହି ଦୁହେଁ ମଡେଲ୍ କୁ ଆପଣ ଅନଲାଇନ୍ ମାର୍କେଟ୍ ରୁ କିଣିପାରିବେ, ଏହି ବିଷୟରେ ଅଧିକା ଜାଣିବାପାଇଁ ବାୟୋଟେକ୍ ଇଣ୍ତିଆର ୱେବସାଇଡ୍ ରେ ଯାଇ ଚେକ୍ କରିପାରିବେ ,(biotech-india,org) ଏହା ଛଡା ଆପଣ ଇ-କମର୍ସ ସାଇଟ୍ ରେ ଯାଇ ଏହାକୁ ଅର୍ଡର୍ କରିପାରିବେ

Leave a Reply

Your email address will not be published. Required fields are marked *