December 22, 2024

Odia Express

Leading Odia News Portal of Odisha

ୱାର୍ଲଡ କପ୍ ଇଂଲଣ୍ତ ବିପକ୍ଷରେ ଆଜି କମଳା ରଙ୍ଗର ଜର୍ସୀ ପିନ୍ଧିକରି ନଜର ଆସିବେ ଭାରତୀୟ ଦଳର ଖେଳାଳି – ଦେଖନ୍ତୁ କଣ ଏହାର କାରଣ..

ବିଶ୍ୱକପ୍  ୨୦୧୯ ରେ ମେନ୍ ଇନ୍ ବ୍ଲୁ ମାନେ ଭାରତୀୟ ଟିମ୍ ଏବେ ପର୍ଯ୍ୟନ୍ତ ଶାନଦାର୍ ଖେଳ ପ୍ରଦର୍ଶନ କରି ଆସିଛନ୍ତି , ସେମାନେ ଗୋଟେ ମ୍ୟାଚ୍ ବି ହାରିନାହାନ୍ତି ,୩୦ ଜୁନ୍ କୁ ଭାରତୀୟ ଟିମ୍ ଆଗାମୀ ମୁକାବଲା ଇଂଲଣ୍ତ ସହ ଖେଳିବ , ଭାରତୀୟ ଟିମ୍ ଏହି ମ୍ୟାଚ୍ ଖେଳିଲା ପରେ ସେମିଫାଇନାଲ୍ ରେ ପ୍ରବେଶ କରିଯିବ , କିନ୍ତୁ ଇଂଲଣ୍ତ ଏହି ମ୍ୟାଚ୍ ହାରି ଗଲେ ସେ ସେମି ଫାଇନାଲ୍ ରୁ ବାହାରି ପାରେ , ଏହି ମୁକାବଲାରେ ଭାରତୀୟ ଟିମ୍ କମଳା ରଙ୍ଗ ଓ ବ୍ଲୁ ରଙ୍ଗର ଜର୍ସୀରେ ନଜର ଆସିବେ । ଟିମ୍ ଇଣ୍ତିଆ ୩୦ ଜୁନ୍ କୁ ୨୦୧୯ ରେ ବର୍ମିଘମ ରେ ଇଂଲଣ୍ତ ସହ ଖେଳିବ , ଏବେ ଏହି ମୁକାବଲାରେ ମେନ୍ ଇନ୍ ବ୍ଲୁ ଏହି ନୁଆ ଜର୍ସିରେ ଦେଖାଯିବେ , ଏହା ୨୦୧୯ ରେ ଏବେ କିଟ୍ ଯାହାକି ଡିଜାଇନ୍ ଲଞ୍ଚ କରାଯାଇଛି, ସେ ଫ୍ରଣ୍ଟ ବାଲା ଭାଗ ଛାଡି କରି ପୁରା କମଳା ରଙ୍ଗର ରଙ୍ଗେଇଦିଆଯାଈଛି ।

 

ଭାରତୀୟ ଟିମ୍ ଙ୍କ ଏହି ଜର୍ସିର ରଙ୍ଗ ଏପରି ହେବାରୁ ଏବେ ରାଜନୈତିକ ମହଲରେ ଏବେ ବିବାଦ ଦେଖିବାକୁ ମିଳିଛି , ବହୁତ ପାର୍ଟି ବିସିସିଆଇ କୁ ନିଜର ଟାର୍ଗେଟ୍ କରିଛନ୍ତି , ସପା ଓ କଂଗ୍ରେସ ଆରୋପ ଲଗାଇଛନ୍ତି କି ବିସିସିଆଇ କେନ୍ଦ୍ର ସରକାରକୁ ଖୁସ୍ କରିବାକୁ ଯାଇ ଏମିତି ସବୁ କରିଛି, ବିସିସିଆଇ ଭାରତୀୟ ଜନତା ପାର୍ଟିର ସମର୍ଥନକୁ ଖାରିଜ୍ କରିଛି, ଆଇସିସି କହିଛି କି ଆମେ ବିସିସିଆଇ କୁ ନେଇକରି କଲର୍ କମ୍ପିନେଶନ୍ କରିଛୁ ।

 

ଆଇସିସିରେ ଏହି ନିୟମ ଅଛି କି ଆଇସିସି ଏହି ଟୁର୍ଣ୍ଣାମେଣ୍ଟରେ ଗୋଟେ ମ୍ୟାଚରେ ଦୁଇଟି ଟିମ୍ ଗୋଟେ ଟିମ୍ ର ଖେଳାଳୀ ଗୋଟିଏ ରଙ୍ଗର ଜର୍ସି ପିନ୍ଧିପାରିବେ ନାହିଁ , ଏଥିପାଈଁ କେଉଁ ଗୋଟେ ଟିମ୍ ନିଜ ଜର୍ସିର ରଙ୍ଗ ବଦଳାଇବାକୁ ହେବ , ଇଂଲଣ୍ତ ଟିମ୍ ଏହି ଜର୍ସି ବଦଳାଇବ ନାହିଁ କାରଣ ସେ ଏହି ୱାର୍ଲଡ କପ୍ ଆୟୋଜନ କରୁଛି , ଏଥିପାଇଁ ଇଂଲଣ୍ତ ତାର ନିଜର୍ ଜର୍ସିକୁ ଅପରାବର୍ତ୍ତିତ ରଖିବ ।

ବିଶ୍ୱକପ୍ ରେ ଭାରତୀୟ ଟୀମ୍ ଛଅଟି ମ୍ୟାଚରୁ ପାଞ୍ଚଟି ମ୍ୟାଚରେ ଜିତ୍ ଦର୍ଜ କରିଛି , ଗୋଟେ ମ୍ୟାଚ୍ ବର୍ଷା ସକାଶେ ଟାଇ ହୋଇଯାଇଥିଲା,  ମାନେ ରଦ୍ଧ କରିଦିଆଯାଇଥିଲା । ୧୧ ଅଙ୍କର ସହ ଭାରତୀୟ ଟିମ୍ ଅଙ୍କତାଲିକାରେ ଦ୍ୱିତୀୟ ନମ୍ବରରେ ଅଛି ।

Leave a Reply

Your email address will not be published. Required fields are marked *