October 22, 2024

Odia Express

Leading Odia News Portal of Odisha

ବ୍ରଏଲର ଚିକେନ ଖାଇବାର କ୍ଷତି – ବ୍ରଏଲର ଯଦି ଖାଉଛନ୍ତି ତେବେ ଏହି କଥା ଜାଣିରଖନ୍ତୁ ନଚେତ ହଇରାଣ ହେଇ ପାରନ୍ତି

ସାଙ୍ଗମାନେ କଣ ଆପଣ ଜାଣିଛନ୍ତି କି ଯେତେବେଳେ ଆପଣ ଗୋଟିଏ ବ୍ରଏଲର ଚିକେନ ଖାଉଛନ୍ତି ତ ଆପଣଙ୍କ ଶରୀର ଭିତରକୁ ଏକ ପୁରା ଆଣ୍ଟିବାୟୋଟିକ ଡୋଜ ଯାଉଛି।ଏକ ରିସର୍ଚ୍ଚ ଅନୁସାରେ ଦିଲ୍ଲୀରେ ଯେତେ ବ୍ରଏଲର ଚିକେନ ଥିଲେ ସେମାନଙ୍କ ଭିତରେ ୪୦ ପ୍ରତିଶତ ଆଣ୍ଟିବାୟୋଟିକ ମିଳିଥିଲା।ଏହି ଆଣ୍ଟିବାୟୋଟିକ ଡୋଜ କୁକୁଡ଼ା ମାନଙ୍କୁ ଜଲଦି ବଡ, ରୋଗମୁକ୍ତ ହେବାପାଇଁ ଦିଆ ଯାଇଥାଏ।ଏହି ସବୁ ଔଷଧ ମାନଙ୍କର ନାମ ହେଉଛି ଅକ୍ସିଟେଟ୍ରାସାଇକ୍ଲିନ, କ୍ଲୋରୋଟେଟ୍ରାସାଇକ୍ଲିନ, ସାଇକ୍ଲିନ,ଏନରୋ ଫୋକ୍ସାସିନ, ନିଓମାଇଶିନ ଇତ୍ୟାଦି।ଏହି ଔଷଧ ମାନଙ୍କର ଅବଶେଷ ସେହି କୁକୁଡ଼ା ମାନଙ୍କ ଠାରେ ମିଳିଥିଲା।

ଏପରି ବ୍ରଏଲର ଚିକେନ ମାନଙ୍କ ଠାରେ ବହୁତ ପ୍ରକାର ରୋଗ ଦେଖିବାକୁ ମିଳିଥାଏ।ଆମେ ମାନେ ଏହି ଚିକେନ ଖାଇବା ଦ୍ବାରା ଆମେ ମଧ୍ୟ ରୋଗରେ ପଡ଼ିବାର ସମ୍ଭାବନା ରହିଥାଏ। ତା ଛଡା ଆମ ଏମାନେ ଯେଉଁଠାରେ ରହିଥାନ୍ତି ସେଠାରେ ସଫା ସୁତୁରାର ଜମା ବି ଧ୍ୟାନ ରଖା ଯାଇନଥାଏ।ଏହା ମଣିଷ ଶରୀରରେ ବହୁତ ମାରାତ୍ମକ ରୋଗ ସୃଷ୍ଟି କରିପାରେ।ଏମାନଙ୍କୁ ଯେଉଁ ଔଷଧ ଦିଆ ଯାଇଥାଏ ତାହା ମଣିଷ ଶରୀର ପାଇଁ କ୍ଷତିକାରକ ହୋଇଥାଏ।ଅର୍ଥାତ୍ ଏହାର ସେବନ ଦ୍ଵାରା ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ।

ଏହି ଔଷଧ ଗୁଡ଼ିକ ଆମ ଶରୀର ଭିତରକୁ ଯାଇ ଆମକୁ କମଜୋର କରିଥାଏ।ଯେବେ ଆମେ ରୋଗରେ ପଡିଥାଏ ତ ଯେଉଁ ଔଷଧ ଖାଇଥାଏ ସେମାନଙ୍କର ପ୍ରଭାବ ଆମ ଶରୀର ଉପରେ କମ ହୋଇଯାଏ।ଏହି ଔଷଧ ଦ୍ଵାରା କୁକୁଡ଼ା ମାନେ ବଡ ଓ ରୋଗ ମୁକ୍ତ ସିନା ହୋଇଥାଆନ୍ତି କିନ୍ତୁ ଏହାର ପ୍ରଭାବ ମାନବ ଶରୀର ଉପରେ ଏହାର ଓଲଟା ହିଁ ପଡିଥାଏ।ଆମ ଶରୀର ଭିତରକୁ ଏମାନେ ଯିବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ।ସାଙ୍ଗମାନେ ଆପଣ ମାନେ ଏହି ବ୍ରଏଲର ଚିକେନ ଖାଇବା ଅପେକ୍ଷା ଦେଶୀ ଚିକେନ ବା ଘରେ ପାଳିତ ଚିକେନ ଖାଇବା ଦ୍ବାରା ତାହା ଆପଣଙ୍କୁ ଫାଇଦା ଦେବ।

ବାସ୍ତବରେ ଏପରି କୁକୁଡ଼ା ମାନେ ପ୍ରାକୃତିକ ଭାବରେ ବଡ ହୋଇଥାନ୍ତି।ଏମାନେ ବ୍ରଏଲର ଚିକେନ ଠାରୁ ପୋଷକ ଗୁଣରେ ମଧ୍ୟ ବହୁତ ଭଲ ହୋଇଥାନ୍ତି।ଏହା ବ୍ୟତୀତ ଆପଣ ମାନେ ଦେଖିଥିବେ ଯେ ବଜାରରେ ମିଳୁଥିବା ବ୍ରଏଲର ଚିକେନ ମାନେ ଏକ ସାଥିରେ ବହୁତ ଗୋଟିଏ ସ୍ଥାନରେ ରହିଥାନ୍ତି।ଏହାଦ୍ବାରା ସେମାନଙ୍କର ବେମାର ହେବାର ସମ୍ଭାବନା ବହୁତ ବଢିଯାଇଥାଏ।ଯଦି ଆପଣ ଏହି ଭଳି ବ୍ରଏଲର ଚିକେନ ମାନଙ୍କୁ ଖାଉଛନ୍ତି ତ ଆପଣ ଯେକୌଣସି ପ୍ରକାର ରୋଗର ସମ୍ମୁଖୀନ ହୋଇପାରନ୍ତି।ଏମାନେ ସେତେ ପୁଷ୍ଟିକର ମଧ୍ୟ ହୋଇ ନଥାନ୍ତି।ଏମାନଙ୍କୁ କେବଳ ବ୍ୟାପାର ଉଦ୍ଧେଶ୍ୟରେ ପାଳନ କରାଯାଇଥାଏ ତେଣୁ ଏମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଏତେ ଯତ୍ନ ଦିଆ ଯାଇନଥାଏ।

Leave a Reply

Your email address will not be published. Required fields are marked *