October 22, 2024

Odia Express

Leading Odia News Portal of Odisha

କଣ ପକେଟ୍ ରେ ପିଆଜ ରଖିଲେ ହୋଇନଥାଏ ଗୁଳୁଗୁଳି , ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ – କଣ ପିଆଜ ର ଲାଭ ଗୁଡିକ ଜାଣିରଖନ୍ତୁ

ମାର୍ଚ୍ଚ  ଓ ଅପ୍ରେଲ୍ ମାସରେ ଗରମ ଯେପରି ଆମେ ସହ୍ୟ କରି ନେଉଛେ, କିନ୍ତୁ ମେ ମାସ ଓ ଜୁନ୍ ମାସରେ ଗରମ ପବନ ସହ୍ୟ କରିବାକୁ ବହୁତ ଅସୁବିଧା ହୋଇଯାଏ , ଏହି ସମୟରେ ଚାଲୁଥିବା ଗରମ ପବନ ଗୁଳୁଗୁଳୀ ହେବା ର ରୁପ ଧାରଣ କରିଦିଏ । ଯାହା ଆମ ପାଇଁ ବିପଦଜନକ ପ୍ରମାଣିତ ହୋଇଥାଏ, ଏହି ଲୁ କାରାଣରୁ ବହୁତ ଲୋକଙ୍କର ଜୀବନ ଚାଲିଯିବାର ଖବର ବି ମିଳିଛି, ଲୁ ସବୁ ବୟସର ବ୍ୟକ୍ତିଙ୍କ ପାଇଁ ବିପଦଜନ୍ନକ ହୋଇଥାଏ, ଲୁ ଲାଗିଲେ ପାଦର ତଳ ଅଂଶରେ ଜଳାପୋଡା, ବେହୋସ୍ ହେବା, ଓ ଆଖିରେ ପୋଡାଜଳା ପରି ହେବାକୁ ଲାଗେ, ଏମିତି ସ୍ଥିତିରେ ଲୁ ରୁ ବଞ୍ଚିବାପାଇଁ ଆମେ ନିଶ୍ଚିତ କିଛି ଉପାୟ କରିବାର ଅଛି । ଲୁ ରୁ ରକ୍ଷା ପାଇବା ପାଇଁ ଏକ୍ସପର୍ଟ ବହୁତ ପରିବା ଓ ଫଳ ଖାଇବାକୁ ଉପଦେଶ ଦିଅନ୍ତି, ତାହା ସହ ଗରମ ପବନରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ନ ଯିବାର ବି ପରାମର୍ଶ ମିଳିଥାଏ, ଏହି ତରିକାରେ ଆପଣ ଲୁ ର ବିପଦକୁ ଏଡାଇପାରିବେ , କିନ୍ତୁ ଏହି ସବୁ ସୁରକ୍ଷା ମଧ୍ୟରେ ଆଉ ଏକ ପରାମର୍ଶ ଅଛି କି ଆପଣ ଲୋକଙ୍କ ମୁହଁରୁ ଶୁଣିଥିବେ କି ଲୁ ହେଲେ ପକେଟ୍ ରେ ପିଆଜ ରଖିକରି ବାହାରକୁ ଗଲେ ଏଥିରେ ଲୁ ଲାଗେ ନାହିଁ, ବହୁତ ଲୋକ ଏହି ଘରୋଇ ଉପାୟକୁ ଆପଣାଇଛନ୍ତି, କଣ ଆପଣ ଏହି କଥାରେ ବିଶ୍ୱାସ କରନ୍ତି ? ଆସନ୍ତୁ ଜାଣିବା ଏହି ବିଷୟରେ ।

ଏହି ବିଷୟରେ ଡାଇଟିସିଆନ୍ କାମିନୀ ଙ୍କ ସହ କଥାବାର୍ତ୍ତା କରାଯାଇଥିଲା ସେ କହିଲେ କି ଗରମ ଦିନରେ ଲୁ ରୁ ରକ୍ଷା ପାଇବା ପାଇଁ ପକେଟରେ ପିଆଜ ରଖିଲେ କିଛି ବି ଫାଇଦା ହୋଇନଥାଏ, ଆପଣ ଯଦି କଞ୍ଚାପିଆଜରସେବନ କରନ୍ତି ତେବେ ଲୁ ରୁ ବହୁ ପରିମାଣରୁ ରକ୍ଷାପାଇପାରିବେ ,ଖାସକରି ଲାଲ ରଙ୍ଗର ପିଆଜ ସେବନ କଲେ ଗରମ ଦିନରେ ଶରୀର୍ ଥଣ୍ତା ରହିଥାଏ, ଲାଲ୍ ରଙ୍ଗର୍ ପିଆଜରେ କ୍ୱେରସଟିନ୍ ନାମକ ତତ୍ତ୍ୱ ହୋଇଥାଏ, ଯେଉଁଥିରେ ଆଣ୍ଟି-ହିଷ୍ଟାମାଇନ୍ ପ୍ରଭାବ ମିଳିଥାଏ, ପିଆଜରେ ମହଜୁଦ୍ ଏହି ତତ୍ତ୍ୱ ଗରମ ହେଉଥିବା ସମସ୍ୟା ଯେପରି ସ୍କିନ୍ ରାସେସ୍, ପୋକ କାମୁଡିଲେ ହେଉଥିବା କୁଣ୍ତିଆରୁ ଆରମ ମିଳିଥାଏ, ଏହା ଛଡା ପିଆଜରେ ମହଜୁଦ୍ ବଲଟାଇଲ୍ ତେଲ ଆମ ଶରୀରକୁ ଥଣ୍ତା ରଖେ, ଗରମ ଦିନରେ କଞ୍ଚା ପିଆଜ ସେବନ କରିଲେ ଆପଣ ଇଲେକ୍ଟ୍ରୋଲାଇଟ୍ ର କମି କୁ ପୁରା କରିପାରିବେ ।

ଗରମ ଦାଉରୁ ରକ୍ଷା ପାଇବାପାଇଁ ଆପଣ ପିଆଜକୁ ସାଲାଡରୁପରେ ଖାଇପାରିବେ ,କଞ୍ଚା ପିଆଜ ଖାଇଲେ ଲୁ ରୁ ରକ୍ଷା ମିଳିପାରିବ ,ଏହା ଆମର ଶରୀରକୁ ଗରମ ଶୁଖାଇଦେଇଥାଏ, ଲୁ ଲାଗିଲେ ଲାଲ୍ ପିଆଜର ରସକୁ ବାହାରକରି ମୁଣ୍ତ,ଛାତି, ଓ କାନରପଛରେ ଲଗାନ୍ତୁ, ଏମିତି କରିଲେ ହିଟ୍ ଷ୍ଟ୍ରୋକ୍, ଓ ସନ୍ ଷ୍ଟ୍ରୋକ୍ ବିପଦରୁ ରକ୍ଷା ମିଳିପାରିବ ,ପିଆଜର ଭୁଜିଆ ବନାଇକରି ଆପଣ ଏହାର ସେବନ କରିପାରିବେ ,ପିଆଜର ଭୁଜିଆ ବନାଇବାକୁ ହେଲେ ଲାଲ୍ ପିଆଜକୁ ପତଳା ପତଳା କାଟନ୍ତୁ, ଏହାକୁ ଏକ ପ୍ୟାନରେ ପକାଇକରି ଭାଜନ୍ତୁ, ଓ ଟିକିଏ ଜିରା ପାଉଡର୍ ପକାନ୍ତୁ, ଏହି ମିଶ୍ରଣକୁ ସେବନ କରିଲେ ହିଟ୍ ଷ୍ଟ୍ରୋକ୍ ରୁ ରକ୍ଷାପାଇପାରିବେ ।

ହିଟ୍ ଷ୍ଟ୍ରୋକ୍ ଲାଗିଲେ କାଣ ଖାଇବେ- ଲୁ ଲାଗିଲେ ଶରୀରକୁ ଥଣ୍ତା ରଖୁଥିବା ଆହାର ଖାଆନ୍ତୁ, ଯେପରି ତରଭୁଜ, ତୌରାଇ, ଲାଉ ଇତ୍ୟାଦି , ଅଧିକାରୁ ଅଧିକା ପାଣି ପିଅନ୍ତୁ, ନଡିଆ ପାଣି ପିଅନ୍ତୁ, ଗ୍ଲୁକୋଜର ସେବନ କରିବେ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆପଣ କେଉଁ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କ ଶରୀରର କ୍ଷତି ହେବ , ଗଂମ୍ଭୀର ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ୍ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *