October 22, 2024

Odia Express

Leading Odia News Portal of Odisha

ଭାରତର ଏହି ଜାଗାରେ ଲାଗିଛି ପ୍ରବେଶ ଉପରେ ପ୍ରତିବନ୍ଧକ , ନେବାକୁ ପଡିବ ବିଶେଷ ଅନୁମତି – କାରଣ କଣ ଜାଣିରଖନ୍ତୁ

ଦେଶର ଅଲଗା ଅଲଗା ଭାଗରେ ବହୁତ ଏମିତି ଜାଗା ଅଛି ,ଯେଉଁଠି ଲୋକ ଯିବା ଉପରେ ପ୍ରତିବନ୍ଧକ ଲାଗିଛି ଆପଣଙ୍କୁ ସେମିତି ଜାଣିକି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ୍ୟ ଅଟେ, ସ୍ଥାନୀୟ ଲୋକଙ୍କୁ ଛାଡିଦେଲେ ଏହି ଜାଗାରେ ଯିବାରେ ଏମାନଙ୍କୁ ଇନର ଲାଇନ୍ ର ପରମିଟ୍ ଦରକାର ହୋଇଥାଏ,  ଏହି ଆଇନ୍ ଦେଶ ଦୁନିଆଁର ଅଲଗା ଅଲଗା ଭାଗରେ ଆସିଥିବା ଟୁରିଷ୍ଟଙ୍କ ପାଇଁ ମାନ୍ୟ ଅଟେ । କୁହାଯାଏ କି ଏହି ଜାଗା ଅନ୍ୟ ଦେଶର ସୀମାର ପାଖରେ ଅଛି ଏମିତିରେ ସୁରକ୍ଷା କାରଣରୁ ବିନା ଅନୁମତିରେ ପ୍ରବେଶ ନିଷେଧ ଅଛି, ଅନୁମତି ନେଇକରି ଯିବା ବାଲା ଲୋକ ଏକ ତୟ ସମୟ ସୀମା ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ବୁଲିପାରିବେ , ଏହାପରେ ଟୁରିଷ୍ଟ ସେହି ଜାଗାକୁ ଦେଖିକରି ଫେରିଯିବାକୁ ପଡେ , ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଜାଗାର ବିଷୟରେ କହିବାକୁ ଯାଉଛୁ ।

ଇନର ଲାଇନ୍ ପରମିଟ୍ ଭାରତର ଆଧିକାରିକ ଯାତ୍ରା ଦସ୍ତାବିଜ୍ ଅଟେ, ଯାହା ଦେଶ ଓ ବିଦେଶରୁ ଟୁରିଷ୍ଟଙ୍କ ପାଇଁ ପ୍ରୋଟେକ୍ଟେଡ୍ ଏରିଆ ରେ ଯିବାପାଇଁ ଅନୁମତି ଦେଇଥାଏ, ଏହି ପରମିଟ୍ ତୟ ସୀମା କିଛି ଲୋକଙ୍କ ପାଇଁ ମାନ୍ୟ ହୋଇଥାଏ, ମୁଖ୍ୟତଃ ଏହି ପରମିଟ୍ ଭାରତରେ ଏହି ସମୟରେ କେବଳ ତିନୋଟି ରାଜ୍ୟ ଯେପରି –ମିଜୋରାମ୍, ନାଗାଲାଣ୍ତ, ଓ ଅରୁଣାଚଳ ପ୍ରଦେଶରେ ପୁର୍ଣ୍ଣ ରୁପରେ ଲାଗୁ ହୋଇଛି, ଏହି ରାଜ୍ୟର ଛଡା ଅନ୍ୟ ଦେଶର ବର୍ଡର ଲାଇନ୍ ଉପରେ ଏହି ପରମିଟ୍ ଆବଶ୍ୟକତା ହୋଇଥାଏ ।

ପାହାଡର ଏକ ଉଚ୍ଚ ଜାଗାରେ ଥିବା କୋହିମା ଭାରତର ଉତ୍ତର ପୁର୍ବ ରାଜ୍ୟ ନାଗାଲାଣ୍ତର ରାଜଧାନୀ ଅଟେ, ଯାହା ଅଂଗାମୀ ନାଗା ଜନଜାତି ର ଭୁମି ଅଟେ, ଏହା ଏସିଆର୍ ସୁଇଜରଲ୍ୟାଣ୍ତ ବି କୁହାଯାଏ , ଏଠାକୁ ଯିବାପାଇଁ ପରମିଟ୍ ଲାଇନ୍ ଆବଶ୍ୟକତା ହୋଇଥାଏ ।

Leave a Reply

Your email address will not be published. Required fields are marked *