October 17, 2024

Odia Express

Leading Odia News Portal of Odisha

ଏ ହେଉଛି ଭାରତର ସବୁଠୁ ବ୍ୟସ୍ତବହୁଳ ରେଳ ଷ୍ଟେସନ। ନମ୍ବର ୧ ରୁ ପ୍ରାୟ ଦଶ ଲକ୍ଷ ଲୋକ ଯାତାୟାତ କରିଥାନ୍ତି..

ସାଙ୍ଗମାନେ ଆପଣ କେବେ ନା କେବେ ଟ୍ରେନରେ ଯାଇଥିବେ।ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତିଦିନ ନିଜ କାମ ବା ପଢ଼ିବା ପାଇଁ ଟ୍ରେନରେ ଯାଉଥିବେ।ଏକ ଆକଳନ ଅନୁସାରେ ଭାରତରେ ପ୍ରତିଦିନ ଅଢେଇ କୋଟି ଲୋକ ଟ୍ରେନରେ ଯିବାଆସିବା କରନ୍ତି।ଏହା ଅର୍ଥ ଆମ ଦେଶରେ ପ୍ରତିଦିନ ଅଷ୍ଟ୍ରେଲିଆର ଲୋକ ସଂଖ୍ୟା ଯେତିକି ସେତିକି ଟ୍ରେନରେ ଯିବାଆସିବା କରନ୍ତି।ଆମ ଦେଶରେ ବହୁତ ଷ୍ଟେସନ ଅଛି ଯାହା ପୁରା ବ୍ୟସ୍ତବହୁଳ ଅଟେ।ଆଜି ମୁଁ ଆପଣ ମାନଙ୍କୁ ୧୦ଟି ସବୁଠୁ ବ୍ୟସ୍ତବହୁଳ ଷ୍ଟେସନ ବିଷୟରେ କହିବି।

୧୦- ଭଦୋଦରା:- ଏହା ଗୁଜରାଟର ଏକ ପ୍ରମୁଖ ରେଳ ଷ୍ଟେସନ ଅଟେ।ଏଠାରୁ ପ୍ରତିଦିନ ୨୫୦ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାଏ।ଏଠାରେ ପ୍ରତିଦିନ ୨୫୦୦୦୦ ଲୋକ ଯିବାଆସିବା କରିଥାନ୍ତି।

Indian Railways’s new train Tejas to be flagged off from Mumbai for Goa tomorrow, arrived in platform number 18 of CST on Sunday morning.
Express photo by Nirmal Harindran, 21st May 2017, Mumbai.

୯- ଭୁବନେଶ୍ୱର :- ଏହା ଭାରତର ଏକ ସୁନ୍ଦର ଷ୍ଟେସନ ଅଟେ।ଏଠାରୁ ପ୍ରତିଦିନ ୩୦୦ ଟ୍ରେନ ଯାତାୟତ କରିଥାଏ।ଏହି ଷ୍ଟେସନରେ ପ୍ରାୟ ୩୦୦୦୦୦ ଲୋକ ଯିବାଆସିବା କରିଥାନ୍ତି।

୮- ପ୍ରୟାଗରାଜ:- ଏହା ଭାରତର ଏକ ବ୍ୟସ୍ତବହୁଳ ଷ୍ଟେସନ ଅଟେ।ଏଠାରୁ ପ୍ରତିଦିନ ୧୮୭ ଟ୍ରେନ ଯାତାୟତ କରିଥାଏ।ଏଠାରୁ ପ୍ରତିଦିନ ୩୦୦୦୦୦ ରୁ ଅଧିକ ଲୋକ ଯିବାଆସିବା କରିଥାନ୍ତି।

୭- ଛତ୍ରପତି:- ଏହା ମୁମ୍ବାଇର ଏକ ପ୍ରମୁଖ ଷ୍ଟେସନ।ଏଠାରୁ ପ୍ରାୟ ୨୫୦ ରୁ ଅଧିକ ଟ୍ରେନ ଯାତାୟାତ କରିଥାଏ।ଏଠାରୁ ପ୍ରତିଦିନ ୩୦୦୦୦୦ ରୁ ଅଧିକ ଲୋକ ନିଜ ଯାତ୍ରା ଆରମ୍ଭ କରିଥାନ୍ତି।

୬- ପାଟନା:- ଏହା ଭାରତର ଏକ ପୁରୁଣା ରେଳ ଷ୍ଟେସନ ଅଟେ।ଏହିଠାରୁ ପ୍ରାୟ ୨୦୦ ରୁ ଅଧିକ ଟ୍ରେନ ଯାତାୟାତ କରିଥାଏ।ପ୍ରାୟ ୩୦୦୦୦୦ ରୁ ଅଧିକ ଲୋକ ଯିବାଆସିବା କରିଥାନ୍ତି।

୫- କାନପୁର:- ଏହା ଭାରତର ଏକ ପ୍ରମୁଖ ବ୍ୟସ୍ତବହୁଳ ଷ୍ଟେସନ ଅଟେ।ଏଠାରୁ ପ୍ରାୟ ୨୩୦ ରୁ ଅଧିକ ଟ୍ରେନ ଓ ତିନି ଲକ୍ଷରୁ ଅଧିକ ଯାତ୍ରୀ ଯିବାଆସିବା କରିଥାନ୍ତି।

Passengers going to board Shatabdi Express at Chandigarh railway station for New Delhi on Thursday, September 08 2016. Express photo by Jaipal Singh

୪- କଲ୍ୟାଣ ଜନକ୍ସନ:- ଏହା ମୁମ୍ବାଇରେ ଅବସ୍ଥିତ।ଏଠାରୁ ପ୍ରତିଦିନ ୧୮୦ ଟ୍ରେନ ଓ ୩୫୦୦୦୦ ଲୋକ ଯିବାଆସିବା କରନ୍ତି।

୩- ବିଜୟୱାଡା ଜନକ୍ସନ:- ଏହା ଆନ୍ଧ୍ରପ୍ରଦେଶରେ ଅବସ୍ଥିତ।ଏହା ଏକ ବ୍ୟସ୍ତବହୁଳ ଷ୍ଟେସନ ଅଟେ।ପ୍ରାୟ ୫୦୦୦୦୦ ଲୋକ ଏଠାରୁ ଯିବାଆସିବା କରନ୍ତି।

୨- ନୂଆଦିଲ୍ଲୀ:- ଏଠାରୁ ପ୍ରାୟ ୪୦୦ ରୁ ଅଧିକ ଟ୍ରେନ ଯିବାଆସିବା କରନ୍ତି।ପ୍ରାୟ ପ୍ରତିଦିନ ୫୦୦୦୦୦ ରୁ ଉର୍ଦ୍ଧ ଲୋକ ଯିବାଆସିବା କରନ୍ତି।ଏହା ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଷ୍ଟେସନ ଅଟେ।

୧- ହାଓଡ଼ା:- ଏଠାରୁ ପ୍ରାୟ ୬୦୦ ରୁ ଅଧିକ ଟ୍ରେନ ଯିବାଆସିବା କରେ।ପ୍ରାୟ ଦଶ ଲକ୍ଷ ଲୋକ ଏଠାରୁ ଯିବାଆସିବା କରିଥାନ୍ତି।ଏହା ଭାରତର ସବୁଠୁ ବଡ ଓ ବ୍ୟସ୍ତବହୁଳ ଯଙ୍କସନ ଅଟେ।

Leave a Reply

Your email address will not be published. Required fields are marked *