December 23, 2024

Odia Express

Leading Odia News Portal of Odisha

ରାଶି ଅନୁସାରେ ଜାଣନ୍ତୁ କେଉଁ ବୟସରେ ବିବାହ କଲେ ଆପଣଙ୍କର ଲାଭ ହେବ – ଏବେ ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ..

ସାଙ୍ଗ ମାନେ ଜାଣନ୍ତୁ ରାଶି ଅନୁସାରେ କେଉଁ ବୟସରେ ବିବାହ କରିବା ଆପଣଙ୍କୁ ଲାଭ ପହଞ୍ଚାଇବ।ଘର,ପରିବାର,ସମାଜ ଦ୍ଵାରା ବିବାହର ବୟସ ନିର୍ଧାରଣ କରା ଯାଇଥାଏ।ବହୁତ ପରିବାରରେ ୨୦ ରୁ ୨୫ ବର୍ଷ ମଧ୍ୟରେ ପିଲାମାନଙ୍କ ବିବାହ କରିଦିଆଯାଇଥାଏ।ଏସବୁ ମଧ୍ୟରେ ଏବେକାର ଯୁବପିଢି ମାନଙ୍କର ଅଲଗା ଦୃଷ୍ଟିକୋଣ ରହିଛି।ନିଜ ଜୀବନସାଥି ବାଛିବା ପାଇଁ ସେମାନଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି।ଏହା ବାଦ ବି ଆପଣ ବିବାହ ଓ ଜ୍ୟୋତିଷ ଭିତରେ ଥିବା ସମ୍ପର୍କକୁ ଆପଣ ଅଣଦେଖା କରିପାରିବେ ନାହିଁ।ଆଜି ମୁ ଆପଣ ମାନଙ୍କୁ କହିବି ଯେ ରାଶି ଅନୁସାରେ ଆପଣ କେଉଁ ବୟସରେ ବିବାହ କଲେ ଆପଣଙ୍କୁ ଶୁଭ ଫଳ ମିଳିବ।

ମେଷ ରାଶିର ବ୍ୟକ୍ତି ମାନଙ୍କ ଠାରେ ଧୈର୍ଯ୍ୟର ବହୁତ ଅଭାବ ଦେଖା ଦେଇଥାଏ।ସେମାନେ ସବୁ କାମ ଜଲଦି କରିବାକୁ ଚାହିଁଥାନ୍ତି।ବିବାହ କରିବା ପାଇଁ ଏମାନେ ବହୁତ ଆଗଭର ହୋଇଥାନ୍ତି।୨୬ ବର୍ଷ ପୂର୍ବରୁ ଏମାନଙ୍କୁ ବିବାହ କରିବା ଉଚିତ ନୁହେଁ।

ବୃଷ ରାଶିର ବ୍ୟକ୍ତି ମାନେ ନିଜ ଜୀବନସାଥି କୁ ଖୋଜିବା ପାଇଁ ଅଧିକ ସମୟ ନେଇଥାନ୍ତି।ସେମାନେ ଏମିତି ଏକ ସାଥୀ ଖୋଜିଥନ୍ତି ଯିଏ ତାଙ୍କ ଭାବନାକୁ ବୁଝିପାରିବ।ଆପଣଙ୍କ ପାଇଁ ବିବାହ କରିବାର ଉଚିତ ସମୟ ହେଉଛି ୩୦ ବର୍ଷ।

ମିଥୁନ ରାଶିର ବ୍ୟକ୍ତି ମାନେ ନିଜ ନିଷ୍ପତି ନିଜେ ନେଇଥାନ୍ତି।ଆପଣକୁ ୩୦ ବର୍ଷ ପରେ ବିବାହ କରିବାର ଚିନ୍ତାଧାରା ଆଣିବାକୁ ପଡ଼ିବ।

କର୍କଟ ରାଶିର ବ୍ୟକ୍ତି ମାନେ ପ୍ରାୟ ୨୦ ବର୍ଷ ଆଡ଼କୁ କୌଣସି ଖରାପ ରାସ୍ତା ବାଛି ଦେଇଥାନ୍ତି।ଏମାନେ ପ୍ରାୟ କମ ବୟସରେ ଭଲ ପାଇ ଯାଆନ୍ତି।କିନ୍ତୁ ଆପଣଙ୍କୁ ସଠିକ ଜୀବନସାଥି ୩୦ ବର୍ଷ ପରେ ବିବାହ କଲେ ଯାଇ ମିଳିବ।

ସିଂହ ରାଶିର ବ୍ୟକ୍ତି ମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି।ଏମାନଙ୍କ ପ୍ରେମ ସମ୍ବନ୍ଧ ବହୁତ ଲମ୍ବା ଚାଲିଥାଏ।ଯଦି ଏମାନେ ୪୦ ବର୍ଷ ଆଡ଼କୁ ବିବାହ କରନ୍ତି ତଥାପି ଏମାନଙ୍କ ଜୀବନରେ କୌଣସି ଅସୁବିଧା ହେବ ନାହିଁ।

କନ୍ୟା ରାଶିର ବ୍ୟକ୍ତି ମାନେ ଭଲ ଭାବେ ଜାଣିଛନ୍ତି ଯେ ସେମାନଙ୍କୁ ଜୀବନରେ କଣ ଦରକାର।ଏମାନଙ୍କୁ ଏମାନଙ୍କ ଜୀବନସାଥି ଡେରିରେ ମିଳିଲେ ବି ଏମାନଙ୍କର କିଛି ଅସୁବିଧା ହୋଇନଥାଏ।ଆପଣଙ୍କ ପାଇଁ ସଠିକ ବୟସ ୨୫ ରୁ ୨୬।

ତୁଳା ରାଶିର ବ୍ୟକ୍ତି ମାନେ ଧୈର୍ଯ୍ୟବାନ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି।ଏମାନେ ୨୦ ରୁ ୩୦ ବର୍ଷ ମଧ୍ୟରେ ବିବାହ କଲେ କିଛି ଅସୁବିଧା ହୋଇନଥାଏ।

ବିଛା ରାଶିର ବ୍ୟକ୍ତି ମାନେ ନିଜ ସାଥୀ ଉପରେ ମାଲିକାନା ଜାହିର କରିଥାନ୍ତି।ସେମାନେ ସବୁ ଜିନିଷ ଜଲଦି କରିବାକୁ ଚାହିଁଥାନ୍ତି।ଏମାନଙ୍କୁ ୩୦ ବର୍ଷ ପରେ ବିବାହ କରିବା ଉଚିତ।

ଧନୁ ରାଶିର ବ୍ୟକ୍ତି ମାନେ ଜୀବନର ଗତିବିଧି ବୁଝିବା ପାଇଁ ସମୟ ନିଅନ୍ତି।ସେମାନେ ପ୍ରତି ଜିନିଷକୁ ଭଲ ଭାବେ ପରଖି ଥାଆନ୍ତି।ଯଦି ଆପଣ ୪୦ ବର୍ଷ ପରେ ବିବାହ କରିବେ ତ ଏହା ଆପଣଙ୍କ ପାଇଁ ହିତକର ହେବ।

ଏବେ ଜାଣିବା ମକର ରାଶିର ବ୍ୟକ୍ତି ମାନଙ୍କ ବିଷୟରେ।ଏମାନେ ୨୦,୩୦,୪୦,୫୦ ଯେ କୌଣସି ବୟସରେ ବିବାହ କଲେ ମଧ୍ୟ ଚଳିବ।ଏମାନେ ନିଜ ସମ୍ପର୍କର ଗମ୍ଭୀରତାକୁ ବୁଝିଥାନ୍ତି।

କୁମ୍ଭ ରାଶିର ବ୍ୟକ୍ତି ମାନେ ଏହି ସମ୍ପର୍କରେ ଏତେ ଭାବନା ଦେଖାନ୍ତି ନାହିଁ।ଆପଣକୁ ୪୦ ବର୍ଷ ପରେ ହିଁ ବିବାହ କରିବା ଉଚିତ।ଏହାଦ୍ବାରା ଆପଣଙ୍କର ହିତ ହେବ।

ମୀନ ରାଶିର ବ୍ୟକ୍ତି ମାନେ ନିଜ ପାଇଁ ବହୁତ ଯୋଜନା ବନାଇ ଥାଆନ୍ତି।ଏହାଦ୍ବାରା ଏମାନେ ସଫଳତା ମଧ୍ୟ ପାଇଥାନ୍ତି।ଯଦି ଏମାନେ ୨୬ ବର୍ଷ ବୟସରେ ବିବାହ କରନ୍ତି ତ ଏହା ସେମାନଙ୍କ ପାଇଁ ଫାଇଦମନ୍ଦ ହେବ।

Leave a Reply

Your email address will not be published. Required fields are marked *