December 23, 2024

Odia Express

Leading Odia News Portal of Odisha

ଏଇ ରାଶି ମାନଙ୍କ ଭିତରେ ଭରି ରହିଥାଏ ପ୍ରଚୁର ସକାରାତ୍ମକତା ଶକ୍ତି – ନିଜେ ନିଜ ମନକୁ ବହୁତ ଉଚ୍ଚ କରନ୍ତି ଏମାନେ..

ସାଙ୍ଗ ମାନେ କିଛି ଲୋକ ଜୀବନରେ ମିଳୁଥିବା ଛୋଟ ଛୋଟ ଖୁସି ମାନଙ୍କର ଭରପୁର ଆନନ୍ଦ ନେଇଥାନ୍ତି।ସେମାନେ ଖୋଲା ହୃଦୟରେ ଜୀବନ ବଞ୍ଚିବାର ଆନନ୍ଦ ନେଇଥାନ୍ତି।ସେମାନଙ୍କୁ ଜଣା ନଥାଏ କି ସେମାନଙ୍କ ଉପଲବ୍ଧି ଛୋଟ ନା ବଡ଼ ସେମାନେ କେବଳ ତାଙ୍କ ସଫଳତା ପାଇଁ ବହୁତ୍ ଖୁସି ହୋଇଥାନ୍ତି।ଏମାନେ ସକାରାତ୍ମକ ଚିନ୍ତାଧାରା ସହିତ ଖୁସି ମିଯାଜ୍ ର ଲୋକ ହୋଇଥାନ୍ତି।ଆଜି ମୁ ଆପଣ ମାନଙ୍କୁ କହିବି ଯେ କେଉଁ ରାଶି ମାନେ ନିଜ ଜୀବନରେ ଆସିଥିବା ବାଧା ବିଘ୍ନ ମାନଙ୍କୁ ଅତି ସହଜରେ ସାମ୍ନା କରିଥାନ୍ତି।

ସବୁଠୁ ପ୍ରଥମ ହେଉଛି ବୃଷ ରାଶି।ଏହି ରାଶିର ବ୍ୟକ୍ତି ମାନେ ଛୋଟ ଛୋଟ କଥାରେ ଧ୍ୟାନ ଦେଇଥାନ୍ତି। ତା ସହିତ ଏମାନେ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରରେ ରହିଥାନ୍ତି।ଏମାନେ ବାସ୍ତବିକତାରେ ବିଶ୍ୱାସ ରଖିଥାନ୍ତି।ଏମାନେ ଜାଣିଥାନ୍ତି ଯେ ଜୀବନରେ ବାଧା ବିଘ୍ମ ଆସିବ ତେଣୁ ସେମାନେ ସବୁ ସମସ୍ୟା ପାଇଁ ଆଗରୁ ପ୍ରସ୍ତୁତ ହୋଇ ରହିଥାନ୍ତି।ଛୋଟ ଛୋଟ ସମସ୍ୟା ଏମାନଙ୍କୁ ଆଗକୁ ବଢିବାରୁ ଅଟକାଇ ପାରେନାହିଁ।

ଦ୍ଵିତୀୟ ରାଶି ହେଉଛି ତୁଳା ରାଶି।ଏମାନେ ଜୀବନର ଭରପୁର ମଜା ନେଇଥାନ୍ତି।ଏମାନେ ବୁଝିଥାନ୍ତି ଯେ ଏହି ଖୁସି ଏମାନଙ୍କ ପାଇଁ କେତେ ମହତ୍ୱପୂର୍ଣ୍ଣ।ଏମାନେ ବେଳେବେଳେ ଚିନ୍ତିତ ହୋଇଯାଆନ୍ତି ଯେ କାଳେ ଜିନିଷ ଏମାନଙ୍କ ହାତରୁ ସମ୍ପୂର୍ଣ୍ଣ ରୂପେ ଚାଲିଯିବ।ଏମାନେ କଠିନ ପରିସ୍ଥିତି ରେ ମଧ୍ୟ ନିଜ ବେଷ୍ଟ ଦବାପାଇଁ ଚେଷ୍ଟା କରିଥାନ୍ତି।

ତୃତୀୟ ରାଶି ହେଉଛି ମିଥୁନ ରାଶି।ଏମାନେ ନିଜ ସଫା ହୃଦୟ ଦ୍ଵାରା ଅନ୍ୟ ମାନଙ୍କ ହୃଦୟ ଜିତିଥାନ୍ତି।ଏମାନେ ସବୁ ଜାଗାରେ ବହୁତ୍ ଭଦ୍ର ଓ ନମ୍ର ବ୍ୟବହାର ଦେଖାଇଥାନ୍ତି।ଏହି କଥା ଏମାନଙ୍କୁ ସକାରାତ୍ମକ ଶକ୍ତି ଯୋଗାଇଥାଏ।

ଚତୁର୍ଥ ହେଉଛି ସିଂହ ରାଶି।ଏମାନେ ପରିବାର ସହିତ ଭଲ ଭାବେ ଯୋଡି ହୋଇରହିଥାନ୍ତି।ଏମାନେ ସବୁ ଖୁସିରେ ନିଜ ପରିବାରକୁ ସାମିଲ କରାଇଥାନ୍ତି। ଛୋଟ ଛୋଟ କଥାରେ ହସିବା ଓ ହସାଇବା ଏମାନଙ୍କ ଏକ ଭଲ ଗୁଣ ହୋଇଥାଏ।ଏମାନଙ୍କୁ ନିଜ ଲୋକ ମାନଙ୍କ ଭିତରେ ରହିବା ପାଇଁ ଭଲ ଲାଗିଥାଏ।ଯେବେ ଏମାନେ ଦୁଃଖୀ ହୋଇଥାନ୍ତି ସେତେବେଳେ ଏମାନେ ସକାରାତ୍ମକ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି।

ପଞ୍ଚମ ରାଶି ହେଉଛି କନ୍ୟା ରାଶି।ଏମାନେ ଛୋଟ ମୋଟ କଥାରେ ଧ୍ୟାନ ଦେଇ ନଥାନ୍ତି।ଏମାନେ ଦୁନିଆ ବିଷୟରେ ସବୁବେଳେ ଜାଣିବାକୁ ଚାହିଁଥାନ୍ତି।ଏମାନେ ନୂଆ ଜିନିଷ ଶିଖିବା ଓ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇବା ଜାଣିଥାନ୍ତି।ଏମାନେ ଛୋଟ କଥାରେ ଧ୍ୟାନ କେନ୍ଦ୍ରିତ କରି ବଡ଼ ବଡ ଚେଞ୍ଜ ଆଣିପାରନ୍ତି। ଏମାନଙ୍କ ସକାରାତ୍ମକ ଚିନ୍ତାଧାରା ଏମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିଥାଏ।

ଷଷ୍ଠ ହେଉଛି ମୀନ ରାଶି।ଏମାନେ ନିଜ ଭଲ ସମୟକୁ ସବୁବେଳେ ମନେ ରଖିଥାନ୍ତି ଯାହା ଏମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରିତ କରେ।ଏମାନେ ଯେବେ ଦୁଃଖୀ ହୁଅନ୍ତି ତ ସେତେବେଳ ଛୋଟ ଛୋଟ କଥାରେ ଖୁସି ବାହାର କରି ଦିଅନ୍ତି।

Leave a Reply

Your email address will not be published. Required fields are marked *