December 23, 2024

Odia Express

Leading Odia News Portal of Odisha

ବାଛନ୍ତୁ ନିଜ ରାଶି ଏବଂ ଜାଣନ୍ତୁ ନିଜ ଜୀବନର ଲକ୍ଷ୍ୟ – ଆପଣଙ୍କ ରାଶି ହିସାବରେ ଆପଣ କିପରି ସ୍ୱଭାବ ଅଟେ ଏବେ ଜାଣିରଖନ୍ତୁ..

ସବୁବେଳେ ଆମେ ଭାବିଥାଉ କି ଆମ ଜୀବନର ପ୍ରକୃତ ଲକ୍ଷ କଣ ଅଟେ।କେତେକ ସନ୍ଥ ମହାତ୍ମାଙ୍କ ଅନୁଯାୟୀ ଜୀବନର ଶେଷ ଉଦ୍ଦେଶ୍ୟ ମୋକ୍ଷ ପ୍ରାପ୍ତି କରିବା ହୋଇଥାଏ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶି ଏକ ବିଶିଷ୍ଟ ଜିନିଷ ଚାହିଁଥାଏ।ଆଧ୍ୟାତ୍ମିକ ଜ୍ଞାନ ଅନୁସାରେ ୪ ତତ୍ତ୍ୱ ମଧ୍ୟରୁ ଏକ ଅଟେ ବାୟୁ,ଜଳ,ଅଗ୍ନି ଏବଂ ପୃଥିବୀ ଯାହା ଏହି ସଂସାର ଗଢିବାରେ ସାହାଯ୍ୟ କରିଛନ୍ତି।ଏହି ତତ୍ତ୍ୱମାନଙ୍କର ସବୁ ରାଶି ଉପରେ ଗଭୀର ପ୍ରଭାବ ପଡିଥାଏ।ଏହା ଉପରେ ଆଧାରିତ ଆମେ ଆଜି ଆପଣଙ୍କୁ ଏହା କହିବୁ କି କେଉଁ ରାଶିର କଣ ଉଦ୍ଦେଶ୍ୟ ଅଟେ।

ପ୍ରଥମେ ଆମେ କଥା ହେବା ମେଷ ରାଶି ବିଷୟରେ।ଏହି ରାଶିର ତତ୍ତ୍ୱ ଅଗ୍ନି ହୋଇଥାଏ ଏବଂ ଏମାନେ ସବୁବେଳେ ନିଜକୁ ଆଗକୁ ରଖିବାକୁ ଚେଷ୍ଟା କରିଥାନ୍ତି।ଏମାନଙ୍କୁ ସଫଳତା କୌଣସି ବି ଉପାୟରେ ଦରକାର ଥାଏ।ଏମାନେ ଯେଉଁ ବି କାମକୁ କରିବାକୁ ଭାବିଥାନ୍ତି ସେଥିରେ ବହୁତ କଷ୍ଟ ମଧ୍ୟ କରିଥାନ୍ତି।ଅପେକ୍ଷା କରିବା ଏମାନଙ୍କୁ ଜମାବି ପସନ୍ଦ ନୁହେଁ।

ଦ୍ୱିତୀୟ ହେଉଛି ବୃଷ ରାଶି।ଏହି ରାଶିର ତତ୍ତ୍ୱ ପୃଥିବୀ ହୋଇଥାଏ।ଏହି ରାଶିର ଜାତକ ଜିନିଷ ତିଆରି କରିବାରେ ବିଶ୍ୱାସ ରଖିଥାନ୍ତି।ଏମାନେ ନିଜ ରିସ୍ତାରେ ଶାନ୍ତି ରଖିଥାନ୍ତି ଏବଂ କୌଣସି ଅସୁବିଧା ଚାହାନ୍ତି ନାହିଁ।ଯଦି କୌଣସି କାରଣରୁ ଏମାନଙ୍କ ରିସ୍ତାରେ ସମସ୍ୟା ଆସିଥାଏ ତାହେଲେ ତାହାର ସମାଧାନ ଖୋଜିବାକୁ ଚେଷ୍ଟା କରିଥାନ୍ତି।ଏମାନଙ୍କୁ ତାଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସ୍ଥିରତା ଆବଶ୍ୟକ ହୋଇଥାଏ।

ତୃତୀୟ ରାଶି ହେଉଛି ମିଥୁନ।ଏହି ରାଶିର ତତ୍ତ୍ୱ ବାୟୁ ହୋଇଥାଏ।ଏମାନେ ବେଶି କଥା ହେବା ପସନ୍ଦ କରନ୍ତି ନାହିଁ କିନ୍ତୁ ଏମାନେ ଯେତେ ଭଲ ବକ୍ତା ହୋଇଥାନ୍ତି ସେତେ ଭଲ ଶ୍ରୋତା ମଧ୍ୟ ହୋଇଥାନ୍ତି।ମଜାମସ୍ତି କରିବା ଏମାନଙ୍କୁ ପସନ୍ଦ ହୋଇଥାଏ।ଏମାନଙ୍କୁ ଏକ ଖୁସି ଜୀବନର ଚାହିଦା ରହିଥାଏ।

କର୍କଟ ରାଶିର ତତ୍ତ୍ୱ ଜଳ ହୋଇଥାଏ।ଏହି ରାଶିର ଲୋକ ବହୁତ ଭାବୁକ ହୋଇଥାନ୍ତି।ଅନ୍ୟର ଦୁଃଖ ଏବଂ କଷ୍ଟ ଏମାନେ ବହୁତ ଭଲସେ ବୁଝିଥାନ୍ତି।ଏମାନଙ୍କ ଉଦ୍ଦେଶ୍ୟ ଲୋକଙ୍କ କଷ୍ଟକୁ ବାଣ୍ଟିବା ଏବଂ ତାଙ୍କ ମଧ୍ୟରେ ପ୍ରେମ ଭାବନା ଜାଗୃତ କରିବା ହୋଇଥାଏ।

ସିଂହ ରାଶିର ତତ୍ତ୍ୱ ଅଗ୍ନି ହୋଇଥାଏ।ଏମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିଥାଏ।ଏହାସହିତ ଏମାନଙ୍କ ମଧ୍ୟରେ ନେତୃତ୍ୱର କ୍ଷମତା ରହିଥାଏ।ଏମାନେ ଅନ୍ୟକୁ ସବୁବେଳେ କିଛି ଭଲ କରିବାର ପ୍ରେରଣା ଦେଇଥାନ୍ତି।ଏମାନଙ୍କ ଉଦ୍ଦେଶ୍ୟ ହେଉଛି ସଂସାରକୁ ଏକ ଭୟମୁକ୍ତ ସ୍ଥାନ ବନେଇବା।

କନ୍ୟାରାଶି ଜାତକ ଲୋକମାନେ କଥାକୁ ବଢେଇବାରେ ବିଶ୍ୱାସ ରଖନ୍ତି ନାହିଁ।ଏମାନେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପସନ୍ଦ କରିଥାନ୍ତି।ସେଥିପାଇଁ ଯଦି କେବେ ସମସ୍ୟା ହୋଇଥାଏ ଏମାନେ ତାକୁ ଠିକ କରିବାକୁ ଚେଷ୍ଟା କରିଥାନ୍ତି ଯେମିତି ଶାନ୍ତି ବଜାୟ ରହିବ।ଏଥିପାଇଁ ଏମାନଙ୍କ ଉଦ୍ଦେଶ୍ୟ ସୁଧାର ହୋଇଥାଏ।

ତୁଳା ରାଶିର ବ୍ୟକ୍ତିମାନେ ନିଜ ଜୀବନରେ ସନ୍ତୁଳନ ବଜାୟ ରଖି ଚାଲିବାକୁ ପସନ୍ଦ କରିଥାନ୍ତି।ଏମାନେ ସମୟାନୁବର୍ତିତା ହୋଇଥାନ୍ତି ଏବଂ ଏହା ଏମାନଙ୍କ ସବୁଠୁ ଖାସ କଥା ହୋଇଥାଏ।ଏମାନେ ସବୁବେଳେ ଠିକ ଏବଂ ନିରପେକ୍ଷ ଫଇସଲା କରିଥାନ୍ତି।ଏମାନଙ୍କ ଉଦ୍ଦେଶ୍ୟ ସବୁକିଛି ଠିକ ଏବଂ ପରଫେକ୍ଟ କରିବା ହୋଇଥାଏ।

ବିଚ୍ଛା ରାଶିର ବ୍ୟକ୍ତିମାନେ ରୋମଞ୍ଚରେ ଭରି ରହିଥାନ୍ତି।ଏମାନେ ଯେଉଁବି କାମ କରିବାକୁ ଭାବନ୍ତି ସେଥିରେ ନିଜର ସବୁ ଉର୍ଜା ଲଗାଇଦିଅନ୍ତି।ଏମାନେ ଭଲଭାବେ ବୁଝିଥାନ୍ତି କି କଷ୍ଟ କରି ହି ଆପଣଙ୍କୁ ସଫଳତା ମିଳିପାରିବ ତାହା ଏମାନଙ୍କ ରିସ୍ତା ହେଉ କି କ୍ୟାରିୟର ହେଉ।

ଧନୁରାଶିର ଜାତକଙ୍କୁ ନୂଆ ନୂଆ ଜିନିଷ ଦେଖିବା ଅଥବା ଖୋଜିବା ବହୁତ ପସନ୍ଦ ହୋଇଥାଏ।ନୂଆ ଲୋକଙ୍କ ସହ ମିଶିବା,ସାଙ୍ଗ ବନେଇବା ଏବଂ ନୂଆ ସଂସ୍କୃତି ବିଷୟରେ ଜାଣିବା ଏମାନଙ୍କ ଖସିୟତ ହୋଇଥାଏ।ଏମାନେ ଜୀବନରେ ଲୋକଙ୍କୁ ସୁନ୍ଦର ମାର୍ଗ ବିଷୟରେ କହିବାକୁ ଚାହାନ୍ତି ଯେମିତି ସେ ବୁଝିପାରିବେ କି ଜୀବନ କେତେ ଖୁସିମୟ ହୋଇଥାଏ।

ମକର ରାଶିର ଲୋକ ବହୁତ ଖୋଲା ଏବଂ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କ କେବଳ ଗୋଟେ ଉଦ୍ଦେଶ୍ୟ ରହିଥାଏ ଜୀବନରେ ସଫଳତା ହାସଲ କରିବା ଚାହେଁ ତାହା ପାଇଁ ତାଙ୍କୁ କେତେବି କଷ୍ଟ କରିବାକୁ ପଡୁ କି ନାହିଁ।ଏମାନଙ୍କ ଶେଷ ଉଦ୍ଦେଶ୍ୟ ଆପଣାର ଖୁସି ପାଇଁ ସଫଳତା ପାଇବା ହୋଇଥାଏ।

କୁମ୍ଭ ରାଶିର ଲୋକ ସଂସାରକୁ ନିଜ ଗୁଣ ଦ୍ୱାରା ଏମିତି କରିବାକୁ ଚାହାଁନ୍ତି କି ଯେମିତି ଲୋକ ଏଠାରେ ଖୁସି ଖୁସି ରହିପାରିବେ ଏବଂ କାହା ମଧ୍ୟରେ ଇର୍ଷା କି ସନ୍ଦେହ ଯେପରି ନ ରହିବ ଏବଂ ସମସ୍ତଙ୍କ ମଧ୍ୟରେ ପ୍ରେମ ଏବଂ ସଦଭାବନା ରହିଥିବା।

ମୀନ ରାଶିର ତତ୍ତ୍ୱ ପାଣି ହୋଇଥାଏ।କର୍କଟ ରାଶିର ବ୍ୟକ୍ତିଙ୍କ ଭଳି ଏମାନେ ବି ବହୁତ ଭାବୁକ ହୋଇଥାନ୍ତି।ଏମାନେ ଅଧିକ କଥା କହନ୍ତି ନାହିଁ କିନ୍ତୁ ନିଜ କଳା ମାଧ୍ୟମରେ ନିଜ ବିଚାର କହିବାରେ ମାହିର ହୋଇଥାନ୍ତି।ଅଧିକାଂସ ମୀନ ରାଶି ବ୍ୟକ୍ତିଙ୍କ ପସନ୍ଦ ହୋଇଥାଏ କଳା।

Leave a Reply

Your email address will not be published. Required fields are marked *