December 23, 2024

Odia Express

Leading Odia News Portal of Odisha

ବାଛନ୍ତୁ ଏକ ଚିତ୍ର ଏବଂ ଜାଣନ୍ତୁ ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କଣ କହିବାକୁ ଚାହୁଁଛି – ନିଶ୍ଚୟ ଏବେ ଜାଣିରଖନ୍ତୁ..

କୁହାଯାଏ କି ଚେତନ ମନ ଯେଉଁ ଜିନିଷ ଜାଣିପାରେନାହିଁ ଆପଣଙ୍କ ଉଚେତନ ମନ ତାହାକୁ ଜାଣିନେଇଥାଏ।ଏହି କାରଣରୁ ବହୁତ ଥର ସବୁକିଛି ଠିକ ଥିବା ସତ୍ତ୍ୱେ ଆପଣଙ୍କୁ ଅଚାନକ ଖାଲିପଣ ପ୍ରତୀତ ହୋଇଥାଏ।ସାମାନ୍ୟ ଲୋକଙ୍କ ଠାରେ ଏହାକୁ ବୁଝିବାର ସାମର୍ଥ୍ୟ ନଥାଏ ସେଥିପାଇଁ ତାଙ୍କ ପାଇଁ ଏହା ଅଜୀବ ହୋଇଥାଏ କିନ୍ତୁ ଯେଉଁମାନେ ନିଜ ଅନ୍ତର୍ଚେତନାକୁ ବୁଝିଥାନ୍ତି ସେମାନେ ଏହାର ସଂକେତ ବୁଝି ବର୍ତମାନ ପରିସ୍ଥିତିର ଗହୀର ସହିତ ମୂଲ୍ୟାଙ୍କନ କରି ତାହାର ବାସ୍ତବିକ ଅର୍ଥ ବୁଝିପାରନ୍ତି।ଏହା ବି ସତ୍ୟ ହୋଇଥାଏ କି ପ୍ରତ୍ୟେକ ବ୍ୟକ୍ତିର ଅନ୍ତର୍ଚେତନା ଏପରି ଜାଗୃତ ହୋଇନଥାଏ କିନ୍ତୁ କିଛି ବିଶେଷ ଉପାୟ ଦ୍ୱାରା ଆପଣ ନିଜର ପରିସ୍ଥିତିକୁ ବୁଝିପାରିଥାନ୍ତି।

ଫଟୋ ପରୀକ୍ଷା ମଧ୍ୟ ଏହା ମଧ୍ୟରୁ ଗୋଟେ ଅଟେ।ଏଠାରେ ଦେଖାଯାଇଥିବା ୪ଟି ଚିତ୍ର ମଧ୍ୟରୁ ପ୍ରତ୍ୟେକ ଚିତ୍ରରେ ଆତ୍ମାର ଏକ ରେଖାଙ୍କନ ଅଛି।ଆପଣଙ୍କୁ ଏମାନଙ୍କ ମଧ୍ୟରୁ ଆତ୍ମାର ଯେଉଁରୂପ ଆକର୍ଷିତ କରିଥାଏ ତାହାର ଚୟନ କରନ୍ତୁ।ଆପଣଙ୍କ ଏହି ଚୟନ କହିଥାଏ ବର୍ତ୍ତମାନ ସମୟରେ ଆପଣ କିପରି ଅନୁଭବ କରୁଛନ୍ତି।

ଯଦି ଆପଣ ପ୍ରଥମ ଚିତ୍ରର ଚୟନ କରିଛନ୍ତି ତାହାର ଅର୍ଥ ହେଉଛି ଆପଣଙ୍କୁ ନିଜ ଉପରେ ପୁର୍ଣ ବିଶ୍ୱାସ ରହିଥାଏ।ଆତ୍ମବିଶ୍ବାସ ଆପଣଙ୍କ ମଧ୍ୟ ଭରିହୋଇ ରହିଥାଏ ଏବଂ ଆପଣ ଜାଣିଥାନ୍ତି ଯଦି ଆପଣ କୌଣସି କାର୍ଯ୍ୟ କରୁଛନ୍ତି ତାହା ଠିକ ହି ହୋଇଥିବ।ଆପଣ ନିଜ ଭଲ ଗୁଣ ସହିତ ଖରାପ ଗୁଣକୁ ମଧ୍ୟ ଭଲ ଭାବରେ ବୁଝିଥାନ୍ତି।ଆବଶ୍ୟକ ପଡେ ଯଦି ନିଜ କମିକୁ ସ୍ୱୀକାର କରିବାକୁ ମଧ୍ୟ ପଛାନ୍ତି ନାହିଁ ଏବଂ ଏଥିପାଇଁ ଲୋକ ଆପଣଙ୍କ ସମ୍ମାନ ମଧ୍ୟ କରିଥାନ୍ତି।ଆପଣ ନିଜକୁ ଭଲ ପାଆନ୍ତି ଏବଂ ଦୁନିଆକୁ ମଧ୍ୟ ଆପଣ ଏହି ନଜରରେ ଦେଖିଥାନ୍ତି।

ଯଦି ଆପଣ ଦ୍ୱିତୀୟ ଚିତ୍ର ବାଛିଛନ୍ତି ତାହାର ଅର୍ଥ ହେଉଛି ଆପଣ ନିଜ ଜୀବନରେ କୌଣସି କମିକୁ ଅନୁଭବ କରୁଛନ୍ତି।ଆପଣ ନିଜର ଏହି ଖାଲିପଣର କାରଣ ବୁଝିପାରନ୍ତି ନାହିଁ।ଏହା ଆପଣଙ୍କୁ ଅଧୁରା ଅନୁଭବ କରାଇଥାଏ।ଏହି କାରଣରୁ ଆପଣଙ୍କୁ ଜୀବନରେ ନିରାସ୍ତର ଅନୁଭବ ହେବାରେ ଲାଗିଛି।ଆପଣ ନିଜ ବ୍ୟବହାର ଏବଂ ବର୍ତମାନ ଯାଏ ମିଳିଥିବା ଉପଲବ୍ଧିରେ ମଧ୍ୟ ଅସନ୍ତୁଷ୍ଟ ଅଟନ୍ତି।ଆପଣ ଜୀବନରେ ବହୁତ କିଛି ପାଇଥାନ୍ତି କିନ୍ତୁ ଆପଣଙ୍କୁ ଏହା ଲାଗିଥାଏ କି ଜୀବନରେ ଆପଣଙ୍କୁ ବହୁତ କିଛି ପାଇବାରେ ଅଛି।ଯଦି ଆପଣ ନିଜର ଏହି ଖାଲିପନକୁ ଭରିବାକୁ ପ୍ରୟାସ କରନ୍ତି ତାହେଲେ ଏହା ଆପଣଙ୍କୁ ବହୁତ ଉପରକୁ ନେଇପାରେ।

ତୃତୀୟ ଚିତ୍ରର ଚୟନ କହିଥାଏ କି ଆପଣ ନିଜକୁ ସବୁବେଳେ କମ ଭାବିଥାନ୍ତି ଏବଂ ଏହା ଆପଣଙ୍କ ଦୁଃଖର କାରଣ ହୋଇଥାଏ।ବ୍ୟକ୍ତିଗତ ଜୀବନରେ ଆପଣ ଏକ ଭଲ ମନୁଷ୍ୟ ଅଟନ୍ତି ଏବଂ ଆପଣଙ୍କ ଠାରେ ଗୁଣ ମଧ୍ୟ ରହିଛି କିନ୍ତୁ ଆପଣ ନିଜକୁ କେବେ ସେଭଳି ଦେଖନ୍ତି ନାହିଁ।ଏହାର ସବୁଠୁ ବଡ କାରଣ ହେଉଛି ଆପଣ ନିଜ କାମରେ ସବୁବେଳେ କମି ଖୋଜିଥାନ୍ତି।ଆପଣଙ୍କୁ ଏହା ବୁଝିବାର ଅଛିକି ଦୁନିଆରେ କିଏ ବ ପରଫେକ୍ଟ ହୋଇନଥାଏ।ଯେଉଁଦିନ ଆପଣ ଏହାକୁ ମାନିନେବେ ସେବେ ଆପଣଙ୍କ ଜୀବନରେ କେବଳ ଖୁସି ଏବଂ ସଫଳତା ହି ରହିବ।

ଚତୁର୍ଥ ଚିତ୍ରର ଅର୍ଥ ହେଉଛି ଦୁନିଆ ସାମ୍ନାରେ ଆପଣ ଯାହା ବି ଦେଖାଉଥାନ୍ତୁ କିନ୍ତୁ ବାସ୍ତବରେ ଆପଣଙ୍କ ଉପରେ ନିଜ ଗୁଣ କିମ୍ବା ଅଗୁଣ କିଛି ପ୍ରଭାବ ପକାଏ ନାହିଁ।ବାସ୍ତବରେ ଏହା କେବଳ ଦୁଇଟି ସ୍ଥିତିରେ ହି ହୋଇପାରିବ।ପ୍ରଥମ ହେଉଛି ଆପଣ ବହୁତ ଆଧ୍ୟାତ୍ମିକ ଏବଂ ବୁଦ୍ଧିମାନ ଅଟନ୍ତି ନହେଲେ ଆପଣ ଏକ ସିଦ୍ଧାନ୍ତହୀନ ଜୀବନ ବଞ୍ଚୁଛନ୍ତି।ଅନ୍ୟ ସହିତ ନିଜକୁ ତୁଳନା କରିବାର ଆପଣଙ୍କ ଅଭ୍ୟାସ ନଥାଏ ଏଥିପାଇଁ ସବୁବେଳେ ସନ୍ତୁଷ୍ଟ ରହିଥାନ୍ତି।

Leave a Reply

Your email address will not be published. Required fields are marked *