September 16, 2024

Odia Express

Leading Odia News Portal of Odisha

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ଏଭଳି ଟୁଥ ପେଷ୍ଟ – ଦାନ୍ତ ଆପଣଙ୍କ ଚମକିବ ଓ ଦେଖାଯିବ ସୁନ୍ଦର..

ଦାନ୍ତର ଦୁର୍ବଳତା ଶରୀରକୁ ମ୍ରିୟମାଣ କରିଥାଏ।ହଜମ ପ୍ରକ୍ରିୟାରେ ବାଧା ଉପୁଜିବା ସହିତ ମୁହଁ ଅସୁନ୍ଦରତାର ପ୍ରମୁଖ କାରଣ ଏହା ହୋଇଥାଏ।ଏହା ହଳଦିଆ ପଡିବା ମଧ୍ୟ ଆଦୌ ଭଲ ନୁହେଁ। ଦାନ୍ତର ଦୁର୍ବଳତା ବିଭିନ୍ନ ରୋଗର କାରଣ ହୋଇଥାଏ।ଏଥିପାଇଁ ବହୁତ ଲୋକ ବିବ୍ରତ ହୋଇଥାନ୍ତି ଓ ଏହି ଦାନ୍ତ ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଚିନ୍ତାର ବିଷୟ ଅଟେ।ଏଥିପାଇଁ ବହୁତ ଔଷଧ ଓ ଆଧୁନିକ ଜିନିଷର ପ୍ରୟୋଗ ହୋଇଥାଏ।କିନ୍ତୁ ବର୍ତ୍ତମାନ ଆମେ ଘରୋଇ ଉପାୟରେ କିପରି ଆମ ଦାନ୍ତକୁ ଚମକ କରି ପାରିବା ଓ ହଳଦିଆ ହେବାରୁ ରୋକିବା ତାହା ତଳେ ବର୍ଣ୍ଣିତ ହୋଇଛି।

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।

ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ମଧ୍ୟ ଆମ ଶରୀରର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଖାଦ୍ୟ ଚର୍ବନରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ।ଯାହାଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସାବଲୀଳ ହୋଇଥାଏ।ଦାନ୍ତ ମଧ୍ୟ ଆମ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ହସିବା ସମୟରେ ଏହା ବହୁତ ସୁନ୍ଦର ଲାଗେ।ବଜାରରେ ମିଳୁଥିବା ଅତ୍ୟାଧୁନିକ tooth paste ଠାରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ପେଷ୍ଟ ବହୁତ ଉପକାରୀ ଅଟେ।

ଏକ ପାତ୍ରରେ କିଛି ହଳଦୀ ଗୁଣ୍ଡ ,ଲୀମ୍ବ ଗୁଣ୍ଡ, ଫିଟିକିରି ଗୁଣ୍ଡ, ଅଁଳା ଗୁଣ୍ଡ, ଲବଙ୍ଗ ଗୁଣ୍ଡ ନେବା।ଓ ଏଥିରେ କିଛି ଖାଇବା ନଡ଼ିଆ ତେଲ ମିଶାଇ ପେଷ୍ଟ ପ୍ରସ୍ତୁତ କରିବା ଏହା ଦାନ୍ତ ପାଇଁ ବହୁତ ଉପକାରୀ ଅଟେ।ଆଧୁନିକ ଉପଚାର ଠାରୁ ଘରୋଇ ଉପଚାର ବହୁତ ଫଳପ୍ରଦ ଓ ହଁ ଶରୀର ଉପରେ ପଡେନାହିଁ।ତେଣୁ ଘରୋଇ ପ୍ରଣାଳୀରେ ଦାନ୍ତର ଚିକିତ୍ସା ମଧ୍ୟ ବହୁତ ଲାଭଦାୟକ ଅଟେ।ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

Leave a Reply

Your email address will not be published. Required fields are marked *