December 19, 2024

Odia Express

Leading Odia News Portal of Odisha

ଲେମ୍ବୁର ବହୁବିଧ ବ୍ୟବହାର ଓ ଉପକାରୀତା ସମ୍ପର୍କରେ ଜାଣନ୍ତୁ – ଆଗରୁ କେହି ଆପଣଙ୍କୁ କେବେ କହିନଥିବେ ଏହି ଲାଭ ବିଷୟରେ..

ଖାଦ୍ୟ ହେଉଛି ଆମ ଜୀବନର ଆବଶ୍ୟକୀୟ ଅଙ୍ଗ।ବୈଦିକ ଯୁଗରୁ ଅତ୍ୟାଧୁନିକ ଯୁଗ ପର୍ଯ୍ୟନ୍ତ କାରିଗରୀ କୌଶଳର ସବୁଜ ବିକାଶ ହୋଇଛି।ବିଭିନ୍ନ କ୍ଷେତ୍ରରେ ବୁଦ୍ଧିର ଯଥେଷ୍ଟ ବିକାଶ ସାଧନ ହୋଇଛି।ଖାଦ୍ୟର ପ୍ରସ୍ତୁତି ନିମନ୍ତେ ମଧ୍ୟ ବିଭିନ୍ନ କୌଶଲର ଅବଲମ୍ବନ ହୋଇଛି।ଲେମ୍ବୁ ବିଭିନ୍ନ ଫଳ ଓ ଖାଦ୍ୟ ମଧ୍ୟରେ ବହୁତ ଉପକାରୀ ଅଟେ।ଏହାର ବହୁଳ ଉପକାରୀ ଗୁଣ ଓ ବ୍ୟବହାର ଅଛି।ଏଥିରେ ଭିଟାମିନ-C ପ୍ରଚୁର ପରିମାଣରେ ଅଛି।ଏହା ତ୍ୱଚାର ଉଜ୍ବଳତା ବଢାଇବା ସହିତ ଖାଇବା ପାଇଁ ମଧ୍ୟ ସ୍ୱାଦିଷ୍ଟ ହୋଇଥାଏ।

ଏହାକୁ ଖରାଦିନେ ସର୍ବତ କରି ପିଆ ଯାଏ।ଓ ଏହା ସସ୍ଥା ଏବଂ ମଝବୁତ ହୋଇଥାଏ।ଏହାର ଏକ ବ୍ୟବହାର ହେଉଛି ଏହାର ରସ ବାହାର କରି ଏହାକୁ ଫ୍ରିଜରେ ରଖିଦେଵ।ଏହାକୁ ଗୋଟେ ଦିନ ପରେ ବାହାର କରିବ।ଏହା ବରଫ ଭଳି ହେଇଯାଇଥିବ।ଏହାକୁ ରଖି ୫ରୁ ୬ ମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବ।ଲେମ୍ବୁ ଚୋପାକୁ ଛୋଟ କରି କାଟି ଏହାକୁ ଦୁଇଟି ଜାରରେ ଭର୍ତ୍ତି କରିବ।ଏକ ଜାରରେ କିଛି ଲୁଣ ଓ ଲେମ୍ବୁ ରସ ମିଶାଇ ଖରାରେ ୮ରୁ ୧୦ଦିନ ରଖିବ।ଓ ଏହି ଆଚାର ବ୍ୟବହାର କରିବ।ଏହା ବହୁତ ସ୍ୱାଦିଷ୍ଟ ହୋଇଥାଏ।

ଆଉ ଏକ ଜାରରେ କିଛି ଲଙ୍କା ଗୁଣ୍ଡ, ଆଚାର ମସଲା, କଳା ଲୁଣ, ଲୁଣ,ଲେମ୍ବୁ ରସ ,ଚିନି ପକାଇ ୮ରୁ୧୦ ଦିନ ପର୍ଯ୍ୟନ୍ତ ଖରାରେ ରଖିବ ଓ ପରେ ଏହି ଆଚାରକୁ ବ୍ୟବହାର କରିବ।ଏହା ବହୁତ ସ୍ୱାଦିଷ୍ଟ ହୋଇଥାଏ।ଆଶା କରୁଛି ଏହି କୌଶଳ ଆପଣଙ୍କୁ ବହୁତ ପସନ୍ଦ ଆସିବ।ଓ ଏହାର ବ୍ୟବହାର ଆପଣଙ୍କ ଖାଦ୍ୟର ସ୍ୱାଦିଷ୍ଟକୁ ଦ୍ବିଗୁଣିତ କରିବ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।

ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ। – ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

Leave a Reply

Your email address will not be published. Required fields are marked *