December 21, 2024

Odia Express

Leading Odia News Portal of Odisha

ନିଜ ଦାନ୍ତର ଚମକ ଓ ଉପଯୁକ୍ତ ଯତ୍ନ ନିମନ୍ତେ ଘରୋଇ ଚିକିତ୍ସା – କିଛି ମିନିଟ ରେ ଦାନ୍ତ ହେଇଯିବ ଚକାଚକ..

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।

ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ମଧ୍ୟ ଆମ ଶରୀରର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଖାଦ୍ୟ ଚର୍ବନରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ।ଯାହାଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସାବଲୀଳ ହୋଇଥାଏ।ଦାନ୍ତ ମଧ୍ୟ ଆମ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ହସିବା ସମୟରେ ଏହା ବହୁତ ସୁନ୍ଦର ଲାଗେ।

ଦାନ୍ତର ଦୁର୍ବଳତା ଶରୀରକୁ ମ୍ରିୟମାଣ କରିଥାଏ।ହଜମ ପ୍ରକ୍ରିୟାରେ ବାଧା ଉପୁଜିବା ସହିତ ମୁହଁ ଅସୁନ୍ଦରତାର ପ୍ରମୁଖ କାରଣ ଏହା ହୋଇଥାଏ।ଏହା ହଳଦିଆ ପଡିବା ମଧ୍ୟ ଆଦୌ ଭଲ ନୁହେଁ। ଦାନ୍ତର ଦୁର୍ବଳତା ବିଭିନ୍ନ ରୋଗର କାରଣ ହୋଇଥାଏ।ଏଥିପାଇଁ ବହୁତ ଲୋକ ବିବ୍ରତ ହୋଇଥାନ୍ତି ଓ ଏହି ଦାନ୍ତ ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଚିନ୍ତାର ବିଷୟ ଅଟେ।ଏଥିପାଇଁ ବହୁତ ଔଷଧ ଓ ଆଧୁନିକ ଜିନିଷର ପ୍ରୟୋଗ ହୋଇଥାଏ।କିନ୍ତୁ ବର୍ତ୍ତମାନ ଆମେ ଘରୋଇ ଉପାୟରେ କିପରି ଆମ ଦାନ୍ତକୁ ଚମକ କରି ପାରିବା ଓ ହଳଦିଆ ହେବାରୁ ରୋକିବା ତାହା ତଳେ ବର୍ଣ୍ଣିତ ହୋଇଛି।

ଆଧୁନିକ ଉପଚାର ଠାରୁ ଘରୋଇ ଉପଚାର ବହୁତ ଫଳପ୍ରଦ ଓ ବିଶୁଦ୍ଧ ହୋଇଥାଏ।ଏହାର କିଛି ଖରାପ ପ୍ରଭାବ ଶରୀର ଉପରେ ପଡେନାହିଁ।ତେଣୁ ଘରୋଇ ପ୍ରଣାଳୀରେ ଦାନ୍ତର ଚିକିତ୍ସା ମଧ୍ୟ ବହୁତ ଲାଭଦାୟକଅଟେ।ଏଥିପାଇଁ ଏକ ପାତ୍ରରେ toothpaste, ଲେମ୍ବୁ, ହଳଦୀ ଓ ଅନାରର ରସକୁ ଏକାଠି ମିଶାଇବା ଓ ଦାନ୍ତ ଘଷିବା ଦ୍ୱାରା ଦାନ୍ତର ହଳଦିଆ ପଣ ଦୂର ହୋଇଥାଏ।ଦୁର୍ଗନ୍ଧ ହୁଏନାହିଁ।ଏହା ବହୁତ ଫଳପ୍ରଦ ଅଟେ।

Leave a Reply

Your email address will not be published. Required fields are marked *